ETV Bharat / state

ଦିଗପହଣ୍ଡି ବିଜେଡି କଳିରେ ଗଲା ଆଉ ଜଣେ ନେତାଙ୍କ ଜୀବନ ! ଦୁଇ ଗୋଷ୍ଠୀ ମଧ୍ୟରେ ବିବାଦ ନେଲାଣି ୬ ଜୀବନ - ବିଜେଡିର ଦଳୀୟ କଳିରେ ଗଲାଣି ୬ ନେତାଙ୍କ ଜୀବନ

ଗଞ୍ଜାମ ଜିଲ୍ଲା ଦିଗପହଣ୍ଡିରେ ବିଜେଡିର ଦୁଇ ଗୋଷ୍ଠୀ ମଧ୍ୟରେ ବିବାଦ ଚରମ ସୀମାରେ ପହଞ୍ଚିଛି । ଏହାରି ଭିତରେ ୬ ନେତାଙ୍କ ଜୀବନ ଯାଇଥିବା ଅଭିଯୋଗ ହୋଇଛି । ଦିଗପହଣ୍ଡି ଖମ୍ବାରି ପଞ୍ଚାୟତର ଯୁବନେତା ଲଳିତ ମୋହନ ମହାପାତ୍ରଙ୍କୁ ହତ୍ୟା ଅଭିଯୋଗ ନେଇ ବ୍ରହ୍ମପୁର ଏସପିଙ୍କ ଦ୍ବାରସ୍ଥ ହୋଇଛନ୍ତି ଜିଲ୍ଲା ପରିଷଦ ସଦସ୍ୟ ବିପିନ ପ୍ରଧାନ ଓ ତାଙ୍କ ସମର୍ଥକ । ଅଧିକ ପଢ଼ନ୍ତୁ

ଦିଗପହଣ୍ଡି ବିଜେଡି କଳିରେ ଗଲା ଆଉ ଜଣେ ନେତାଙ୍କ ଜୀବନ

author img

By

Published : Jun 23, 2023, 6:59 PM IST

ଦିଗପହଣ୍ଡି ବିଜେଡି କଳିରେ ଗଲା ଆଉ ଜଣେ ନେତାଙ୍କ ଜୀବନ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀରେ ପୁଣି ଜଣେ ବିଜେଡି ଯୁବନେତାଙ୍କୁ କାର ଚଢ଼ାଇ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ଗତ ପଞ୍ଚାୟତ ନିର୍ବାଚନ ପରେ ଜିଲ୍ଲାର ଏହି ନିର୍ବାଚନ ମଣ୍ଡଳୀରେ ପୂର୍ବତନ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ଅସୁସ୍ଥତା ପରେ ବିଜେଡି ଦଳର ନେତା କିଏ ହେବ, ତାହାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ଲାଗି ରହିଛି ଛକାପଞ୍ଝା । ଆଉ ଏହି ଛକାପଞ୍ଜା ମଧ୍ୟରେ ଗଲାଣି ୬ ନେତାଙ୍କ ଜୀବନ । ସେପଟେ ନିଜ ଗୋଷ୍ଠୀର ଗୋଟିଏ ପରେ ଗୋଟିଏ ସଦସ୍ୟଙ୍କୁ ହତ୍ୟା କରାଯାଉଥିବା ଅଭିଯୋଗ କରି ବ୍ରହ୍ମପୁର ଏସପିଙ୍କ ଦ୍ବାରସ୍ଥ ହୋଇଛନ୍ତି ପୂର୍ବତନ ବ୍ଲକ ଅଧ୍ୟକ୍ଷ ତଥା ବର୍ତ୍ତମାନର ଜିଲ୍ଲା ପରିଷଦ ସଦସ୍ୟ ବିପିନ ପ୍ରଧାନ ଓ ତାଙ୍କ ସମର୍ଥକ ।

