ETV Bharat / state

ଫଟିଲାଇଜର ପ୍ରକଳ୍ପ ବିବାଦ: ଲୋକଙ୍କ କବଜାରେ ପ୍ରୋଜେକ୍ଟ ଏରିଆ, ଧସେଇ ପଶି କାମ ବନ୍ଦ ପାଇଁ ଦାବି

author img

By

Published : Nov 1, 2022, 3:05 PM IST

Updated : Nov 1, 2022, 3:58 PM IST

ଗତ କିଛି ମାସର ବ୍ୟବଧାନ ପରେ ଗଞ୍ଜାମ ଜିଲ୍ଲାର କାଳିପଲ୍ଲୀ ପଞ୍ଚାୟତ ନିକଟରେ ଗଢି ଉଠିବାକୁ ରହିଥିବା ଦୀପକ ଫଟିଲାଇଜର ପ୍ରକଳ୍ପ କାର୍ଯ୍ୟ ପୁନଃ ଆରମ୍ଭକୁ ନେଇ ଦେଖାଦେଇଛି ବିବାଦ । କାମ ଆରମ୍ଭ ହେବା ପୂର୍ବରୁ ଗ୍ରାମବାସୀ ଜନଶୁଣାଣି ପାଇଁ ଦାବି କରିବା ସହ ପ୍ରକଳ୍ପ ସ୍ଥଳରେ ସ୍ଥାନୀୟ ଲୋକେ ଧସେଇ ପଶିଛନ୍ତି। ଅଧିକ ପଢନ୍ତୁ

Deepak Fertilizer project
ଦୀପକ ଫଟିଲାଇଜର ପ୍ରକଳ୍ପ ବିବାଦ, କାର୍ଯ୍ୟ ଆରମ୍ଭ ପୂର୍ବରୁ ଜନଶୁଣାଣି ପାଇଁ ଗ୍ରାମବାସୀଙ୍କ ଦାବି

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ଛତ୍ରପୁର ବ୍ଳକର କାଳିପଲ୍ଲୀ ପଞ୍ଚାୟତର ଦୀପକ ଫଟିଲାଇଜର ପ୍ରକଳ୍ପ (Deepak Fertilizer project)କୁ ବିରୋଧ ପ୍ରସଙ୍ଗ । କାର୍ଯ୍ୟ ଆରମ୍ଭ ହେବା ପୂର୍ବରୁ ଜନଶୁଣାଣି କରିବା ପାଇଁ କାଳିପଲ୍ଲୀ ଗ୍ରାମବାସୀ ଆଜି (ମଙ୍ଗଳବାର) ଦାବି କରିଛନ୍ତି । ଏହାସହିତ ପ୍ରକଳ୍ପ ସ୍ଥଳରେ ଗ୍ରାମବାସୀ ମାନେ ଧସେଇ ପଶିଥିବା ସହ କାମ ବନ୍ଦ ନ ହେବା ପର୍ଯ୍ୟନ୍ତ ସେହି ସ୍ଥାନରେ ରହିବେ ବୋଲି କହିଛନ୍ତି । ଗତକାଲି ଏହି ପ୍ରକଳ୍ପକୁ ବିରୋଧ କରି ଗ୍ରାମବାସୀ ଓ ପୋଲିସ ମୁହାଁମୁହିଁ ହୋଇଥିଲେ । ପ୍ରକଳ୍ପ ଲାଗି ଜମି ହରାଇଥିବା ଗ୍ରାମବାସୀଙ୍କ ବିରୋଧରେ ଗ୍ରାମରେ ଚାପା ଉତ୍ତେଜନା ଦେଖିବାକୁ ମିଳିଥିଲା ।

