ETV Bharat / state

କନ୍ୟା ଭୃଣହତ୍ୟା ରୋକିବାକୁ ଜିଲ୍ଲା ପ୍ରଶାସନର ପ୍ରୟାସ, ଟୋଲ୍‌ ଫ୍ରି ନମ୍ବରରେ କରିହେବ ଅଭିଯୋଗ

author img

By

Published : Jun 10, 2022, 11:56 AM IST

ଗଞ୍ଜାମରେ ଚିହ୍ନଟ ହେବ ସମସ୍ତ ବେଆଇନ ଚିକିତ୍ସାଳୟ । କନ୍ୟା ଭୃଣହତ୍ୟା ଖବର ଫୋନ୍‌ ଯୋଗେଁ ଜଣାଇବାକୁ ଲୋକଙ୍କୁ ଅନୁରୋଧ କଲେ ଗଞ୍ଜାମ ଜିଲ୍ଲାପାଳ । ଅଧିକ ପଢନ୍ତୁ

ଗଞ୍ଜାମରେ ଚିହ୍ନଟ ହେବ ବେଆଇନ ଚିକିତ୍ସାଳୟ, କନ୍ୟା ଭୃଣହତ୍ୟା ଖବର ଫୋନରେ ଜଣାଇପାରିବେ ଜନତା

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାରେ ଅନେକ ବେଆଇନ ଚିକିତ୍ସାଳୟ ଚାଲୁଥିବାର ଜିଲ୍ଲା ପ୍ରଶାସନ ନଜରକୁ ଆସିଛି । ଏହି ଚିକିତ୍ସାଳୟଗୁଡିକ କନ୍ୟାଭୃଣ ଚିହ୍ନଟ କରି ଗର୍ଭପାତ ଭଳି ଜଘନ୍ୟ କାର୍ଯ୍ୟରେ ଲିପ୍ତ ଥିବା ଜଣାଯାଉଛି । ସେହିପରି ଅନେକ ଗୁଡିଏ ଚିକିତ୍ସାଳୟ ଗୋଟିଏ ପ୍ରକାର ସେବା ନିମନ୍ତେ ଲାଇସେନ୍ସ ଗ୍ରହଣ କରି ଅନ୍ୟ ପ୍ରକାର ବେଆଇନ କାର୍ଯ୍ୟରେ ଲିପ୍ତ ଥିବା ମଧ୍ୟ ନଜରକୁ ଆସୁଛି । ବିଭିନ୍ନ ରୋଗ ନିରୂପଣ କେନ୍ଦ୍ରଗୁଡିକ ରୋଗୀଙ୍କ ଠାରୁ ରୋଗ ନିରୂପଣ ନିମନ୍ତେ ଧାର୍ଯ୍ୟ ମୂଲ୍ୟ ଠାରୁ ଅଧିକ ଟଙ୍କା ଜବରଦସ୍ତ ଆଦାୟ କରୁଛନ୍ତି ।

ଏହାମଧ୍ୟ ଦେଖିବାକୁ ମିଳୁଛି ଯେ, ସେମାନେ ନୂତନ ମେସିନ୍ ବଦଳରେ ବହୁ ପୁରୁଣା ମେସିନର ବ୍ୟବହାର କରୁଛନ୍ତି । ତେଣୁ ଜିଲ୍ଲାରେ ଥିବା ସମସ୍ତ ବେଆଇନ ଚିକିତ୍ସାଳୟଗୁଡିକୁ ଚିହ୍ନଟ କରାଯିବ । ଏହିସବୁ ଚିକିତ୍ସାଳୟରେ ଚଢାଉ ଏବଂ ଯାଞ୍ଚ କାର୍ଯ୍ୟକୁ ଗୁରୁତର ସହ କରିବା ନିମନ୍ତେ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଗର୍ଭଧାରଣ ପୂର୍ବ ଓ ପରବର୍ତ୍ତୀ ଲିଙ୍ଗ ନିରୂପଣ ଆଇନର ଜିଲ୍ଲା ଉପଦେଷ୍ଟା କମିଟି ବୈଠକରେ ନିର୍ଦ୍ଦେଶ ଦେଇଛନ୍ତି । ଜିଲ୍ଲାର ସମସ୍ତ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଏବଂ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ଗୁଡିକରେ 'ମୋ ଗେହ୍ଲା ଝିଅ' କାର୍ଯ୍ୟକ୍ରମକୁ ଚାଲୁ ରଖି ସଚେତନତା କାର୍ଯ୍ୟକୁ ବ୍ୟାପକ କରିବା ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ସମସ୍ତ ସ୍ବାସ୍ଥ୍ୟ କେନ୍ଦ୍ରଗୁଡିକରେ ସଫେଇ କାର୍ଯ୍ୟକୁ ତ୍ବରାନ୍ବିତ କରି ପରିମଳ ବ୍ୟବସ୍ଥାର ଉନ୍ନତି ଆଣିବା ଦିଗରେ ଗୁରୁତ୍ବ ଦିଆଯାଇଛି ।

