ETV Bharat / state

କୋଭିଡ଼ କଟକଣାରେ ହେବ ମା' ବୁଢୀ ଠାକୁରାଣୀଙ୍କ ଯାତ୍ରା

ବ୍ରହ୍ମପୁର ସହରର ପ୍ରସିଦ୍ଧ ମାଆ ବୁଢୀ ଠାକୁରାଣୀଙ୍କ ଯାତ୍ରା କୋଭିଡ଼ କଟକଣା ମଧ୍ୟରେ ଅନୁଷ୍ଠିତ ହେବ । ଅଧିକ ପଢନ୍ତୁ...

କୋଭିଡ଼ କଟକଣାରେ ହେବ ମା' ବୁଢୀ ଠାକୁରାଣୀଙ୍କ ଯାତ୍ରା
କୋଭିଡ଼ କଟକଣାରେ ହେବ ମା' ବୁଢୀ ଠାକୁରାଣୀଙ୍କ ଯାତ୍ରା
author img

By

Published : Apr 8, 2021, 8:59 AM IST

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ସହରର ପ୍ରସିଦ୍ଧ ମାଆ ବୁଢୀ ଠାକୁରାଣୀଙ୍କ ଯାତ୍ରା କୋଭିଡ କଟକଣା ମଧ୍ୟରେ ଆୟୋଜିତ ହେବ । ଅପ୍ରେଲ ୯ ତାରିଖ ବିଳମ୍ବିତ ରାତ୍ରିରେ ମାଆଙ୍କ ଏହି ଯାତ୍ରା ଆରମ୍ଭ ହେବାକୁ ଥିବା ବେଳେ ଯାତ୍ରାକୁ କୋଭିଡ କଟକଣା ମଧ୍ୟରେ ଶେଷ କରିପାରିବା ପାଇଁ ପ୍ରଶାସନିକ ସ୍ତରରେ ବୈଠକ କରାଯାଇ ଏ ସମ୍ପର୍କରେ ଆଲୋଚନା କରାଯାଇଛି ।

କୋଭିଡ଼ କଟକଣାରେ ହେବ ମା' ବୁଢୀ ଠାକୁରାଣୀଙ୍କ ଯାତ୍ରା

ଦେଶୀ ବେହେରା ସାହିଠାରେ ମାଆଙ୍କ ଅସ୍ଥାୟୀ ମନ୍ଦିର ନିର୍ମାଣ ପ୍ରାୟ ଶେଷ ହୋଇସାରିଥିବା ବେଳେ ପ୍ରଥମ ପର୍ଯ୍ଯାୟରେ ସାତ ଦିନ ପାଇଁ ଏହା ଆୟୋଜନ କରାଯିବାକୁ ଅନୁମତି ପ୍ରଦାନ କରାଯାଇଛି । ସହରର ମହାନଗର ନିଗମ କାର୍ଯ୍ଯାଳୟ ପରିସରରେ ମହାନଗର ନିଗମ କମିଶନର ସିଦ୍ଧେଶ୍ୱର ବଳିରାମ ବୋନ୍ଦାରଙ୍କ ଅଧ୍ଯକ୍ଷତାରେ ବିଭିନ୍ନ ବିଷୟରେ ଆଲୋଚନା କରାଯିବା ସହ କୋରୋନା କଟକଣା ସହିତ ପରମ୍ପରା ଓ ରୀତୀନୀତିରେ ଯାତ୍ରା ଆୟୋଜିତ କରିବାକୁ ବୈଠକରେ ଆଲୋଚନା କରାଯାଇଛି ।

ତେବେ ବର୍ତ୍ତମାନ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ରାଜ୍ୟ ସରକାରଙ୍କ ପକ୍ଷରୁ କଟକଣାକୁ ଗୁରୁତ୍ବ ଦିଆଯାଇଛି । ବୈଠକରେ ଯାତ୍ରା ପରିଚାଳକ ପି ଦୁର୍ଗା ପ୍ରସାଦ ଦେଶୀ ବେହେରାଙ୍କ ସମେତ ନିଗମର ଡେପୁଟି କମିଶନର ରୋମାଞ୍ଚଳ ଖମାରୀ, ବ୍ରହ୍ମପୁର ତହସିଲଦାର ସିପକ କୁମାର ପାତ୍ର, ଟାଉନ୍ ଏସଡ଼ିପିଓ ବିଷ୍ଣୁ ପ୍ରସାଦ ପତି ,ଜନସ୍ଵାସ୍ଥ୍ୟ ନିର୍ବାହି ଯନ୍ତ୍ରୀ ଇଂ ଦେବ ସୁନ୍ଦର ମହାପାତ୍ର, ଜନସ୍ବାସ୍ଥ୍ୟ ବିଭାଗର ଅଧିକ୍ଷଣ ଯନ୍ତ୍ରୀ ସୀତାରାମ ପଣ୍ଡା, ବିଏମ୍‌ସି ଏନଫୋର୍ସମେଣ୍ଟ ଅଫିସର ତରୁଣ କାନ୍ତ, ଅଗ୍ନିଶମ ଅଧିକାରୀ ସନାତନ ମହାପାତ୍ରଙ୍କ ସମେତ ଲାଇନ୍ ଡିପାର୍ଟମେଣ୍ଟର ଅଧିକାରୀମାନଙ୍କ ଉପସ୍ଥିତିରେ ଯାତ୍ରା ସମ୍ପର୍କରେ ଆଲୋଚନା କରାଯାଇଥିଲା ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.