ETV Bharat / state

ବେଆଇନ ଲିଙ୍ଗ ନିରୂପଣ: 13 ଜଣିଆ ଗ୍ୟାଙ୍ଗ ଗିରଫ - ଆଙ୍କୁଲି ଲିଙ୍ଗ ନିରୂପଣ କ୍ଲିନିକ ରେଡ ଖବର

ବ୍ରହ୍ମପୁର ସହରରେ ବେଆଇନ୍ ଭାବରେ ଗର୍ଭସ୍ଥ ଶିଶୁର ଲିଙ୍ଗ ନିରୂପଣ କରିଆସୁଥିବା ଏକ ଗ୍ୟାଙ୍ଗର ୧୩ ଜଣ ସଦସ୍ୟଙ୍କୁ ଗିରଫ କରିଛି ପୋଲିସ । ଅଧିକ ପଢନ୍ତୁ

Clinic Raid: ବେଆଇନ୍ ଲିଙ୍ଗ ନିରୂପଣ କରୁଥିବା ଗ୍ୟାଙ୍ଗ ଗିରଫ

author img

By

Published : May 27, 2022, 10:22 PM IST

ବ୍ରହ୍ମପୁର: ବେଆଇନ୍ ଭାବରେ ଗର୍ଭସ୍ଥ ଶିଶୁର ଲିଙ୍ଗ ନିରୂପଣ କରିଆସୁଥିବା ଏକ ଗ୍ୟାଙ୍ଗର ୧୩ ଜଣ ସଦସ୍ୟଙ୍କୁ ଗିରଫ କରିଛି ପୋଲିସ । ବ୍ରହ୍ମପୁର ସହରରେ ବର୍ଷବର୍ଷ ଧରି ବେଆଇନ୍ ଭାବରେ କ୍ଲିନିକ କରି ଲିଙ୍ଗ ନିରୂପଣ କରିବା ସହ ଗର୍ଭସ୍ଥ ମହିଳାଙ୍କ ଠାରୁ ବେଆଇନ୍ ଭାବେ କନ୍ୟାଭୃଣ ହତ୍ୟା କରୁଥିଲା ଏକ କ୍ଲିନିକ । ବୈଦ୍ୟନାଥପୁର ଥାନା ଅନ୍ତର୍ଗତ ଆଙ୍କୁଲି ନିକଟରେ ଏକ ଘରେ ଏହି ବେଆଇନ କ୍ଲିନିକ କରି କିଛି ଦଲାଲକୁ ସାଥିରେ ନେଇ ଏଭଳି ବେଆଇନ କାର୍ଯ୍ୟକଳାପ ଚଳାଇଥିବା ତଦନ୍ତ ବେଳେ ପୋଲିସ ଜାଣିବାକୁ ପାଇଛି ।

Clinic Raid: ବେଆଇନ୍ ଲିଙ୍ଗ ନିରୂପଣ କରୁଥିବା ଗ୍ୟାଙ୍ଗ ଗିରଫ

କୌଣସି ଏକ ବିଶେଷ ସୂତ୍ରରୁ ଖବର ପାଇ ପୋଲିସ, ପ୍ରଶାସନ ଓ ସ୍ବାସ୍ଥ୍ୟ ବିଭାଗ ମିଳିତ ଚଢାଉ କରି ମୁଖ୍ୟ ଅଭିଯୁକ୍ତ ଦୁର୍ଗାପ୍ରସାଦ ନାୟକଙ୍କ ସମେତ ୧୩ ଜଣଙ୍କୁ ଗିରଫ କରିଛି ପୋଲିସ । ଏପରିକି ଗିରଫ ଅଭିଯୁକ୍ତ ମାନଙ୍କୁ ଠାରୁ ଅଲଟ୍ରାସାଉଣ୍ଡରେ ବ୍ୟବହୃତ ହେଉଥିବା ଜେଲି ଏବଂ ଦୁଇଟି ଗର୍ଭ ନିରୂପଣ ପାଇଁ ଉଦ୍ଧିଷ୍ଟ ମେସିନ୍ ଜବତ କରାଯାଇଥିବା ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ବ୍ରହ୍ମପୁର ଆରକ୍ଷୀ ଅଧିକ୍ଷକ ଶ୍ରବଣ ବିବେକ ଏମ୍ । ଏହି ମାମଲାରେ ପୋଲିସ ଆଶା କର୍ମୀଙ୍କ ଠାରୁ ଆରମ୍ଭ କରି ଯୋଗାଣ ସହାୟକ, ବ୍ରହ୍ମପୁର ସହରର ବିଭିନ୍ନ ଘରୋଇ ହସ୍ପିଟାଲରେ କାର୍ଯ୍ୟରତ ଲ୍ୟାବ୍ ଟେକ୍ନିସିଆନ୍ ରହିଥିବା ବେଳେ ଏହି ଘଟଣାରେ ଆଉ କେହି ସମ୍ପୃକ୍ତ ରହିଛନ୍ତି ତାହା ତଦନ୍ତ ପରେ ଜଣାପଡ଼ିବ ବୋଲି କୁହାଯାଇଛି ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.