ETV Bharat / state

ବ୍ରହ୍ମପୁରର ବିଭିନ୍ନ ନର୍ସିଂହୋମରେ ପ୍ରଶାସନ ଓ ସ୍ୱାସ୍ଥ୍ୟ ବିଭାଗର ମିଳିତ ଚଢାଉ - ବ୍ରହ୍ମପୁର ଖବର

ବ୍ରହ୍ମପୁର ସହରର ବିଭିନ୍ନ ନର୍ସିଂହୋମ ଉପରେ ଚଢାଉ କଲେ ପ୍ରଶାସନ ଓ ସ୍ୱାସ୍ଥ୍ୟ ବିଭାଗର ମିଳିତ ଟିମ୍ । ଅଧିକ ପଢନ୍ତୁ

ବ୍ରହ୍ମପୁରର ବିଭିନ୍ନ ନର୍ସିଂହୋମରେ ପ୍ରଶାସନ ଓ ସ୍ୱାସ୍ଥ୍ୟ ବିଭାଗର ମିଳିତ ଚଢାଉ

author img

By

Published : Dec 11, 2022, 8:48 AM IST

ବ୍ରହ୍ମପୁରର ବିଭିନ୍ନ ନର୍ସିଂହୋମରେ ପ୍ରଶାସନ ଓ ସ୍ୱାସ୍ଥ୍ୟ ବିଭାଗର ମିଳିତ ଚଢାଉ

ବ୍ରହ୍ମପୁର: ସହରର ବିଭିନ୍ନ ଘରୋଇ ନର୍ସିଂହୋମ ଉପରେ ପ୍ରଶାସନର ଚଢାଉ । ଏହି ନର୍ସିଂହୋମ୍ ଗୁଡିକରେ ଅଗ୍ନି ନିରାପତ୍ତା ବ୍ୟବସ୍ଥା, ଜୈବିକ ବର୍ଜ୍ୟବସ୍ତୁର ପରିଚାଳନା ବ୍ୟବସ୍ଥା, ଏକ୍ସରେ ଓ ଅଲଟ୍ରା ସାଉଣ୍ଡର ବୈଧତା ଓ ଆବଶ୍ୟକୀୟ ପ୍ରମାଣପତ୍ର ରହିଛି ନା ନାହିଁ ତାହାର ଯାଞ୍ଚ କରିବାକୁ ଗତକାଲି(ଶନିବାର) ପ୍ରଶାସନ ଓ ସ୍ବାସ୍ଥ୍ୟ ବିଭାଗର ମିଳିତ ଟିମ୍ ଏହି ଚଢାଉ କରିଛନ୍ତି । ବ୍ରହ୍ମପୁରରେ ଥିବା ପ୍ରାୟ ୬ ଗୋଟି ବେସରକାରୀ ଚିକିତ୍ସାଳୟରେ ଅଚାନକ ଚଢାଉ କରାଯାଇଛି ।

ବ୍ରହ୍ମପୁର ମହାନଗର ନିଗମ କମିଶନର ଜେ. ସୋନାଲ, ବ୍ରହ୍ମପୁର ଉପଜିଲ୍ଲାପାଳ କୁଳକର୍ଣ୍ଣି ଆଶୁତୋଷ ସି. ଓ ସ୍ୱାସ୍ଥ୍ୟ ବିଭାଗର ବରିଷ୍ଠ ଅଧିକାରୀମାନେ ଏହି ଚଢାଉରେ ସାମିଲ୍ ହୋଇଥିଲେ । ଏହି ଟିମ୍ ଅଚାନକ ବ୍ରହ୍ମପୁର କାର୍ଡିଆକ ସେଣ୍ଟର, ଜଗନ୍ନାଥ ହସପିଟାଲ, ଯଶୋଦା ଡ଼ାଇଗ୍ନୁସିସ, ଆସ୍ଥା ହସ୍ପିଟାଲ, ଗୁରୁଦେବ ହସ୍ପିଟାଲ ଓ ଅମିତ୍ ହସ୍ପିଟାଲରେ ପହଞ୍ଚିଥିଲେ ।

ଏହିସବୁ ନର୍ସିଂ ହୋମଗୁଡିକରେ କିପରି ବିଭିନ୍ନ ପ୍ରକାର ବ୍ୟବସ୍ଥା ରହିଛି, କୋଠା ଗୁଡିକ ପାଇଁ ସରକାରଙ୍କ ନିୟମ ମୁତାବକ ବିଲ୍ଡିଂ ଅକ୍ୟୁପାନ୍ସି ସାର୍ଟିଫିକେଟର ବୈଧତା ରହିଛି କି ନାହିଁ, କ୍ଲିନିକାଲ ଏସଟାବ୍ଲିସମେଣ୍ଟ ସାର୍ଟିଫିକେଟ( Clinical Establishment Certificate)ର ବୈଧତା, ଜୈବିକ ବର୍ଜ୍ୟବସ୍ତୁର ପରିଚାଳନା, ଅଗ୍ନି ନିରାପତ୍ତା ବ୍ୟବସ୍ଥା, ଟ୍ରେଡର ବୈଧତା, ଏକ୍ସରେ ଓ ଅଲଟ୍ରା ସାଉଣ୍ଡର ବୈଧତା ଇତ୍ୟାଦି ଉପରେ ପୁଙ୍ଖାନୁପୁଙ୍ଖ ଭାବରେ ଯାଞ୍ଚ କରିଥିଲେ । ଆଗାମୀ ଦିନରେ ମଧ୍ୟ ଏଭଳି ଚଢାଉ ଜାରି ରହିବ ବୋଲି କୁହାଯାଇଛି ।

ଇଟିଭି ଭାରତ, ବ୍ରହ୍ମପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.