ଫଟିଲାଇଜର ପ୍ରକଳ୍ପ ବିବାଦ: କମ୍ପାନୀ ପରିସରକୁ କବଜା କଲେ ଲୋକେ

ଟାଟାର ମେଗା ପ୍ରକଳ୍ପ ପାଇଁ ଜମି ହରାଇଥିବା ଗ୍ରାମବାସୀ ମାନେ ଗତ କିଛି ମାସ ଧରି ଏହି ପ୍ରକଳ୍ପକୁ ବିରୋଧ କରିବା ପରେ ଏହି କାର୍ଯ୍ୟ ବନ୍ଦ ରହିଥିଲା । ହେଲେ ପୁଣି କିଛି ମାସର ବ୍ୟବଧାନ ପରେ ପୋଲିସ ଉପସ୍ଥିତିରେ ପ୍ରକଳ୍ପ କାର୍ଯ୍ୟ କରାଯାଉଥିବା ଯୋଗୁଁ ଏପରି ଗ୍ରାମବାସୀ ସାମୁହିକ ଭାବରେ ପ୍ରକଳ୍ପ ସ୍ଥଳରେ ବିରୋଧ ସମୟରେ ଏପରି ଉତ୍ତେଜନା ମୂଳକ ପରିସ୍ଥିତି ଦେଖିବାକୁ ମିଳିଛି । ଗତ କିଛି ମାସ ତଳେ ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ହେବାକୁ ନେଇ ଗ୍ରାମବାସୀ ମାନେ ପ୍ରକଳ୍ପ ସ୍ଥଳରେ ଏକତ୍ରିତ ହୋଇ ଧାରଣାରେ ବସି ରହିବା ସହ ସରକାରଙ୍କ ନିକଟରେ ବିଭିନ୍ନ ଦାବି ରଖିଥିଲେ ।

ଫଟିଲାଇଜର ପ୍ରକଳ୍ପ ବିବାଦ: କାର୍ଯ୍ୟ ଆରମ୍ଭ ପୂର୍ବରୁ ଜନଶୁଣାଣି ଦାବି

ଏହା ବି ପଢନ୍ତୁ- ଫଟିଲାଇଜର ପ୍ରକଳ୍ପକୁ ବିରୋଧ, ପୋଲିସ-ଗ୍ରାମବାସୀ ମୁହାଁମୁହିଁ

ଏହାକୁ ନେଇ ପ୍ରଶାସନ ଓ ଗ୍ରାମବାସୀଙ୍କ ମଧ୍ୟରେ ବାରମ୍ବାର ଆଲୋଚନା ହୋଇଥିବା ବେଳେ ପ୍ରକଳ୍ପ କାର୍ଯ୍ୟ ବନ୍ଦ ରହିଥିଲା । ଏହାପରେ ସୋମବାର ଗଞ୍ଜାମ ଜିଲ୍ଲାପ୍ରଶାସନ ପକ୍ଷରୁ ପୋଲିସ ଉପସ୍ଥିତିରେ କାର୍ଯ୍ୟ ଆରମ୍ଭ କରିଥିବା ଖବର ପାଇ ଗ୍ରାମବାସୀ ମାନେ ମିଳିତ ଭାବରେ ପ୍ରକଳ୍ପ ସ୍ଥଳ ନିକଟରେ ପହଞ୍ଚି ପ୍ରକଳ୍ପ କାର୍ଯ୍ୟକୁ ବିରୋଧ କରିଥିଲେ । ଏଭଳି ସମୟରେ ପୋଲିସ ଓ ଗ୍ରାମବାସୀଙ୍କ ମଧ୍ୟରେ ଧସ୍ତାଧସ୍ତି ପରିସ୍ଥିତି ଉପୁଜିଥିବା ବେଳେ ଗ୍ରାମବାସୀ ମାନେ ପ୍ରଶାସନ ଓ ପୋଲିସକୁ ପ୍ରଥମେ ସେମାନଙ୍କ ଦାବିକୁ ଗୁରୁତ୍ବ ଦେବା ସହିତ ଜିଲ୍ଲା ପ୍ରଶାସନ ଏ ନେଇ ତୁରନ୍ତ ବୈଠକ କରି ଆଲୋଚନା କରିବାକୁ ଦାବି ରଖିଥିଲେ ।

