ETV Bharat / state

ଜବକାର୍ଡଧାରୀ ଶ୍ରମିକ ହେଲେ ସରପଞ୍ଚ - ଜବକାର୍ଡଧାରୀରୁ ପଞ୍ଚାୟତ ସରପଞ୍ଚ

ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ଫଳାଫଳକୁ ଚର୍ଚ୍ଚା ଲାଗିଥିବା ବେଳେ ଗଞ୍ଜାମ ଜିଲ୍ଲାରେ ଜଣେ MGNREGA ଜବକାର୍ଡଧାରୀ ଦିନବନ୍ଧୁ ଦାସ ହୋଇଛନ୍ତି ପଞ୍ଚାୟତର ସରପଞ୍ଚ । ଅଧିକ ପଢନ୍ତୁ

ଦୀନବନ୍ଧୁ ହେଲେ ସରପଞ୍ଚ
ଦୀନବନ୍ଧୁ ହେଲେ ସରପଞ୍ଚ
author img

By

Published : Mar 1, 2022, 6:07 AM IST

ବ୍ରହ୍ମପୁର: ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ଫଳାଫଳକୁ ଚର୍ଚ୍ଚା ଲାଗିଥିବା ବେଳେ ଗଞ୍ଜାମ ଜିଲ୍ଲାରେ ଜଣେ MGNREGA ଜବକାର୍ଡଧାରୀ ଦିନବନ୍ଧୁ ଦାସ ହୋଇଛନ୍ତି ପଞ୍ଚାୟତର ସରପଞ୍ଚ ।

ଘଟଣା ହେଉଛି ଗଞ୍ଜାମ ଜିଲ୍ଲା ପୁରୋଷତ୍ତୋମପୁର ବ୍ଲକର ଗାଙ୍ଗଦହଣୀ ପଞ୍ଚାୟତର । ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ କାର୍ଯ୍ୟ କରିବା ସହ ଦିନ ମଜୁରିଆ ଶ୍ରମିକ ଭାବରେ କାର୍ଯ୍ୟ କରି ପରିବାର ପ୍ରତିପୋଷଣ କରୁଛନ୍ତି ଦିନବନ୍ଧୁ । ଗରିବ ହୋଇଥିଲେ ମଧ୍ୟ ପଞ୍ଚାୟତ ଓ ଗ୍ରାମର ବିକାଶ ପାଇଁ ସର୍ବଦା ଚିନ୍ତା କରି ଆସୁଥିବା ଦିନ ମଜୁରିଆ ଦିନବନ୍ଧୁ ଶେଷରେ ସରପଞ୍ଚ ଭାବରେ ହୋଇଛନ୍ତି ନିର୍ବାଚିତ।

ଚଳିତ ନିର୍ବାଚନରେ ଦିନବନ୍ଧୁ ମୋଟ ୧ ହଜାର ୩୨୯ ଭୋଟ ପାଇ ନିଜ ପ୍ରତିଦ୍ବନ୍ଦ୍ବୀ ତଥା ପଞ୍ଚାୟତର ପୂର୍ବତନ ସରପଞ୍ଚ ଅମରେଶ ସେଠୀଙ୍କୁ ୨୯୬ ଖଣ୍ଡ ଭୋଟରେ ପରାସ୍ତ କରିଛନ୍ତି । ଦିନବନ୍ଧୁ ନିଜ ପଞ୍ଚାୟତର ବିକାଶ କରିବା ପାଇଁ ଅନେକ ସ୍ବପ୍ନ ଦେଖିଥିବା ବେଳେ ଆଗାମୀ ଦିନରେ ପଞ୍ଚାୟତରେ କିପରି ବିକାଶ କରିବେ ଏବଂ ଏଭଳି ବିଜୟକୁ ନେଇ ଚର୍ଚ୍ଚା ଯୋର ଧରିଛି ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

For All Latest Updates

TAGGED:

Ganjam News
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.