ETV Bharat / state

ସ୍ତ୍ରୀକୁ ହତ୍ୟା କଲା ସ୍ବାମୀ, ପାରିବାରିକ କଳହ ଆଶଙ୍କା - ବ୍ରହ୍ମପୁରରେ ସ୍ତ୍ରୀକୁ ହତ୍ୟା କଲା ସ୍ବାମୀ

ହତ୍ୟାକାରୀ ସାଜିଲା ସ୍ବାମୀ । ସ୍ତ୍ରୀକୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରି ସ୍ବାମୀ ଫେରାର । ଅଧିକ ପଢନ୍ତୁ...

husband kill his wife in berhampur
ସ୍ତ୍ରୀକୁ ହତ୍ୟା କଲା ସ୍ବାମୀ
author img

By

Published : Jan 20, 2020, 6:29 AM IST

ବ୍ରହ୍ମପୁର: ବିବାହ ବନ୍ଧନରେ ଆବଦ୍ଧ ହୋଇ ସାତ ଜନ୍ମର ସାଥୀ ହେବା ପାଇଁ ନେଇଥିଲେ ଶପଥ । ହେଲେ ଶେଷରେ ନିଜେ ହତ୍ୟାକାରୀ ସାଜିଲା ସ୍ୱାମୀ । ନିଜ ଧର୍ମପତ୍ନୀକୁ ହତ୍ୟା କରି ସ୍ବାମୀ ଫେରାର ହେବା ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ପଥରା ଗ୍ରାମପଞ୍ଚାୟତରେ ।

ସ୍ତ୍ରୀକୁ ହତ୍ୟା କଲା ସ୍ବାମୀ

ପଞ୍ଚାୟତର କଣ୍ତରାପଡା ସାହିରେ ରହୁଥିବା ଭିକାରୀ ବେହେରାଙ୍କ ପତ୍ନୀ ସେରେନ୍ତା ବେହେରାଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲେ । ଫଳରେ ତାଙ୍କ ଚିତ୍କାର ଶୁଣି ପଡୋଶୀ ଦୌଡି ଆସିଥିଲେ । ପଡୋଶୀଙ୍କୁ ଆସିବା ଦେଖି ଅଭିଯୁକ୍ତ ସ୍ବାମୀ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ । ପରେ ଗୁରୁତର ସ୍ତ୍ରୀଙ୍କୁ ସ୍ଥାନୀୟ ଖଲ୍ଲିକୋଟ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ଖବର ପାଇ ଖଲ୍ଲିକୋଟ ଥାନା ଅଧିକାରୀ ଓ ଭେଜିପୁଟ ପୋଲିସ ଫାଣ୍ତି ଅଧିକାରୀ ଘଟଣାସ୍ଥଳକୁ ଯାଇ ଘଟଣାର ଅଧିକ ତଦନ୍ତ କରୁଥିବା ବେଳେ ଏହା ପାରିବାରିକ କଳହରୁ ଘଟିଛି ନାଁ ଅନ୍ୟ କୌଣସି କାରଣରୁ ହୋଇଛି ତାହା ଅସ୍ପଷ୍ଟ ରହିଛି ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟଙ୍କ ରିପୋର୍ଟ, ଇଟିଭି ଭାରତ

Intro:ବିବାହ ବେଦୀରେ ଆବଦ୍ଧ ହୋଇ ସାତ ଜନ୍ମର ସାଥୀ ହେବା ପାଇଁ ନେଇଥିଲେ ଶପଥ ।ହେଲେ ଶେଷରେ ନିଜେ ହତ୍ୟାକାରୀ ସାଜିଲା ସ୍ୱାମୀ । ନିଜ ଧର୍ମପତ୍ନୀ କୁ ହତ୍ୟା କରି ସ୍ବାମୀ ଫେରାର ହେବା ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲାର ଖଲ୍ଲିକୋଟ ଥାନା ଅନ୍ତର୍ଗତ ପଥରା ଗ୍ରାମପଞ୍ଚାୟତ ରେ ।ପଞ୍ଚାୟତର କଣ୍ତରାପଡ଼ା ସାହିରେ ରହୁଥିବା ଭିକାରୀ ବେହେରା ଙ୍କ ପତ୍ନୀ ସେରେନ୍ତା ବେହେରା କୁ ଧାରୁଆ ଅସ୍ତ୍ରରେ ଶରୀର ବିଭିନ୍ନ ଅଙ୍ଗକୁ ଆକ୍ରମଣ କରିବାରୁ ସେ ଯୋରରେ ଚିତ୍କାର କରିବାରୁ ଏହି ଶଦ୍ଦ ଶୁଣି ସାଇ ପୋଡଶୀ ଦୌଡ଼ି ଆସିଥିଲେ । ସାଇ ପଡିଶା ଏକତ୍ରିତ ହେବା ଦେଖି ଭିକାରୀ ବେହେରା ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲେ । ସ୍ଥାନୀୟ ଲୋକଙ୍କ ସହାୟତାରେ ଗୁରୁତ୍ତର ସେରେନ୍ତା କୁ ସ୍ଥାନୀୟ ଖଲ୍ଲିକୋଟ ଗୋଷ୍ଠି ସ୍ବାସ୍ଥ୍ୟରେ ଭର୍ତ୍ତୀ କରାଯାଇଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଖବର ପାଇ ଖଲ୍ଲିକୋଟ ଥାନା ଅଧିକାରୀ ଓ ଭେଜିପୁଟ ପୋଲିସ ଫାଣ୍ତି ଅଧିକାରୀ ଘଟଣାସ୍ଥଳ କୁ ଯାଇ ଘଟଣାର ଅଧିକ ତଦନ୍ତ କରୁଥିବା ବେଳେ ଏହା ପାରିବାରିକ କଳହରୁ ଏପରି ଘଟିଲା ନାଁ ଅନ୍ୟ କୈଣସି କାରଣରୁ ଏଭଳି ହତ୍ୟା କରାଗଲା ତାହାର ପ୍ରକୃତ କାରଣ ଅସ୍ପଷ୍ଟ ରହିଛି |
Body:ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ ଇଟିଭି ଭାରତ...Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.