ପ୍ରକଳ୍ପ ହେଲେ ଧନଜୀବନ କ୍ଷତି ନେଇ ଗ୍ରାମବାସୀଙ୍କ ଅଭିଯୋଗ:-

ଏପରିକି ପ୍ରଥମେ ଅଞ୍ଚଳର ଧନଜୀବନ ଅଧିକ ମାତ୍ରାରେ ପ୍ରଭାବିତ ହେବା ସହିତ ଅଞ୍ଚଳର କିଆ ଫୁଲ ଚାଷ ଯାହାକି ଅଞ୍ଚଳ ବାସିନ୍ଦାଙ୍କର ଜୀବନ ଜୀବିକା ତାହା ନଷ୍ଟ ହେବ ବୋଲି କହିଛନ୍ତି ଗ୍ରାମବାସୀ । ସେହିପରି କାଳିପଲ୍ଲୀ ଗ୍ରାମବାସୀଙ୍କ ସହିତ କେବଳ ଆଲୋଚନା ନକରି ଆଖପାଖ ଅଞ୍ଚଳ ବାସିନ୍ଦାଙ୍କ ସହିତ ମଧ୍ୟ ଆଲୋଚନା କରିାଯିବାକୁ ଗ୍ରାମବାସୀ ଦାବି କରିଛନ୍ତି । ସେହିପରି ଏହି ପ୍ରକଳ୍ପ ହେଲେ ଆଖପାଖରେ ଗଢି ଉଠିଥିବା ଚିଙ୍ଗୁଡି ଜାଆଁଳା ଚାଷ ଉପରେ ମଧ୍ୟରେ ମଧ୍ୟ ଏହାର ବେଶ ପ୍ରଭାବ ପଡିବ ବୋଲି କୁହାଯାଇଛି ।

ଗତ ଅକ୍ଟୋବର ୨୧ ତାରିଖରେ ରାଜ୍ୟ ସରାକଙ୍କ ପକ୍ଷରୁ ଟାଟା ମେଗାଷ୍ଟିଲ ପ୍ଲାଣ୍ଟ ପାଇଁ ନିଆଯାଇଥିବା ଗ୍ରାମବାସୀଙ୍କ ଜମି ମଧ୍ୟରୁ ଯେଉଁ ଜମି କୌଣସି କାର୍ଯ୍ୟରେ ବ୍ୟବହାର ହୋଇନାହିଁ ତାହାକୁ ଜନସାଧାରଣଙ୍କ ବୃହତ୍ତର ସ୍ବାର୍ଥକୁ ଦୃଷ୍ଟିରେ ରଖି ସରକାରଙ୍କ ପକ୍ଷରୁ କ୍ୟାବେନେଟ ବୈଠକରେ ଏକ ନିଷ୍ପତ୍ତି ମାଧ୍ୟମରେ ୨୦୬.୬୮୫ ଏକର ଜମିକୁ ଗ୍ରାମବାସୀଙ୍କୁ ହସ୍ତାନ୍ତର କରାଯିବାକୁ ଘୋଷଣା ହୋଇଥିଲା । ଆଉ ଏହା ପରେ ପୁଣି ଥରେ ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ହୋଇଥିବାରୁ ଗ୍ରାମବାସୀ ଏହାକୁ ବିରୋଧ କରିଛନ୍ତି ।

ତେବେ ଏଥିପ୍ରତି ଦୃଷ୍ଟି ଦିଆନଗଲେ ଆଗାମୀ ଦିନରେ ଆନ୍ଦୋଳନ ଆହୁରି ବ୍ୟାପକ କରାଯିବାକୁ ଚେତାବନୀ ଦିଆଯାଇଛି । ସେପଟେ ପ୍ରଶାସନର କହିବା କଥା ସ୍ଥାନୀୟ କୋର୍ଟର ନିର୍ଦ୍ଦେଶ ମୁତାବକ ପ୍ରକଳ୍ପ କାର୍ଯ୍ୟ କରାଯିବା ପାଇଁ ପୋଲିସ ପକ୍ଷରୁ ସୁରକ୍ଷା ଦିଆଯାଉଛି । ଗ୍ରାମବାସୀଙ୍କ ଯାହା ଦାବି ରହିଛି ତାହାକୁ ନେଇ ଜିଲ୍ଲା ପ୍ରଶାସନ ସହିତ ଆଲୋଚନା କରି ଏହାର ସମାଧାନ କରାଯିବାର ଆବଶ୍ୟକତା ରହିଛି ।

ଇଟିଭି ଭାରତ, ବ୍ରହ୍ମପୁର

Last Updated : Nov 1, 2022, 3:58 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.