ଭଞ୍ଜନଗର: ଗଞ୍ଜାମ ଜିଲ୍ଲା ପୋଲସରା ବ୍ଲକ କେନ୍ଦୁବାଡ଼ି ପଞ୍ଚାୟତଠାରେ ସ୍ବାସ୍ଥ୍ୟ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । କେନ୍ଦୁବାଡ଼ି ସରପଞ୍ଚଙ୍କ ଉଦ୍ୟମରେ ଏହି ସ୍ବାସ୍ଥ୍ୟ ସଚେତନତା ଶିବିର ଆୟୋଜନ ହୋଇଥିବାବେଳେ ଆଠ ଜଣିଆ ଡାକ୍ତରୀ ଦଳ ଲୋକଙ୍କୁ ଚିକିତ୍ସା କରି ମାଗଣାରେ ଔଷଧ ଯୋଗାଇଥିଲେ ।
ଏହି ଶିବିରରେ ପଞ୍ଚାୟତର ପ୍ରାୟ ଦୁଇ ସହ ଲୋକଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଥିଲା, ଯେଉଁଥିରେ ମଧୁମେହ, ରକ୍ତଚାପ ଜନିତ ରୋଗୀ ଥିବାବେଳେ ଆଉ କିଛି ଅପରେସନର ଆବଶ୍ୟକତା ରହିଥିବା ଡାକ୍ତର କହିଛନ୍ତି । ଏଭଳି ସ୍ବାସ୍ଥ୍ୟ ଜନିତ ଚିକିତ୍ସାର ଆୟୋଜନ କରା ଯାଇଥିବାରୁ ପଞ୍ଚାୟତବାସୀ ସରପଞ୍ଚଙ୍କୁ ସାଧୁବାଦ ଜଣାଇଛନ୍ତି ।
ଭଞ୍ଜନଗରରୁ ରଞ୍ଜନ ସ୍ବାଇଁ, ଇଟିଭି ଭାରତ