ଦଳୀୟ କଳିରୁ ଗଡ଼ୁଛି ମୁଣ୍ଡ !: ଗଞ୍ଜାମ ଜିଲ୍ଲାର ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀରେ ପୁଣି ଜଣେ ବିଜେଡି ଯୁବନେତାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ ଖମ୍ବାରି ଗ୍ରାମ ପଞ୍ଚାୟତର ବିଜେଡି ଯୁବନେତା ଲଳିତ ମୋହନ ମହାପାତ୍ରଙ୍କୁ କାର ଚଢ଼ାଇ ହତ୍ୟା କରାଯାଇଥିବା ଭଳି ସଙ୍ଗୀନ ଅଭିଯୋଗ ଆଣିଛନ୍ତି ପରିବାର ବର୍ଗ ଓ ଦଳୀୟ ନେତୃବୃନ୍ଦ । ପୂର୍ବରୁ ହତ୍ୟା କରିବାକୁ ଲଳିତଙ୍କୁ ଧମକ ଦିଆଯାଇଥିବା ଅଭିଯୋଗ ହୋଇଛି । ତେବେ ଗତ ୨ ଦିନ ତଳେ ଲଳିତଙ୍କ ସହିତ ସେହି ଗ୍ରାମର ଅନ୍ୟ ଗୋଷ୍ଠୀର ବିଜେଡି ନେତା ରାମକୃଷ୍ଣ ମିଶ୍ରଙ୍କ ମଧ୍ୟରେ ଗଣ୍ଡଗୋଳ ସହ ମାରପିଟ୍ ହୋଇଥିଲା । ଉପସ୍ଥିତ କିଛି ବ୍ୟକ୍ତି ହସ୍ତକ୍ଷେପ ପରେ ଗଣ୍ଡଗୋଳ ହଟିଥିବା ବେଳେ ଲଳିତ ନିଜ ବୁଲେଟରେ ଘରକୁ ଫେରିଥିଲେ । ଆଉ ପଛରେ ତାଙ୍କୁ ପିଛା କରି ଆସିଥିବା ରାମକୃଷ୍ଣ ଲଳିତଙ୍କ ଉପରକୁ କାର ଚଢ଼ାଇ ଧକ୍କା ଦେବାରୁ ସେ ରାସ୍ତାକଡରେ ଥିବା ନଡ଼ିଆ ଗଛରେ ପିଟି ହୋଇଯାଇଥିଲେ ।

ଗଲାଣି ୬ ଜଣଙ୍କ ଜୀବନ: ଏହାପରେ ଘଟଣାସ୍ଥଳରୁ ନିଜେ ରାମକୃଷ୍ଣ ଲଳିତଙ୍କୁ ରକ୍ତାକ୍ତ ଅବସ୍ଥାରେ ଉଦ୍ଧାର କରି ନିଜ କାରରେ ଆଣି ଦିଗପହଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର ଲଳିତଙ୍କୁ ମୃତ ଘୋଷଣା କରିବା ପରେ ରାମକୃଷ୍ଣ ମେଡିକାଲ ବେଡ୍‌ରେ ଲଳିତଙ୍କୁ ଛାଡି ଫେରାର ହୋଇଯାଇଥିଲେ । ଯାହାକୁ ନେଇ ସନ୍ଦେହ ଅଧିକ ଘନୀଭୂତ ହୋଇଛି । ସେପଟେ ଏହି ଘଟଣା ପରେ ବିପିନ ପ୍ରଧାନ ଏବଂ ତାଙ୍କ ସମର୍ଥକ ବ୍ରହ୍ମପୁର ଆରକ୍ଷୀ ଅଧିକ୍ଷକଙ୍କୁ ସାକ୍ଷାତ କରି ପଞ୍ଚାୟତ ନିର୍ବାଚନ ପରଠାରୁ ୬ ଜଣ ନେତାଙ୍କ ଜୀବନ ଚାଲିଯାଇଥିବା ନେଇ କ୍ଷୋଭ ପ୍ରକାଶ କରିଛନ୍ତି । ନିଜ ଗୋଷ୍ଠୀର ଗୋଟିଏ ପରେ ଗୋଟିଏ ନେତାଙ୍କୁ ହତ୍ୟା କରାଯାଉଥିବା ଅଭିଯୋଗ କରିଛନ୍ତି ବିପିନ ।

