ETV Bharat / state

ଜୋର ଧରିଲା ବ୍ରହ୍ମପୁରରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବି - ବ୍ରହ୍ମପୁର

ବୁଧବାର ଦକ୍ଷିଣ ଓଡିଶାର ପ୍ରାଣକେନ୍ଦ୍ର ବ୍ରହ୍ମପୁରଠାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବିରେ ଜାରି ରହିଥିବା ଆନ୍ଦୋଳନକୁ ଆହୁରି ବ୍ୟାପକ କରାଯିବାକୁ ନିଷ୍ପତ୍ତି ନିଆଯାଇଛି ।

ଫଟୋ ସୌଜନ୍ୟ:ସମ୍ବାଦଦାତା, ବ୍ରହ୍ମପୁର
author img

By

Published : Aug 28, 2019, 9:06 PM IST

ବ୍ରହ୍ମପୁର: ଜୋର ଧରିଲା ବ୍ରହ୍ମପୁରରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବି । ବୁଧବାର ଦକ୍ଷିଣ ଓଡିଶାର ପ୍ରାଣକେନ୍ଦ୍ର ବ୍ରହ୍ମପୁରଠାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବିରେ ଜାରି ରହିଥିବା ଆନ୍ଦୋଳନକୁ ଆହୁରି ବ୍ୟାପକ କରାଯିବାକୁ ନିଷ୍ପତ୍ତି ନିଆଯାଇଛି ।

ଭିଡିଓ ସୌଜନ୍ୟ:ସମ୍ବାଦଦାତା, ବ୍ରହ୍ମପୁର

ଗଞ୍ଜାମ ଓକିଲ ସଂଙ୍ଘ ପକ୍ଷରୁ ବର୍ଷ ବର୍ଷ ଧରି ଏହି ଦାବିରେ ଆନ୍ଦୋଳନ ଚାଲିଥିବା ବେଳେ ପୁଣିଥରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରସଙ୍ଗକୁ ଯେଭଳି ଅଧିକ ଲୋକାଭିମୁଖି କରାଯାଇପାରିବ ସେ ନେଇ କାର୍ଯ୍ୟପନ୍ଥା କରାଯିବ ବୋଲି ସ୍ଥିର କରାଯାଇଛି ।

ବ୍ରହ୍ମପୁରଠାରେ ଆଇନଜୀବୀମାନେ ପ୍ରତେକ ମାସର ଶେଷ ଚାରି ଦିନ କାର୍ଯ୍ୟବନ୍ଦ ଆନ୍ଦୋଳନ କରି ଆସୁଥିବା ବେଳେ ଏହାକୁ ଆହୁରୀ ତୀବ୍ରତର କରି ପ୍ରତ୍ୟେକ ସ୍ତରରେ ଏହି ଆନ୍ଦୋଳନକୁ ପହଞ୍ଚାଇବାକୁ ବିଭିନ୍ନ କାର୍ଯ୍ୟପନ୍ଥା ଗ୍ରହଣ କରାଯାଇଥିବା ସଙ୍ଘ ପକ୍ଷରୁ କୁହାଯାଇଛି ।

ବ୍ରହ୍ମପୁରରେ ହାଇକୋର୍ଟର ବେଞ୍ଚ ନଥିବା ଯୋଗୁଁ ଜନସାଧାରଣ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏଭଳି ପରିସ୍ଥିତିରେ ବ୍ରହ୍ମପୁରରେ ହାଇକୋର୍ଟର ବେଞ୍ଚ ପ୍ରତିଷ୍ଠା ଏକମାତ୍ର ବିକଳ୍ପ ରହିଥିବାରୁ ଏଥିପ୍ରତି ସରକାର ଦୃଷ୍ଟି ଦେବାକୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଦାବି ହୋଇଛି ।

ପ୍ରକାଶ ଯେ, ମୁଖ୍ୟତଃ ଦକ୍ଷିଣ ଓଡିଶାରେ ଦୂର ଦୂରାନ୍ତରରେ ବାସ କରୁଥିବା ଜନସାଧାରଣ ନ୍ୟାୟ ପାଇବା ପାଇଁ କଟକ ଯିବା ଏକ ପ୍ରକାର କଷ୍ଟକର ବିଷୟ । କାରଣ ଓଡିଶା ପ୍ରଶାସନିକ ନ୍ୟାୟାଧିକରଣ ତଥା ଏହାର ବେଞ୍ଚ ଉଚ୍ଛେଦ ହୋଇଯାଇଛି । ତେବେ ହାଇକୋର୍ଟ ନିକଟରେ ଏହି ଟ୍ରିବ୍ୟୁନାଲ କ୍ଷମତା ରହିଛି ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

