ETV Bharat / state

ଦୂର ହେବ ଦକ୍ଷିଣ ଓଡ଼ିଶାର ମତ୍ସ୍ୟଜୀବୀଙ୍କ ସମସ୍ୟା, ପ୍ରତିଶୃତି ଦେଲେ ଜନ ପ୍ରତିନିଧି - ଗୋଳାବନ୍ଧ ଆର୍ମି ଏୟାର ଡିଫେନ୍ସ କଲେଜ

ଓଡ଼ିଶା ପାରମ୍ପାରିକ ମତ୍ସ୍ୟଜୀବୀଙ୍କ ଗୁରୁତ୍ୱପୂର୍ଣ୍ଣ ସମସ୍ୟାକୁ ନେଇ ଆଲେଚନା କରିଛନ୍ତି ସଂସଦ ଏବଂ ବିଧାୟକ ।ସମସ୍ୟାର ସମାଧାନ ନେଇ ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯିବା ଦେଲେ ପ୍ରତିଶୃତି ।ଅଧିକ ପଢନ୍ତୁ

ଦୂର ହେବ ଦକ୍ଷିଣ ଓଡିଶାର ମତ୍ସ୍ୟଜୀବୀଙ୍କ ସମସ୍ୟା , ପ୍ରତିଶୃତି ଦେଲେ ଜନପ୍ରତିନିଧି

author img

By ETV Bharat Odisha Team

Published : Sep 12, 2023, 8:06 AM IST

ଦୂର ହେବ ଦକ୍ଷିଣ ଓଡିଶାର ମତ୍ସ୍ୟଜୀବୀଙ୍କ ସମସ୍ୟା , ପ୍ରତିଶୃତି ଦେଲେ ଜନପ୍ରତିନିଧି

ବ୍ରହ୍ମପୁର: ମତ୍ସ୍ୟଜୀବୀଙ୍କ ସମସ୍ୟାକୁ ନେଇ ଆଲେଚନା କରିଛନ୍ତି ସାଂସଦ ଏବଂ ବିଧୟକ । ଆଗାମୀ ବାଧାନସଭାରେ ସେମାନଙ୍କ ସମସ୍ୟା ସରକାରଙ୍କ ଆଗରେ ରଖିବା ପାଇଁ ପ୍ରତିଶୃତି ଦେଇଛନ୍ତି । ଓଡ଼ିଶା ପାରମ୍ପରିକ ମତ୍ସ୍ୟଜୀବୀଙ୍କ ଗୁରୁତ୍ୱପୂର୍ଣ୍ଣ ସମସ୍ୟା ନେଇ ବ୍ରହ୍ମପୁରରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଛି । ବ୍ରହ୍ମପୁର ସହରର ସ୍ଥାନୀୟ ସର୍କିଟ ହାଉସ୍ ପରିସରରେ ଏହା ଆୟୋଜିତ ହୋଇଥିଲା । ଏହି ଅବସରରେ ଗଞ୍ଜାମ ଜିଲ୍ଲାର ସାମୁଦ୍ରିକ ମତ୍ସ୍ୟଜୀବୀଙ୍କ ରହିଥିବା ମୁଖ୍ୟ ସମସ୍ୟା ଏବଂ ତାହାର ସମାଧାନ ନେଇ ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯିବାକୁ ସ୍ଥିର କରାଯାଇଛି ।

ଏହି ଅବସରରେ ଓଡ଼ିଶା ପାରମ୍ପରିକ ମତ୍ସ୍ୟଜୀବୀଙ୍କ ସହିତ ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ, ବ୍ରହ୍ମପୁରର ବିଧାୟକ ବିକ୍ରମ କୁମାର ପଣ୍ଡା ଏବଂ ଛତ୍ରପୁରର ବିଧାୟକ ସୁବାସଚନ୍ଦ୍ର ବେହେରା ଆଲୋଚନା କରିଥିଲେ । ଜିଲ୍ଲାର, ଆର୍ଯ୍ୟପଲ୍ଲୀ, ଗୋପାଳପୁର, ମାର୍କଣ୍ଡି, ବାହୁଦା ମୁହାଣରେ ନିର୍ମାଣ ମାଛଧରା ଜେଟି ନିର୍ମାଣ କରିବାକୁ ଦାବି କରିଛନ୍ତି ମତ୍ସ୍ୟଜୀବୀ । ଓଡ଼ିଶାରେ ରହିଥିବା ସାମୁଦ୍ରିକ ମତ୍ସ୍ୟଜୀବୀ ତଫସିଲଭୁକ୍ତ ଜାତିରେ ଅନ୍ତର୍ଭୁକ୍ତ କରିବା ନେଇ ବୈଠକରେ ଆଲୋଚନା କରାଯାଇଥିଲା ।

