ଭଞ୍ଜନଗର: ଯୁବକଙ୍କ ଗଳିତ ମୃତଦେହ ଉଦ୍ଧାର । ଏଭଳି ଘଟଣା ଦେଖିବାକୁ ଗଞ୍ଜାମ ଜିଲ୍ଲା ଅଧିନ ଜଗନ୍ନାଥପ୍ରସାଦ ଥାନା ଅନ୍ତର୍ଗତ ମଳିଙ୍ଗି ଗାଁରେ । ସୂଚନାନୁସାରେ ସମ୍ପର୍କୀୟ ଭାଉଜଙ୍କ ସମ୍ପର୍କକୁ କେନ୍ଦ୍ର କରି ଏହି ହତ୍ୟାକାଣ୍ଡ ଘଟିଥିବା ଜଣାପଡିଛି ।
ତେବେ ହତ୍ୟାକାଣ୍ଡରେ ମୃତ୍ୟୁବରଣ କରିଥିବା ଯୁବକ ଜଣକ ହୋଉଛନ୍ତି ସୁଗମ ଗ୍ରାମର ମାଧବ ନାଇକ । ଆଉ ଏହି ଜଘନ୍ୟ ହତ୍ୟାକାଣ୍ଡରେ ସମ୍ପର୍କୀୟ ୨ ଭାଇଙ୍କ ସମେତ କିଛି ସହଯୋଗୀ ଏହି କାଣ୍ଡ ଭିଆଇଥିବା ପୋଲିଲସ ପକ୍ଷରୁ ସୂଚନା ମିଳିଛି ।
ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି ହତ୍ୟାକାଣ୍ଡ ପରେ ମୃତ ଭାଇକୁ କାଜୁ ଜଙ୍ଗଲରେ ପୋତିବା ସହ ଜଗନ୍ନାଥପ୍ରସାଦ ଥାନା ପୋଲିସ ନିକଟରେ ଆତ୍ମସମର୍ପଣ କରି ହତ୍ୟାକାଣ୍ଡ ବିଷୟରେ ସୂଚନା ଦେଇଛି । ସେପଟେ ପୋଲିସ ହତ୍ୟାକାଣ୍ଡ ସମ୍ପର୍କରେ ଅଧିକ ତଦନ୍ତ କରିବା ସହ ଏହି ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତଙ୍କୁ ଗିରଫ କରିବା ନେଇ ତଦନ୍ତ ଚଳାଇଛି ।
ଭଞ୍ଜନଗରରୁ ରଞ୍ଜନ ସ୍ବାଇଁ, ଇଟିିଭି ଭାରତ