Intro:ଦକ୍ଷିଣ ଓଡିଶାର ପ୍ରାଣ କେନ୍ଦ୍ର ବ୍ରହ୍ମପୁର ଠାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବୀ କରି ଜାରି ରହିଥିବା ଆନ୍ଦୋଳନକୁ ଆହୁରି ବ୍ୟାପକ କରାଯିବାକୁ ନିଷ୍ପତ୍ତି ନିଆଯାଇଛି । ଗଞ୍ଜାମ ଓକିଲ ସଂଙ୍ଘ ପକ୍ଷରୁ ବର୍ଷ ବର୍ଷ ଧରି ଏହି ଦାବୀ କୁ ନେଇ ଚାଲିଥିବା ଆନ୍ଦୋଳନ କୁ ପୁଣି ଥରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରସଙ୍ଗକୁ ଯେଭଳି ଅଧିକ ଲୋକାଭିମୁଖି କରାଯାଇପାରିବ ସେ ନେଇ କାର୍ଯ୍ୟପନ୍ଥା କରାଯିବ ବୋଲି ସ୍ଥିର ନିଆଯାଇଛି । ବ୍ରହ୍ମପୁର ଠାରେ ଆଇନଜୀବି ମାନେ ପ୍ରତେକ ମାସର ଶେଷ ଚାରି ଦିନ କାର୍ଯ୍ୟବନ୍ଦ ଆନ୍ଦୋଳନ କରି ଆସୁଥିବା ବେଳେ ଏହାକୁ କେବଳ ସେଥି ମଧ୍ୟରେ ସୀମିତ ନକରାଯାଇ ପ୍ରତେକ ସ୍ତରରେ ଏହି ଆନ୍ଦୋଳନ ଯେପରି ପହଞ୍ଚିବ ସେ ନେଇ ବିଭିନ୍ନ କାର୍ଯ୍ୟପନ୍ଥା ଗ୍ରହଣ କରାଯାଇଥିବା ସଂଙ୍ଘ ପକ୍ଷରୁ କୁହାଯାଇଛି । ମୁଖ୍ୟତଃ ଦକ୍ଷିଣ ଓଡିଶାର ଦୂର ଦୂରାନ୍ତରୁ ବାସ କରୁଥିବା ଜନସାଧାରଣ ନ୍ୟାୟ ପାଇବା ପାଇଁ କଟକ ଯିବା ଏକ ପ୍ରକାର କଷ୍ଟକର ବିଷୟ ହୋଇପଡିଥିବା ବେଳେ ଓଡିଶା ପ୍ରଶାସନିକ ନ୍ୟାୟାଧିକରଣ ତଥା ଏହାର ବେଞ୍ଚ ନିକଟରେ ଉଚ୍ଛେଦ ହେବା ଯୋଗୁଁ କେବଳ ହାଇକୋର୍ଟ ନିକଟରେ ଏହି ଟ୍ରିବ୍ୟୁନାଲ କ୍ଷମତା ରହିବ । ବ୍ରହ୍ମପୁର ରେ ହାଇକୋର୍ଟ ପବେଞ୍ଚ ନଥିବା ଯୋଗୁଁ ଜନସାଧାରଣ ନାହିଁ ନଥିବା ଅସୁବିଧାର ସମୁଖିନ ହେଉଥିବା ବେଳେ ଏଭଳି ପରିସ୍ଥିତିରେ ବ୍ରହ୍ମପୁର ରେ ହାଇକୋର୍ଟର ବେଞ୍ଚ ପ୍ରତିଷ୍ଠା ଏକମାତ୍ର ବିକଳ୍ପ ରହିଥିବା ରୁ ଏଥିପ୍ରତି ସରକାର ଦୃଷ୍ଟି ଦେବାକୁ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ଦାବୀ କରାଯାଇଛି ।

Body:ବାଇଟ୍-ରବିନ୍ଦ୍ର ନାଥ ପାଣିଗ୍ରାହୀ(ସଭାପତି,ଗଞ୍ଜାମ ଓକିଲ ସଂଙ୍ଘ)

ବି.ଦ୍ର-ଭିଜୁଆଲ ଏବଂ ବାଇଟ୍ ମୋଜୋ ରେ ଏଡିଟିଙ୍ଗ୍ କରି ପଠାଇଛି ।Conclusion:ବ୍ରହ୍ମପୁର ରୁ ସମୀର ଆଚାର୍ଯ୍ୟ ଇଟିଭି ଭାରତ...
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.