ETV Bharat / state

କୋରୋନା ସଙ୍କଟରେ ସାର କଳି: ୟୁରିଆ ସାର ବଣ୍ଟନକୁ ନେଇ ତହସିଲଦାରଙ୍କୁ ଆକ୍ରମଣ

author img

By

Published : Aug 31, 2020, 4:26 PM IST

ସୂଚନା ଅନୁସାରେ 246 ବସ୍ତା ୟୁରିଆ ସାର ନେବାକୁ ଶହ ଶହ ଚାଷୀ ଜମା ହୋଇଥିଲେ । ଏହି ଦୃଶ୍ୟକୁ ଭିଡିଓ ଜରିଆରେ ଜଣେ ବ୍ୟକ୍ତି ଉତ୍ତୋଳନ କରୁଥିବାବେଳେ ତହସିଲଦାର ଉକ୍ତ ବ୍ୟକ୍ତିଙ୍କୁ ବାରଣ କରି ଗାଳି ଗୁଲଜ କରିଥିଲେ ।

246-packets-of-urea-fertilizer
କୋରୋନା ସଙ୍କଟରେ ସାର କଳି

ଭଞ୍ଜନଗର: ସାର ନେବାକୁ ଆସି ଚାଷୀ-ତହସିଲଦାର ମୁହାଁମୁହିଁ ପରିସ୍ଥିତି। ଗଞ୍ଜାମ ଜିଲ୍ଲା ବୁଗୁଡ଼ା ବ୍ଲକ ଅନ୍ତର୍ଗତ ଷୋଳମାଇଲି ଛକରେ ଥିବା ଅମ୍ବିକା ସାର ବିକ୍ରୟ କେନ୍ଦ୍ରରେ ସାର ନେବାକୁ ଶହ ଶହ ଚାଷୀଙ୍କ ଭିଡ ଲାଗିଥିଲା । ମାତ୍ର ସୂଚନା ଅନୁସାରେ 246 ବସ୍ତା ୟୁରିଆ ସାର ନେବାକୁ ଶହ ଶହ ଚାଷୀ ଜମା ହୋଇଥିଲେ । ଏହି ଦୃଶ୍ୟକୁ ଭିଡିଓ ଜରିଆରେ ଜଣେ ବ୍ୟକ୍ତି ଉତ୍ତୋଳନ କରୁଥିବାବେଳେ ତହସିଲଦାର ଉକ୍ତ ବ୍ୟକ୍ତିଙ୍କୁ ବାରଣ କରି ଗାଳିଗୁଲଜ କରିଥିଲେ ।

କୋରୋନା ସଙ୍କଟରେ ସାର କଳି

ଯାହାର ପ୍ରତିବାଦ କରି ଉତ୍ୟକ୍ତ ଲୋକେ ତହସିଲଦାରଙ୍କୁ ଆକ୍ରମଣ କରିଥିଲେ । ଆକ୍ରମଣ ପରେ ତହସିଲଦାର ପୋଲିସ ଫୋର୍ସ ମାଗିବା ପରେ ଲୋକେ ଛତ୍ରଭଙ୍ଗ ଦେଇଛନ୍ତି । ସୂଚନା ଅନୁସାରେ, ଚାଷୀମାନେ ଧାଡିରେ ରହି ପ୍ରାୟ 246 ବସ୍ତା ସାର ନେବା ପରେ ଡିଲର ଜଣକ ଆଉ ସାର ନାହିଁ କହିବାରୁ ଧାଡିରେ ଠିଆହୋଇଥିବା ଚାଷୀଙ୍କ ସହ ଉତ୍ତେଜନା ଦେଖାଦେଇଥିଲା ।

ଏହି ଖବର ପାଇବା ପରେ ତହସିଲଦାର ପହଞ୍ଚିଥିଲେ, ସେଠାରେ ଚାଷୀମାନେ ତହସିଲଦାରଙ୍କ ସହିତ ଯୁକ୍ତିତର୍କ କରି ଠେଲାପେଲା ମଧ୍ୟ ହୋଇଥିଲେ । ଯାହାକୁ ନେଇ ପରିସ୍ଥିତି ଅଣାୟତ୍ତ ହୋଇପଡ଼ିଥିଲା, ଶେଷରେ ବୁଗୁଡ଼ା ପୋଲିସ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଥିବା ଜଣାପଡିଛି ।

ଭଞ୍ଜନଗରରୁ ରଞ୍ଜନ ସ୍ବାଇଁ , ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.