ETV Bharat / state

ମନରେଗା ଯୋଜନାରେ ମହାଘୋଟାଲା - ଭଞ୍ଜନଗର ମନରେଗା ଘୋଟାଲା

ମନରେଗା ଯୋଜନାରେ ମହାଘୋଟାଲା । କାମ ନହୋଇ ଶ୍ରମିକଙ୍କ ଖାତାକୁ ଯାଉଛି ଟଙ୍କା । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ବୁଗୁଡ଼ା ବ୍ଲକ କଳମ୍ବ ପଞ୍ଚାୟତ ସୁନାକେରା ଗ୍ରାମରେ । ଅଧିକ ପଢନ୍ତୁ...

ମନରେଗା ଯୋଜନାରେ ମହାଘୋଟାଲା
ମନରେଗା ଯୋଜନାରେ ମହାଘୋଟାଲା
author img

By

Published : Jul 2, 2021, 6:34 AM IST

ଭଞ୍ଜନଗର: ମନରେଗା ଯୋଜନାରେ ମହାଘୋଟାଲା । କାମ ନହୋଇ ଶ୍ରମିକଙ୍କ ଖାତାକୁ ଯାଉଛି ଟଙ୍କା । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ବୁଗୁଡ଼ା ବ୍ଲକ କଳମ୍ବ ପଞ୍ଚାୟତ ସୁନାକେରା ଗ୍ରାମରେ । ଗ୍ରାମରେ ଥିବା ବାଲିଆଗୁଳର ପୁନଃ ଉଦ୍ଧାର ନିମନ୍ତେ ମନରେଗା ଯୋଜନାରେ କାମ ଆସିଲା କିନ୍ତୁ, କାମ ନକରି ଟଙ୍କା ହରିଲୁଟ କରିବାକୁ ଯୋଜନା କଲେ କିଛି ଅସାଧୁ ଲୋକ । ଯାହାର ଦୃଢ଼ ବିରୋଧ କରିଛନ୍ତି ସୁନାକେରା ଗ୍ରାମବାସୀ ।

ମନରେଗା ଯୋଜନାରେ ମହାଘୋଟାଲା

ବାଲିଆଗୁଳରେ କାଣିଚାଏ ବି କାମ ହୋଇ ନଥିବା ବେଳେ ସୁନାକେରା ଓ ଯଶିପୁର ଗ୍ରାମର କୋଡିଏରୁ ଉର୍ଦ୍ଧ ଶ୍ରମିକଙ୍କ ଖାତାକୁ ଟଙ୍କା ଆସିଗଲା । ଏଥି ମଧ୍ୟରୁ କିଛି ଶ୍ରମିକ ବାହାର ରାଜ୍ୟରେ ଦାଦନ ଖଟୁଥିବା ବେଳେ ସେମାନଙ୍କ ଖାତାକୁ ମଧ୍ୟ ଟଙ୍କା ଆସିଛି । ଏହି ଟଙ୍କା ହଡପ କଥା ଜଣା ପଡିବା ପରେ ସୁନାକେରା ଗ୍ରାମରେ ଉତ୍ତେଜନା ଦେଖା ଦେଇଥିଲା ।

ଆମ ପ୍ରତିନିଧି ଶ୍ରମିକଙ୍କ ସହିତ ଯୋଗାଯୋଗ କରିଥିଲେ, ହେଲେ ସେମାନେ ରୋକଠୋକ ମନା କରିଥିଲେ ଯେ, ସେମାନେ ବାଲିଆଗୁଳରେ କାମ କରିନାହାନ୍ତି । ଖାତାକୁ କିପରି ଟଙ୍କା ଆସିଲା ଆମେ ଜାଣିନାହୁଁ ବୋଲି ସେମାନେ କହିଛନ୍ତି । ଅନ୍ୟପଟେ ରାଜ୍ୟ ସରକାର କୋରୋନା କାଳରେ ଶ୍ରମିକଙ୍କ ପେଟକୁ ଦାନା ଯୋଗାଡ଼ କରିବାକୁ ମନରେଗା ଯୋଜନାରେ କାମ ଆରମ୍ଭ କଲେ । ହେଲେ କିଛି ଅସାଧୁ ଲୋକ ଫଲସ ବିଲ କରି ଏହି ଟଙ୍କାକୁ ଲୁଟିବାକୁ ଯୋଜନା କରିଛନ୍ତି । ତେଣୁ, ଏହାର ତଦନ୍ତ କରାଯାଇ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଗ୍ରାମବାସୀ ଦାବି କରିଛନ୍ତି ।

ଭଞ୍ଜନଗରରୁ ରଞ୍ଜନ ସ୍ବାଇଁ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.