ETV Bharat / state

ପରୀକ୍ଷା କେନ୍ଦ୍ର ପରିବର୍ତ୍ତନକୁ ବିରୋଧ, ଲିଙ୍ଗରାଜ ଆଇନ ମହାବିଦ୍ୟାଳୟରେ ବିକ୍ଷୋଭ - ଲିଙ୍ଗରାଜ ଆଇନ ମହାବିଦ୍ୟାଳୟରେ ବିକ୍ଷୋଭ

କୌଣସି ନିର୍ଦ୍ଧିଷ୍ଟ କାରଣ ନ ଦର୍ଶାଇ ପରୀକ୍ଷା କେନ୍ଦ୍ର ପରିବର୍ତ୍ତନକୁ ବିରୋଦ୍ଧ କରି ଲିଙ୍ଗରାଜ ଆଇନ ମହାବିଦ୍ୟାଳୟରେ ବିକ୍ଷୋଭ । ଅଧିକ ପଢନ୍ତୁ

Lingaraj law college students
Lingaraj law college students
author img

By

Published : Feb 22, 2023, 12:55 PM IST

Lingaraj law college students

ବ୍ରହ୍ମପୁର: ପରୀକ୍ଷା କେନ୍ଦ୍ର ପରିବର୍ତ୍ତନକୁ ବିରୋଧ କରି ଲିଙ୍ଗରାଜ ଆଇନ ମହାବିଦ୍ୟାଳୟରେ ବିକ୍ଷୋଭ । କୌଣସି ନିର୍ଦ୍ଦିଷ୍ଟ କାରଣ ନ ଦର୍ଶାଯାଇ ବ୍ରହ୍ମପୁର ସହରରେ ରହିଥିବା ଲିଙ୍ଗରାଜ ଆଇନ ମହାବିଦ୍ୟାଳୟର ପରୀକ୍ଷା କେନ୍ଦ୍ରକୁ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟକୁ ପରିବର୍ତ୍ତନ କରାଯାଇଛି । ଯାହାକୁ ବିରୋଧ କରି ବ୍ରହ୍ମପୁରରେ ବିଦ୍ୟାର୍ଥୀଙ୍କ ଧାରଣା ସହ ବିକ୍ଷୋଭ ଜାରି ରହିଛି । ତେବେ ଗତ ୧୩ ତାରିଖରୁ ବ୍ରହ୍ମପୁର ସହରର ଲିଙ୍ଗରାଜ ଆଇନ ମହାବିଦ୍ୟାଳୟର ବିଦ୍ୟାର୍ଥୀ ମାନେ ଏଲ୍.ଏଲ୍.ଏମ୍ ତୃତୀୟ ସେମିଷ୍ଟାର ପରୀକ୍ଷାକୁ ବାତିଲ କରାଯିବା ସହିତ ସେଣ୍ଟର ପରିବର୍ତ୍ତନ ଦାବି କରି ଧାରଣା ସହିତ ପ୍ରତିବାଦ କରିଥିଲେ ।

