ETV Bharat / state

ଆଜି ବିଶ୍ବ ଦହିବରା-ଆଳୁଦମ ଦିବସ, କଟକ ଦହିବରା ଯିଏ ଖାଇଛି ସିଏ ଜାଣିଛି

author img

By

Published : Mar 1, 2023, 10:51 AM IST

ଓଡିଆଙ୍କୁ ଗର୍ବିତ କରିଛି ଦହିବରା ଆଳୁଦମ । ଏହି ଖାଦ୍ୟ ପାଇଁ ଦେଶ ବାହାରେ ମଧ୍ୟ ପରିଚିତ କଟକ । ଆଜି ଦହିବରା-ଆଳୁଦମ ଦିବସରେ ଜାଣନ୍ତୁ ଏହାର ପ୍ରସ୍ତୁତି ପ୍ରଣାଳୀ । ଅଧିକ ପଢନ୍ତୁ

International Dahibara Aloodum Divas
International Dahibara Aloodum Divas

ହାଇଦ୍ରାବାଦ: ଆଜି ବିଶ୍ବ ଦହିବରା ଆଳୁଦମ ଦିବସ । ଦହିପାଣିରେ ଡୁବିଥିବା ବରା ସାଙ୍ଗକୁ ଆଳୁଦମ, ପିଆଜ ଆଉ ସେଓ । ଫିକା ହଳଦିଆ ବରା ସାଙ୍ଗରୁ ଯିଏ ଖାଇଛି ସିଏ ଜାଣିଛି । କଟକର ଗଳିକନ୍ଦିରୁ ବାହାରି ବିଶ୍ବ ସ୍ତରରେ ଓଡିଆଙ୍କୁ ଗର୍ବିତ କରିଛି ଦହିବରା ଆଳୁଦମ୍‌ । ଓଡିଶାରେ ଏମିତି କେହି ନଥିବେ ଯାହାକୁ ଦହିବରା ପସନ୍ଦ ନଥିବ । ଆଜି ଦହିବରା ଆଳୁଦମ ଦିବସରେ ପ୍ରତ୍ୟେକ୍ଷ ଲୋକ ଦହିବରା ଦିବସ ପାଳନ କରିଥାନ୍ତି ।

ଦହିବରା.. ନାମ ଯେମିତି ସ୍ବାଦ ସେମିତି । ନାଁ ଶୁଣିଲେ ହିଁ ପ୍ରତ୍ୟେକ ଓଡିଆଙ୍କ ମୁହଁରେ ପାଣି ଆସିଯାଇଥାଏ । ସକାଳ ହେଉ କି ସନ୍ଧ୍ୟା ସବୁ ସମୟରେ ଲୋକେ ଦହିବରା ଖାଇବା ପାଇଁ ପସନ୍ଦ କରିଥାନ୍ତି । ଦହିବରା ଖାଇବା ପରେ ରାଗ ଖଟା ଦହିପାଣି ପିଇ ମଜା ନେଇଥାନ୍ତି ଦହିବରା ପ୍ରେମୀ । ଦହିବରା ଆଳୁଦମ୍‌ ସାଧାରଣତଃ ଓଡିଶାର ପ୍ରତ୍ୟେକ ସ୍ଥାନରେ ମିଳିଥାଏ । କିନ୍ତୁ କଟକ ଦହିବରାର ମଜା ନିଆରା । ଦହିବରାର ବିଭିନ୍ନ ପ୍ରକାରର ଭେରାଇଟି କଟକରେ ପ୍ରସ୍ତୁତ ହୁଏ । କଟକବାସୀ ଦହିବରା ଖାଇ ଦିନ ଆରମ୍ଭ କରନ୍ତି କହିଲେ ମଧ୍ୟ ଅତ୍ୟୁକ୍ତି ହେବ ନାହିଁ ।

କଟକ ଦହିବରା ଆଳୁଦମ ବିଶ୍ବ ପ୍ରସିଦ୍ଧ । ପ୍ରାୟ ଲୋକେ ଦହିବରା କହିଲେ ଜାଣିବେ । ସୁସ୍ବାଦୁ ଦହିବରା ଆଳୁଦମ ବିକ୍ରିରେ କେଉଁ କାଳରୁ କଟର ପ୍ରସିଦ୍ଧି ଲାଭ କରିଛି । ଏହି ଖାଦ୍ୟକୁ ନେଇ ସରକାରୀ ମାନ୍ୟତା ନେଇ ଦାବି ହୋଇ ଆସୁଥିଲେ ସୁଦ୍ଧା ମାନ୍ୟତା ମିଳିନଥିବା ବେଳେ ତଥାପି ଦହିବରା ପାଇଁ କଟକ ପ୍ରସିଦ୍ଧ ବୋଲି ସମସ୍ତେ ଜାଣିଥାନ୍ତି ।

ଏମିତି ତିଆରି ହୁଏ ଦହିବରା: ରାତିରୁ ବିରି ବାଟି ରଖିଥାନ୍ତି ବ୍ୟବସାୟୀ । ଏହାପରେ ଠିକ ୨ଟା ବାଜିଲେ ବେପାରୀର ନିଦ ଭାଙ୍ଗିଯାଇଥାଏ । କାରଣ ବରା ହୋଇ ଦହି ପାଣିରେ ଭିଜିଲେ ହିଁ ପ୍ରକୃତ ମଜା ଆସିବ । ବରାକୁ ଛଣାହେବା ପରେ କିଛି ସମୟ ଦହି ମିଶା ଲୁଣ ପାଣିରେ ପକାଇ ଦିଆଯାଇଥାଏ । ଏହାପରେ ଭୃଷୁଙ୍ଗା ପତ୍ରକୁ ଭାଜି ଧନିଆ ପତ୍ର, ଲଙ୍କା, ପିଆଜ, ଜିରା, ସୋରିଷରେ ଫୁଟଣ କରାଯାଇଥାଏ । ଏହାପରେ ଗୁଗୁନି ଏବଂ ନାଲିଆ ସାଙ୍ଗକୁ ରାଗ ଆଳୁଦମ ତିଆରି କରାଯାଇଥାଏ । ସମ୍ପୂର୍ଣ୍ଣ ରୂପେ ପ୍ରସ୍ତୁତି ଶେଷ ପରେ ସକାଳୁ ରାସ୍ତା କଡରେ ଲାଗେ ଠେଲା । ଆଉ ଦହିବରା ବାସ୍ନାରେ ଛାଇ ଯାଆନ୍ତି ଗ୍ରାହକ । ଆଉ ତା' ଉପରେ ଚୁନ ଚୁନ କଟା ହୋଇଥିବା ପିଆଜ, ସେଉ, କଞ୍ଚାଲଙ୍କା, ଧନିଆପତ୍ର, ବିଟ୍‌ ଲୁଣକୁ ଟିକେ ଚାଟ୍‌ ମସାଲା ଦେଇ ପରସା ଦିଆଯାଏ । ଯାହା ଆଳୁଦମର ସ୍ବାଦକୁ ଦ୍ବିଗୁଣିତ କରିଥାଏ । ରାଗ ରାଗ ଦହିବରା ସାଙ୍ଗକୁ ଶେଷରେ ଦହିପାଣି ଆହା ଆତ୍ମା ଶାନ୍ତି ହୋଇଗଲା ଭଳି ଲାଗିଥାଏ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.