ଏହା ମଧ୍ୟ ପଢନ୍ତୁ...ଢେଉ ମାଡ଼ରେ ଦୁଇ ଫାଳ ହେଲା ଡଙ୍ଗା, ଭଙ୍ଗା ଡଙ୍ଗାକୁ ସାହାରା କରି 4 ମତ୍ସଜୀବୀ ଉଦ୍ଧାର

ଏପରି କି ଗୋପାଳପୁର ଓ ଗୋଳାବନ୍ଧ ଅଞ୍ଚଳରେ ଗୋଳାବନ୍ଧ ଆର୍ମି ଏୟାର ଡିଫେନ୍ସ କଲେଜ ପକ୍ଷରୁ କରାଯାଉଥିବା ବାର୍ଷିକ ଫାୟାରିଂ ଅଭ୍ୟାସ ଯୋଗୁଁ ପାରମ୍ପାରିକ ମତ୍ସଜୀବୀମାନେ ସମୁଦ୍ର ମଧ୍ୟକୁ ମାଛ ମାରିବାକୁ ଯାଇପାରୁନାହାନ୍ତି । ଯାହଫଳରେ ଏହି ସମୟରେ ପ୍ରଭାବିତ ହେଉଥିବା ମତ୍ସ୍ୟଜୀବୀଙ୍କ ପରିବାରଗୁଡିକୁ କ୍ଷତିପୂରଣ ପ୍ରଦାନ କରିବା ପାଇଁ ଦାବି ହୋଇଥିଲା । ବାସଗୃହ ପଟ୍ଟା ପାଇନଥିବା ମତ୍ସ୍ୟଜୀବୀଙ୍କୁ ପଟା ପ୍ରଦାନ କରିବା ଏବଂ ବଭିନ୍ନ ସମସ୍ୟା ନେଇ ଆଲୋଚନା କରାଯାଇଥିଲା ।

ଏହି ଅବସରରେ ସଂଘର ଗଞ୍ଜାମ ଶାଖାର ସମସ୍ୟା ତଥା ଦାବି ନେଇ ଆଗାମୀ ବିଧାନସଭାରେ ଉଠାଇବା ପାଇଁ ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା ଏବଂ ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡା ପ୍ରତିଶୃତି ଦେଇଥିବା ବେଳେ ଗୋଳାବନ୍ଧ ଆର୍ମି ଏୟାର ଡିଫେନ୍ସ କଲେଜର ଫାୟାରିଂ ଟେଷ୍ଟ ସମୟରେ ମିଳିବାକୁ ରହିଥିବା କ୍ଷତିପୂରଣ ବାବଦରେ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିବେ ବୋଲି କହିଛନ୍ତି ବ୍ରହ୍ମପୁରର ସାଂସଦ ଚନ୍ଦ୍ରଶେଖର ସାହୁ । ଏହି ଗୁରୁତ୍ୱପୂର୍ଣ୍ଣ ଆଲୋଚନା ସମୟରେ ଗଞ୍ଜାମ ଜିଲ୍ଲା ସଭାପତି ଏଲ. ଭୋଗରାଜୁ, ରାଜ୍ୟ ସମ୍ପାଦକ କେ. ଏଲେୟା, ଜିଲ୍ଲା ସମ୍ପାଦକ ସିଏଚ୍ ବାବାଜୀ, ବି. କୋଟେସୁ , ଏନ୍. ଜଗାରାଜୁ, ଜି. କ୍ରୀଷ୍ଣା, ଏ. କାଳିଆଙ୍କ ସମେତ ଗଞ୍ଜାମ ଜିଲ୍ଲାର ବିଭିନ୍ନ ବ୍ଲକରୁ ଆସିଥିବା ପ୍ରତିନିଧିମାନେ ଯୋଗ ଦେଇଥିଲେ ।

ଇଟିଭି ଭାରତ ,ବ୍ରହ୍ମପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.