ETV Bharat / state

ଏବେବି ତିଷ୍ଠି ରହିଛି ପରମ୍ପରା, ଚାହିଦା କମିଲେ ବି ଚାଲିଛି କଣ୍ଢେଇ ଯାତ୍ରା - doll festival survives even as demand declines

ଆଷାଢ଼ ମାସ ପୂର୍ଣ୍ଣିମା ତିଥିରେ ରେଶମ ସହର ବ୍ରହ୍ମପୁରରେ ଆୟୋଜିତ ହୋଇଥାଏ ଐତିହାସିକ କଣ୍ଢେଇ ଯାତ୍ରା । ହଜି ଯାଉଥିବା ପରମ୍ପରାକୁ ଉଜ୍ଜୀବିତ ରଖିବାକୁ ଏହ ଏକ ପ୍ରୟାସ ହୋଇଥିବାବେଳେ ଯାତ୍ରା ସାମିଲ ହୋଇ ଭଳିକି ଭଳି କଣ୍ଢେଇ କିଣୁଛନ୍ତି ଲୋକେ । ଅଧିକ ପଢନ୍ତୁ

ବ୍ରହ୍ମପୁରରେ କଣ୍ଢେଇ ଯାତ୍ରା
ବ୍ରହ୍ମପୁରରେ କଣ୍ଢେଇ ଯାତ୍ରା
author img

By

Published : Jul 6, 2023, 7:25 AM IST

ବ୍ରହ୍ମପୁରରେ କଣ୍ଢେଇ ଯାତ୍ରା

ବ୍ରହ୍ମପୁର: ପ୍ରତ୍ୟେକ ବର୍ଷ ଆଷାଢ଼ ମାସ ପୂର୍ଣ୍ଣିମା ତିଥିରେ ରେଶମ ସହର ବ୍ରହ୍ମପୁରରେ ଆୟୋଜିତ ହୋଇଥାଏ ଐତିହାସିକ କଣ୍ଢେଇ ଯାତ୍ରା । ସହରର ଖାଷ୍ପା ସାହିରେ ପ୍ରତ୍ୟେକ ବର୍ଷ ଆୟୋଜିତ ହେଉଥିବା ଏହି ଯାତ୍ରା ହଜି ଯାଉଥିବା ପରମ୍ପରାକୁ ଉଜ୍ଜୀବିତ ରଖିବାକୁ ଏକ ପ୍ରୟାସ ବୋଲି କୁହାଯାଉଛି। ଯାତ୍ରାରେ ମାଟି କଣ୍ଢେଇ,ଗୋବର କଣ୍ଢେଇ ,ଚିନି କଣ୍ଢେଇ ପରି ଭଳିକି ଭଳି କଣ୍ଢେଇର ଚାହିଦା ଦେଖିବାକୁ ମିଳୁଥିବାବେଳେ ଆଧୁନିକତାର ଛାପ ମଧ୍ୟରେ ପାରମ୍ପରିକ କଣ୍ଢେଇ ସହ ପ୍ଳାଷ୍ଟିକ ଓ ରବର କଣ୍ଢେଇ ବିକ୍ରିବଟା ବୃଦ୍ଧି ପାଇଛି।

ବର୍ଷ ବର୍ଷ ଧରି ବ୍ରହ୍ମପୁର ସହରର କଳା ସଂସ୍କୃତି ମଧ୍ୟରେ ସ୍ବତନ୍ତ୍ର ସ୍ଥାନ ଅଧିକାର କରିଥିବା ପ୍ରସିଦ୍ଧ କଣ୍ଢେଇ ଯାତ୍ରାର ରହିଥାଏ ଭିନ୍ନ ଆକର୍ଷଣ । ପ୍ରତ୍ୟେକ ବର୍ଷ ଆଷାଢ଼ ମାସ ପୂର୍ଣ୍ଣିମା ତିଥିରେ ସହରର ଖାସ୍ପା ସାହିରେ ଆୟୋଜିତ ହେଉଥିବା ଏହି ଯାତ୍ରାକୁ ଦେଖିବାକୁ ସତେ ଯେପରି ସମସ୍ତେ ଅପେକ୍ଷା କରି ରହିଥାଆନ୍ତି । ଏଥିରେ ମାଟିରେ ନିର୍ମିତ ହାତୀ, ଘୋଡ଼ା, ମୟୂର, ହରିଣଠାରୁ ଆରମ୍ଭ କରି ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରାଙ୍କ ଅନେକ ଛୋଟଛୋଟ ମୂର୍ତ୍ତିର ପସରା ଦେଖିବାକୁ ମିଳେ । ସେହିଭଳି ଗୋବର କଣ୍ଢେଇ, ଚିନିର ପ୍ରସ୍ତୁତ କଣ୍ଢେଇ ପରି ଭଳିକି ଭଳି କଣ୍ଢେଇର ବିକ୍ରିବଟା ବେଶ୍ ଜମିଥାଏ । ତେବେ ଆଧୁନିକତାର ଛାପରେ ଦିନକୁ ଦିନ ପାରମ୍ପରିକ କଣ୍ଢେଇ ସେତେଟା ଦେଖିବାକୁ ମିଳୁନଥିଲେ ମଧ୍ୟ ଇତିମଧ୍ୟରେ ଏହି ଯାତ୍ରା ଏକ ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିଛି ।

