ETV Bharat / state

2 ଦିନିଆ ରିମାଣ୍ଡରେ ଖଲ୍ଲିକୋଟର କୁଖ୍ୟାତ ନିଶା ମାଫିଆ, ୬ ବ୍ୟାଙ୍କ ଆକାଉଣ୍ଟକୁ ନେଇ ଖୋଳତାଡ - khallikot drug mafia has been remanded

ପୋଲିସର ଦୁଇ ଦିନିଆ ରିମାଣ୍ଡରେ ଗଞ୍ଜାମ ଜିଲ୍ଲାର ଖଲ୍ଲିକୋଟ ଅଞ୍ଚଳର କୁଖ୍ୟାତ ନିଶା ମାଫିଆ ରଜନୀକାନ୍ତ ପଟ୍ଟନାୟକ। ଅଧିକ ପଢନ୍ତୁ...

ଦୁଇ ଦିନିଆ ରିମାଣ୍ଡରେ ଖଲ୍ଲିକୋଟର କୁଖ୍ୟାତ ନିଶା ମାଫିଆ, ୬ ବ୍ୟାଙ୍କ ଏକାଉଣ୍ଟକୁ ନେଇ ଖୋଳତାଡ

author img

By

Published : Oct 23, 2021, 10:29 PM IST

ବ୍ରହ୍ମପୁର: ପୋଲିସର ଦୁଇ ଦିନିଆ ରିମାଣ୍ଡରେ ଗଞ୍ଜାମ ଜିଲ୍ଲାର ଖଲ୍ଲିକୋଟ ଅଞ୍ଚଳର କୁଖ୍ୟାତ ନିଶା ମାଫିଆ ରଜନୀକାନ୍ତ ପଟ୍ଟନାୟକ। ପୋଲିସ ପକ୍ଷରୁ ବେଆଇନ୍ ଭାବରେ ଗଞ୍ଜେଇ, ଅଫିମ ଜବତ ସହିତ ଟଙ୍କା ଓ ସୁନା ଜବତ ହେବା ପରେ ପୋଲିସ୍ ଏହି ଘଟଣାର ତଦନ୍ତ ପ୍ରକ୍ରିୟାକୁ ଅଧିକ ବ୍ୟାପକ କରିବା ପାଇଁ ୬ଟି ବ୍ୟାଙ୍କ ଆକାଉଣ୍ଟ ରହିଥିବା ଜଣାପଡିବା ପରେ ଆରମ୍ଭ ହୋଇଛି ଖୋଳତାଡ । ଠାବ ହୋଇଥିବା ଆକାଉଣ୍ଟ ଯାଞ୍ଚ ପରେ ଫ୍ରିଜ କରାଯିବ ।

ଦୁଇ ଦିନିଆ ରିମାଣ୍ଡରେ ଖଲ୍ଲିକୋଟର କୁଖ୍ୟାତ ନିଶା ମାଫିଆ, ୬ ବ୍ୟାଙ୍କ ଏକାଉଣ୍ଟକୁ ନେଇ ଖୋଳତାଡ

ଏପରିକି ପୋଲିସର ପ୍ରାଥମିକ ତଦନ୍ତରେ ଖଲ୍ଲିକୋଟ ଥାନା ଖୋଜାପଲ୍ଲୀରୁ ଗିରଫ ବ୍ୟବସାୟ ଜଣଙ୍କ ଗତ ୧୦ ବର୍ଷ ଧରି ଏଭଳି ବ୍ୟବସାୟ କରି ଆସୁଥିବା ଜଣାପଡିବାରୁ ଗିରଫ ଅଭିଯୁକ୍ତ ଜଣଙ୍କ ସହିତ ଆଉ କାହାର ସମ୍ପୃକ୍ତି ରହିଛି କି ନାହିଁ ତାହାକୁ ଏହି ରିମାଣ୍ଡ ସମୟରେ ଅନୁଧ୍ୟାନ କରିବ ପୋଲିସ । ଗିରଫ ରଜନୀକାନ୍ତ ପଟ୍ଟନାୟକଙ୍କୁ ଆଜିଠାରୁ ଦୁଇ ଦିନିଆ ପୋଲିସ ରିମାଣ୍ଡରେ ରହିବ ବୋଲି ଗଞ୍ଜାମ ପୋଲିସ ମୁଖ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଗଞ୍ଜାମ ଆରକ୍ଷୀ ଅଧିକ୍ଷକ ବ୍ରିଜେଶ କୁମାର ରାୟ ।

ଏପରିକି ଗିରଫ ରଜନୀକାନ୍ତଙ୍କ ପୁଅକୁ ମଧ୍ୟ ପୋଲିସ ପକ୍ଷରୁ ପଚରାଉଚରା କରାଯାଉଛି। ରଜନୀକାନ୍ତଙ୍କ କେତେ ସମ୍ପତ୍ତି ରହିଛି ସେନେଇ ଆକଳନ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଏହି ଘଟଣା ପରେ ତାରି ପାଖରେ ରହିଥିବା ଏତେ ପରିମାଣର ସୁନା ଅଳଙ୍କାରକୁ ସେ ବିଭିନ୍ନ ବ୍ୟକ୍ତିବିଶେଷଙ୍କ ଠାରୁ ନିଜ ପାଖରେ ରଖି ସୁନା ବଦଳରେ ଟଙ୍କା ଦେଇ ଚଢାଦରରେ ରଣ ଆଦାୟ କରୁଥିବା ଜଣାପଡିଛି। ଏପରିକି ଏହି ଘଟଣାପରେ ଗଞ୍ଜାମ ପୋଲିସର ବରିଷ୍ଠ ଅଧିକାରୀଙ୍କ ନେତୃତ୍ବରେ ତିନୋଟି ଟିମ ଗଠନ ହୋଇଛି । ସେଥିରୁ ଗୋଟିଏ ଟିମ ଭୁବନେଶ୍ବର ଯାଇ ତଦନ୍ତ କରୁଛି । ଗିରଫ ପଟ୍ଟନାୟକ ନିଜ ପାଖରେ ରଖିଥିବା ଗଞ୍ଜେଇ କନ୍ଧମାଳ ଜିଲ୍ଲାରୁ ଆଣୁଥିବାବେଳେ ଏହାକୁ ନେଇ କନ୍ଧମାଳ ପୋଲିସ ସହ ଆଲୋଚନା କରାଯାଇଥିବା କୁହାଯାଇଛି। ସେହିପରି ଅଫିମ କାରବାରର ଚେର ଅନୁଧ୍ୟାନ କରିବା ପାଇଁ ପୋଲିସ ଟିମ୍ ଖୋଳତାଡ଼ ଜାରି ରଖିଛି ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.