ଏହା ପରେ ଇତି ମଧ୍ୟରେ ଲିଙ୍ଗରାଜ ଆଇନ ମହାବିଦ୍ୟାଳୟର ଅଧ୍ୟକ୍ଷଙ୍କ ଠାରୁ ଆରମ୍ଭ କରି ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର କୁଳପତି, ପରୀକ୍ଷା ନିୟନ୍ତ୍ରକଙ୍କ ସହିତ ଆଲୋଚନା କରି ମଧ୍ୟ କୌଣସି ସଫଳତା ନମିଳିବା ପରେ ନିଜର ଆନ୍ଦୋଳନ ଜାରି ରଖିଛନ୍ତି । ମହାବିଦ୍ୟାଳୟର ଏଲ୍.ଏଲ୍.ଏମର ତୃତୀୟ ସେମିଷ୍ଟାରରେ ପ୍ରାୟ ୨୪ ଜଣ ବିଦ୍ୟାର୍ଥୀ ଅଧ୍ୟୟନ କରୁଥିବା ବେଳେ ଏଠାରେ ପୂର୍ବରୁ ରହିଥିବା ପରୀକ୍ଷା କେନ୍ଦ୍ରକୁ କୁଆଡେ ରାତି ଅଧିଆ ପରିବର୍ତ୍ତନ କରାଯାଇଛି । ତେବେ କୌଣସି କାରଣ ନଦର୍ଶାଇ ପରୀକ୍ଷା ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ପ୍ରଦାନ କରିବା ସହିତ ସେଠାରୁ ଆଡମିଟ୍ କାର୍ଡ ସଂଗ୍ରହ କରି ନେବାକୁ କୁହାଯିବା ପରେ ବିଦ୍ୟାର୍ଥୀ ମାନେ କାହିଁକି ଏପରି ପରିକ୍ଷା କେନ୍ଦ୍ରକୁ ପରିବର୍ତ୍ତନ କରାଗଲା ତାହାର ନିର୍ଦ୍ଧିଷ୍ଟ କାରଣ ଦର୍ଶାଇବାକୁ ଦାବି କରି ଆନ୍ଦୋଳନକୁ ଓହ୍ଲାଇଥିଲେ ।

ଆଉ ଏହାରି ମଧ୍ୟରେ ବିଦ୍ୟାର୍ଥୀ ମାନେ ମହାବିଦ୍ୟାଳୟର ଫାଟକ ସମୁଖରେ ବସି ରହି ପ୍ରତିବାଦ କରୁଥିବା ବେଳେ କେହି ସେମାନଙ୍କ ଦାବି ପ୍ରତି ଗୁରୁତ୍ୱ ଦେଉନଥିବାକୁ ବିରୋଦ୍ଧ କରି ଏହି ଦାବିକୁ ଗୁରୁତ୍ୱ ଦିଆଯିବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି କୁହାଯାଇଛି । ମଙ୍ଗଳବାର ଆନ୍ଦୋଳନ ନବମ ଦିନରେ ପହଞ୍ଚିଥିବା ବେଳେ ମହାବିଦ୍ୟାଳୟର ଅଧ୍ୟକ୍ଷ ଆନ୍ଦୋଳନରତ ବିଦ୍ୟାର୍ଥୀଙ୍କୁ ଡାକି ଆଲୋଚନା କରିଥିଲେ ମଧ୍ୟ କୌଣସି ସମାଧାନ ହୋଇ ନ ଥିବାରୁ ଶେଷରେ ବାଧ୍ୟ ହୋଇ ମହାବିଦ୍ୟାଳୟର ମୁଖ୍ୟ ଫାଟକକୁ ତାଲା ପକାଇ ନିଜ ଦାବିର ସମାଧାନ କରିବାକୁ ଦାବି କରିଥିଲେ ।

ଇତି ମଧ୍ୟରେ ବିଦ୍ୟାର୍ଥୀ ମାନେ ନିଜ ଜିଦରେ ଅଟଳ ରହିବା ସହିତ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ଏବଂ କଲେଜ କର୍ତ୍ତୃପକ୍ଷଙ୍କ ସହିତ ଆଲୋଚନା କରି ବିଫଳ ହେବା ପରେ ଅହୋରାତ୍ର ଧାରଣା ଜାରି ରଖିଥିଲା । ଏଥିସହ ଗତକାଲି କଲେଜ ମୁଖ୍ୟ ଫାଟକ ସମ୍ମୁଖରେ ଧାରଣା ସହ ପ୍ରତିବାଦ କରୁଥିବା ସମୟରେ ଜଣେ ଛାତ୍ରୀ ଅସୁସ୍ଥ ହେବା ପରେ ତାଙ୍କୁ ଚିକିତ୍ସା ପାଇଁ ଆମ୍ୱୁଲାନ୍ସ ଯୋଗେ ବ୍ରହ୍ମପୁର ଏମ୍.କେ.ସି.ଜି ମେଡିକାଲକୁ ପଠାଯାଇଥିଲା ।

ଇଟିଭି ଭାରତ, ବ୍ରହ୍ମପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.