ଆଧୁନିକତାର ଛାପରେ ଧୀରେଧୀରେ ସେହି ପାରମ୍ପରିକ କଣ୍ଢେଇର ସ୍ଥାନ ନେବାକୁ ବସିଛି ପ୍ଲାଷ୍ଟିକ, ଉଲ୍ ଓ ସିନ୍ଥେଟିକରେ ନିର୍ମିତ କଣ୍ଢେଇ । ଯାହା ବର୍ତ୍ତମାନ ସମସ୍ତଙ୍କ ଆଦର ସାଜିଛି । ହେଲେ ବର୍ତ୍ତମାନ ପରମ୍ପରା ବଜାୟ ରଖିବା ପାଇଁ ହାତ ଗଣତି କେତେକ ବ୍ୟବସାୟୀ ଏବେ ମଧ୍ୟ ସେହି ମାଟି କଣ୍ଢେଇ, ଗୋବର କଣ୍ଢେଇ ଆଦି ପ୍ରସ୍ତୁତ କରି ବିକ୍ରି କରୁଥିବା କହିଛନ୍ତି । କୁହାଯାଏ ପ୍ରାୟ ୩୫୦ ବର୍ଷର ପୁରାତନ ପରମ୍ପରା ଓ ସଂସ୍କୃତିକୁ ବହନ କରୁଥିବା ଏହି ଯାତ୍ରା ପ୍ରଥମେ ମହୁରି ରାଜବଂଶ ଅମଳରୁ ଆରମ୍ଭ ହୋଇଥିଲା ।

ପୂର୍ବେ ମହୁରୀଗଡ଼ର ପେଣ୍ଠସ୍ଥଳୀ ରହିଥିଲା ବର୍ତ୍ତମାନର ସହରର ଖାଷ୍ପା ସାହି । ଗଡ ଆଖପାଖ ଅଞ୍ଚଳରୁ ବହୁ ସଂଖ୍ୟାରେ ଲୋକେ ଏହି ଯାତ୍ରା ଦେଖିବା ସହ ପିଲାଙ୍କ ନିମନ୍ତେ ହାତ ତିଆରି କଣ୍ଢେଇ କିଣିବା ପାଇଁ ଭିଡ଼ ଜମାଉଥିଲେ । ଆଉ ଏହି ଯାତ୍ରାରେ ବ୍ୟବସାୟୀମାନେ ବିଭିନ୍ନ ରକମର ହାତ ତିଆରି କଣ୍ଢେଇ ବିକ୍ରିବଟା କରି ବେଶ୍ ଦୁଇ ପଇସା ରୋଜଗାର ମଧ୍ୟ କରୁଥିଲେ । ଏହାସହ ପୂର୍ବେ ଝିଅକୁ ବିବାହ କରିବା ସମୟରେ ବିଭିନ୍ନ ରକମର କଣ୍ଢେଇ ଦେଇ ବିଦାୟ କରିବାର ପରମ୍ପରା ରହିଥିଲା । ଯେଉଁଥିପାଇଁ ଏହି ଯାତ୍ରାରେ କଣ୍ଢେଇର ଢେର ଚାହିଦା ରହିଥିଲା । ହେଲେ ଧୀରେଧୀରେ ଏହି ଯାତ୍ରାକୁ ଅଧିକ ଆକର୍ଷଣୀୟ କରିବା ପାଇଁ ଉଦ୍ୟମ ଜାରି ରହିଥିବାବେଳେ ସରକାରୀ ପ୍ରୋତ୍ସାହନ ମିଳିଲେ ଏହା ଆହୁରୀ ବ୍ୟାପକ ହୋଇପାରିବ ବୋଲି ମତ ପ୍ରକାଶ ପାଇଛି ।

ଇଟିଭି ଭାରତ, ବ୍ରହ୍ମପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.