ବିଶେଷକରି ପ୍ରସବ ଗୃହଗୁଡିକ ନିଶ୍ଚିତରୂପେ ସଫାସୁତୁରା ରଖିବା ଦିଗରେ ଯତ୍ନବାନ ହେବାକୁ ଅଧିକାରୀମାନଙ୍କୁ କହିଛନ୍ତି ଜିଲ୍ଲାପାଳ । ପ୍ରାକୃତିକ ଉପାୟରେ ମାଆମାନେ କିଭଳି ପ୍ରସବ କରିବେ ସେ ଦିଗରେ ଅଧିକ ଧ୍ୟାନ ଦେବା ପାଇଁ ସମସ୍ତ ଚିକିତ୍ସା ଅଧିକାରୀଙ୍କୁ ପରାମର୍ଶ ଦେଇଛନ୍ତି । ରୋଗ ନିରୂପଣ କେନ୍ଦ୍ରମାନଙ୍କରେ ଲିଙ୍ଗ ନିରୂପଣ ହେଉଥିବା ଜଣାଗଲେ ଆଇନ୍ ଅନୁଯାୟୀ ସେମାନଙ୍କୁ କଠୋରରୁ କଠୋର ଦଣ୍ଡ ବିଧାନ ହେବା ଭଳି ପଦକ୍ଷେପ ଗ୍ରହଣ କରାଯିବ । ଗଞ୍ଜାମ ଜିଲ୍ଲାର ସମସ୍ତ ବିଦ୍ୟାଳୟଗୁଡିକରେ ସକାଳର ପ୍ରରମ୍ଭିକ ପ୍ରାର୍ଥନା ପରେ କନ୍ୟା ସନ୍ତାନର ଗୁରୁତ୍ବ ସମ୍ପର୍କରେ ଶିକ୍ଷକଗଣ ସଚେତନତା କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

ଜିଲ୍ଲାର ସମସ୍ତ ଜନସାଧାରଣଙ୍କୁ ଗଞ୍ଜାମ ଜିଲ୍ଲାପାଳ ଅନୁରୋଧ କରିଛନ୍ତି କୌଣସି ସ୍ଥାନରେ କନ୍ୟା ଭୃଣହତ୍ୟା ହେଉଥିବା ଖବର ପାଇଲେ ସେମାନେ ଜିଲ୍ଲାର ନିଶୁଳ୍କ ଫୋନ୍‌ ନମ୍ବର ୨୬୩୮୦୦କୁ ଫୋନ୍ କରି ଜଣାଇବେ । ଫୋନ୍ କରି ଜଣାଉଥିବା ବ୍ୟକ୍ତିଙ୍କ ନାମ ଗୋପନ ରଖାଯିବ । ଏଣୁ ନିର୍ଭୟରେ ଫୋନ୍ କରି ଜିଲ୍ଲା ପ୍ରଶାସନକୁ ଅବଗତ କରାଇବା ପାଇଁ ଅନୁରୋଧ କରାଯାଇଛି । ରାଜ୍ୟ ସରକାରଙ୍କ ପକ୍ଷରୁ ସାଧାରଣ ଜନତାଙ୍କ ସ୍ବାସ୍ଥ୍ୟସେବା କିଭଳି ସଠିକ୍ ରହିବ ସେ ଦିଗରେ ଅଧିକ ଗୁରୁତ୍ୱ ଦେଉଥିବା ବେଳେ ଏନେଇ ଅନେକ ଯୋଜନାମାନ କରାଯାଉଛି । କିନ୍ତୁ ଏସବୁ ତମାମ୍ ଯୋଜନା ଅସାଧୁ ବ୍ୟକ୍ତିମାନଙ୍କ ହାତରେ ପଡି ଠିକ୍ ଭାବରେ ଜନସାଧାରଣଙ୍କ ଠାରେ ପହଞ୍ଚି ପାରୁନାହିଁ । ଅନେକ କ୍ଷେତ୍ରରେ ବେଆଇନ୍ ଭାବରେ ଅନେକ ଗୁଡିଏ କାର୍ଯ୍ୟକଳାପ ବେସରକାରୀ ଅନୁଷ୍ଠାନମାନଙ୍କ ଦ୍ୱାରା ହେଉଥିବା ଦେଖାଯାଉଛି ।

ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଲୀନା କୁମାରୀ ଖେସ୍, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା.ଉମାକାନ୍ତ ମିଶ୍ର, ସିଟି ହସ୍ପିଟାଲର ଶିଶୁ ବିଶେଷଜ୍ଞ ଡା. ଭବାନୀ ଶଙ୍କର ମିଶ୍ର, ସିନିୟର ମେଡିକାଲ ସ୍ପେଶାଲିଷ୍ଟ ଡା. ଅମୂଲ୍ୟ କୁମାର ମିଶ୍ରଙ୍କ ସମେତ ବିଭିନ୍ନ ସ୍ବେଚ୍ଛାସେବୀ ଅନୁଷ୍ଠାନର ପ୍ରତିନିଧି, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରବି ନାରାୟଣ ବେହେରା, ମାତୃ ଓ ଶିଶୁ ଜିଲ୍ଲା ପରିଚାଳକ ଶକ୍ତି କୁମାର ଦିଗାଲ, ପରିବାର ନିୟନ୍ତ୍ରଣ ଏଡିଏମ୍ ଡା. ଭି. ସରୋଜିନୀ ଦେବୀ, ଜାତୀୟ ସ୍ବାସ୍ଥ୍ୟ ମିଶନ୍ ପ୍ରକଳ୍ପ ମ୍ୟାନେଜର ଶ୍ୟାମ ସୁନ୍ଦର ତ୍ରିପାଠୀ ପ୍ରମୁଖ ଉପସ୍ଥିତ ରହିଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.