ETV Bharat / state

କୂଳଖାଉଛି ସମୁଦ୍ର, ଚିନ୍ତାରେ ସମୁଦ୍ରକୂଳିଆ - ସମୁଦ୍ରର ଲହଡି ମାଡ

ସମୁଦ୍ରରେ ବଡ ବଡ ଜୁଆର ଆସି କୂଳ ଲଙ୍ଘିବାରେ ଲାଗିଛି । ଗୋପାଳପୁର ବେଳାଭୂମିର ବାଲୁକାଶର୍ଯ୍ୟାରେ କୂଳ ଖାଇ ବଡବଡ ଗାତ ସୃଷ୍ଟି ହୋଇଛି । ସେପଟେ କୂଳ ଖାଇଯିବାରୁ ସମୁଦ୍ରକୂଳିଆଙ୍କ ଚିନ୍ତା ବଢିଗଲାଣି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ବ୍ରହ୍ମପୁର
author img

By

Published : Aug 12, 2019, 10:22 AM IST

ବ୍ରହ୍ମପୁର: ଗତ କିଛି ଦିନ ଧରି ଅଶାନ୍ତ ରହୁଛି ବଙ୍ଗୋପସାଗର। ଫଳରେ ସମୁଦ୍ରରେ ବଡ ବଡ ଜୁଆର ଆସି ଗଞ୍ଜାମ ଜିଲ୍ଲାର ଗୋପାଳପୁର ବେଳାଭୂମିରେ କୂଳ ଲଙ୍ଘିବାରେ ଲାଗିଛି । ବେଳାଭୂମି ଠାରୁ ସମୁଦ୍ରକୂଳିଆ ଗାଁ ରାମେୟାପାଟଣା ଭଳି କେତେକ ସ୍ଥାନରେ ଏବେ କୂଳ ଖାଇଯାଇଛି ।

ଭିଡ଼ିଓ ସୌଜନ୍ୟ: ସମ୍ବାଦଦାତା, ବ୍ରହ୍ମପୁର

ସମୁଦ୍ରର ଲହଡି ମାଡରେ ସମ୍ପୂର୍ଣ୍ଣ ବେଳାଭୂମିର ବାଲୁକାଶର୍ଯ୍ୟାରେ ସୃଷ୍ଟି ହୋଇଛି ବଡ ବଡ ଗାତ । ଯାହାକୁ ନେଇ ବେଳାଭୂମିରେ ପାଦ ପକାଇ ଚାଲିବା ଓ ବୁଲିବା ଏକ ପ୍ରକାର କଷ୍ଟକର ହୋଇପଡିଥିବା ଅଭିଯୋଗ ହୋଇଛି । ଏପରିକି ବେଳାଭୂମି ପାର୍ଶ୍ବରେ ଥିବା ବହୁଛୋଟ ବଡ ହୋଟେଲର ପାଟେରୀ ମଧ୍ୟ ଭାଙ୍ଗି ଯାଇଥିବାବେଳେ ଏବେ ଚିନ୍ତାରେ ସମୁଦ୍ରକୂଳିଆ ।

ତେବେ ପୂର୍ଣ୍ଣିମା ଯାଏ ଏଭଳି ସମୁଦ୍ର ଅଶାନ୍ତ ରହିବା ସହ ବଡ ବଡ ଜୁଆର ଆସିବା ନେଇ ଆଶଙ୍କା କରାଯାଉଛି । ଅନ୍ୟପଟେ, ସୁରକ୍ଷା ଦାୟିତ୍ବରେ ଥିବା କର୍ମଚାରୀ ଗୋପାଳପୁରକୁ ଆସୁଥିବା ପର୍ଯ୍ୟଟକଙ୍କୁ ସଜାଗ ରହିବାକୁ ନିର୍ଦ୍ଦେଶ ରହିଛି ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