କାର ଚଢ଼ାଇ ମାରିଦେଲେ !: କ୍ରମାଗତ ଭାବରେ ଗଞ୍ଜାମ ଜିଲ୍ଲା ଦିଗପହଣ୍ଡିରେ ରାଜନୈତିକ ଶତ୍ରୁତାକୁ ନେଇ ବିଜେଡି ନେତାଙ୍କୁ ହତ୍ୟା କରାଯାଉଥିବା ଘଟଣା ଘଟି ଚାଲିଛି । ସେପଟେ ବର୍ତ୍ତମାନ ବିଜେଡି ନେତା ଲଳିତଙ୍କୁ ଜାଣିଶୁଣି କାର ଚପାଇ ହତ୍ୟା କରାଯାଇଥିବା ନେଇ ପରିବାର ଲୋକଙ୍କ ଅଭିଯୋଗରେ କେ. ନୂଆଗାଁ ଥାନାରେ ମାମଲା ରୁଜୁ ହୋଇଛି । ଘଟଣାରେ ପୋଲିସ ତଦନ୍ତ ଆରମ୍ଭ କରିଥିବା ବେଳେ ବ୍ୟବଚ୍ଛେଦ ରିପୋର୍ଟ ଏବଂ ଏମଭିଆଇ ରିପୋର୍ଟକୁ ଦେଖି ତଦନ୍ତ ଆଗକୁ ବଢିବ ବୋଲି କହିଛନ୍ତି ବ୍ରହ୍ମପୁର ଆରକ୍ଷୀ ଅଧିକ୍ଷକ ।

ତଦନ୍ତ ଉପରେ ସମସ୍ତଙ୍କ ନଜର: ଗତ ପଞ୍ଚାୟତ ନିର୍ବାଚନ ପରଠାରୁ ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀର ଦିଗପହଣ୍ଡି ବ୍ଲକରେ ବିଜେଡିର ଦୁଇ ଗୋଷ୍ଠୀ ମଧ୍ୟରେ କନ୍ଦଳ ଯୋଗୁଁ ବ୍ଲକ ଅଧିନସ୍ଥ ସିନ୍ଧବା ଏବଂ ନବରଙ୍ଗପୁର ଗ୍ରାମରେ ଦୁଇ ଦୁଇଟି ନୀରିହ ଲୋକଙ୍କୁ ହତ୍ୟା କରାଯାଇଥିଲା । ଗତ କିଛି ମାସ ପୂର୍ବେ ସହଦେବ ଟିକରପଡାରେ ମଧ୍ୟ ଦୁଇ ଗୋଷ୍ଠୀ ସଂଘର୍ଷ ଯୋଗୁଁ ଜଣଙ୍କର ମୃତ୍ୟୁ ଘଟିଥିଲା । ହେଲେ ପୁଣି ଜଣେ ବିଜେଡି ନେତାଙ୍କୁ ଷଡ଼ଯନ୍ତ୍ର କରି ଜାଣିଶୁଣି ଗାଡ଼ି ଚପାଇ ହତ୍ୟା କରାଯାଇଥିବା ଘଟଣାରେ ପୋଲିସର ତଦନ୍ତ କେଉଁ ଆଡକୁ ଯାଉଛି ତାହାରି ଉପରେ ସମସ୍ତଙ୍କ ନଜର । ଏପରି ଦୁଇ ଗୋଷ୍ଠୀର ରାଜନୀତିରେ ନିରୀହ ବ୍ୟକ୍ତିବିଶେଷଙ୍କ ଜୀବନ ଚାଲିଯିବା ଘଟଣାକୁ ବିଭିନ୍ନ ମହଲରେ ସମାଲୋଚନା କରାଯାଇଛି ।

ଇଟିଭି ଭାରତ, ଗଞ୍ଜାମ

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.