Intro:କୂଳ ଖାଉଛି ସମୁଦ୍ର ।ବଙ୍ଗୋପସାଗର ର ଗତ କିଛି ଦିନ ଧରି ସମୁଦ୍ରର ପ୍ରଖରତା କାରଣରୁ ଗଞ୍ଜାମ ଜିଲ୍ଲାର ପ୍ରମୁଖ ପର୍ଯ୍ୟଟନସ୍ଥଳ କୁହାଯାଉଥିବା ଗୋପାଳପୁର ବେଳାଭୂମି ଠାରୁ ଆରମ୍ଭ କରି ଜିଲ୍ଲାର ସମୁଦ୍ରକୂଳିଆ ଗ୍ରାମ ରାମେୟାପାଟଣା ଭଳି କେତେକ ସ୍ଥାନରେ କୂଳ ଖାଇଯାଇଥିବାରୁ ଜନସାଧାରଣ ଏକ ପ୍ରକାର ଭୟଭୀତ ହୋଇପଡିଥିବା ବେଳେ ଅନ୍ୟପଟେ ଗୋପାଳପୁର କୁ ଆସୁଥିବା ପର୍ଯ୍ୟଟକ ମାନେ ହଇରାଣ ହେଉଥିବା କହିଛନ୍ତି ।Body:()-ଅଶାନ୍ତ ସମୁଦ୍ର । ଗତ କିଛି ଦିନ ଧରି ବଙ୍ଗୋପସାଗରରୁ ସୃଷ୍ଟି ହେଉଥିବା ବଡ ବଡ ଜୁଆର ଯୋଗୁଁ କୂଳଖାଉଛି ସମୁଦ୍ର।ଆଉ ଯାହାର ପ୍ରଭାବରେ ଇଏ ହେଉଛି ଗଞ୍ଜାମ ଜିଲ୍ଲାର ପ୍ରମୁଖ ପର୍ଯ୍ୟଟନସ୍ଥଳି ଗୋପାଳପୁର ବେଳାଭୂମି ର ଦୃଶ୍ୟ ।ସମୁଦ୍ରର ଲହଡ଼ି ମାଡରେ ସ°ପୁର୍ଣ୍ଣ ବେଳାଭୂମିର ବାଲୁକାଶର୍ଯ୍ୟାରେ ଦେଖାଦେଇଛି ବଡ ବଡ ଗାତ ।ଯାହାକୁ ନେଇ ବେଳାଭୂମିରେ ପାଦ ପକାଇ ଚାଲିବା ଏବଂ ବୁଲିବା ଏକ ପ୍ରକାର କଷ୍ଟକର ହୋଇପଡିଥିବା କହିଛନ୍ତି ।ସେପଟେ ଗୋପାଳପୁର ବେଳାଭୂମି ପାର୍ଶ୍ଵରେ ରହିଥିବା ବହୁ ହୋଟେଲର ପାଚେରୀ ମଧ୍ୟ ସମୁଦ୍ରର ଲହଡିରେ ମଧ୍ୟ ଭାଙ୍ଗିରୁଜି ଯାଇଥିବା ଦେଖାଯାଇଛି ।
ବାଇଟ୍-ରବିନ୍ଦ୍ର ବେହେରା(ଗୋପାଳପୁର ବାସିନ୍ଦା)
ବାଇଟ୍-ଅନିରୁଦ୍ଧ ମଙ୍ଗ(ସ୍ଥାନୀୟ ବାସିନ୍ଦା)
()-ସେପଟେ କେବଳ ଗୋପାଳପୁର ନୁହେଁ ସମୁଦ୍ରରୁ ଆସୁଥିବା ବଡ ବଡ ଜୁଆର ଯୋଗୁଁ ଜିଲ୍ଲାର ସମୁଦ୍ରକୂଳିଆ ଗ୍ରାମ ରାମେୟାପାଟଣା ର ଇଏ ହେଉଛି ସ୍ଥିତି ।ଏଠାରେ କୁଳଖାଇବା ଯୋଗୁଁ ସ୍ଥାନୀୟ ଅଞ୍ଚଳର ଜନସାଧାରଣ ଏକ ପ୍ରକାର ଭୟଭୀତ ।ଆଗକୁ ପୁର୍ଣ୍ଣିମା ରହିଥିବାରୁ ସମୁଦ୍ରର ଜୁଆର ଆହୁରି ଅଧିକ ବୃଦ୍ଧି ପାଇବ ବୋଲି ଆଶଙ୍କା କରାଯାଉଥିବା ବେଳେ ଅନ୍ୟପଟେ ଗୋପାଳପୁର କୁ ଆସୁଥିବା ପର୍ଯ୍ୟଟକ ମାନେ ଯେପରି ସୁରକ୍ଷିତ ରହିବେ ତାହାକୁ ନେଇ ସୁରକ୍ଷା ଦାୟିତ୍ୱରେ ଥିବା କର୍ମଚାରୀ ମାନେ ସଜାଗ ରହିଥିବା କହିଛନ୍ତି।
ବାଇଟ୍-ପ୍ରଭା(ପର୍ଯ୍ୟଟକ)
ବାଇଟ୍-ଜି.ଚିଟିବାବୁ(ସୁରକ୍ଷା କର୍ମଚାରୀ)Conclusion:ରିପୋର୍ଟର ପିଟୁସି(ସମୀର ଆଚାର୍ଯ୍ୟ)
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.