ETV Bharat / state

ପ୍ରେମିକର ଘର ଆଗରେ ଗୁଜୁରାଟୀ ପ୍ରେମିକାର ଧାରଣା - ପ୍ରେମିକ

ବିବାହର ପ୍ରତିଶୃତି ଦେଇ ଶାରୀରିକ ସମ୍ପର୍କ ଓ ତା ପରେ ଧୋକା, ଶେଷରେ ନ୍ୟାୟ ପାଇଁ ପ୍ରେମିକର ଘର ଆଗରେ ଗୁଜୁରାଟୀ ପ୍ରେମିକାର ଧାରଣା । ଅଧିକ ପଢନ୍ତୁ...

ନ୍ୟାୟ ପାଇଁ ପ୍ରେମିକର ଘର ଆଗରେ ଗୁଜୁରାଟି ପ୍ରେମିକାର ଧାରଣା

author img

By

Published : Aug 10, 2021, 11:27 AM IST

Updated : Aug 10, 2021, 11:49 AM IST

ଭଞ୍ଜନଗର: ପ୍ରେମ- ପ୍ରତିଶୃତି- ଶାରୀରିକ ସମ୍ପର୍କ ଆଉ ତାପରେ ଧୋକା । ଶେଷରେ ନ୍ୟାୟ ପାଇଁ ପ୍ରେମିକର ଘର ଆଗରେ ଧାରଣାରେ ବସିଲା ଗୁଜୁରାଟୀ ପ୍ରେମିକା । ଏଭଳି ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ଅଞ୍ଚଳରେ । ବଡଆଗୁଳ ଗ୍ରାମର ଅରେନ୍ଦ୍ର କରଣ ଗୁଜୁରାଟ ସୁରତରେ ରହୁଥିବା ବେଳେ ଜଣେ ଯୁବତୀଙ୍କ ସହ ପ୍ରେମ ସମ୍ପର୍କ ଗଢିଉଠିଥିଲା । ଏହା ପରେ ଦୀର୍ଘ ୫ ବର୍ଷ ବିବାହର ପ୍ରତିଶୃତି ଦେଇ ଶାରୀରିକ ସମ୍ପର୍କ ରଖିବା ପରେ ଏବେ ତାଙ୍କୁ ଧୋକା ଦେଇ ନିଜ ଗାଁକୁ ଆସି ଅନ୍ୟତ୍ର ବିବାହ ପାଇଁ ଯୋଜନା କରୁଥିଲେ ।

ପ୍ରେମିକର ଘର ଆଗରେ ଗୁଜୁରାଟୀ ପ୍ରେମିକାର ଧାରଣା

ଏନେଇ ପ୍ରେମିକା ଜାଣିବା ପରେ ଗୁଜୁରାଟରୁ ଆସି କବିସୂର୍ଯ୍ୟନଗର ଥାନାରେ ଗତ 17 ତାରିଖ ଦିନ ଦ୍ୱାରସ୍ଥ ହୋଇଥିଲେ । ହେଲେ ଅଭିଯୋଗକୁ ୨୦ ଦିନ ବିତିଯାଇଥିଲେ ମଧ୍ୟ ପୋଲିସ କୌଣସି ପଦକ୍ଷେପ ନନେବାରୁ ଛତ୍ରପୁର ଅଞ୍ଚଳର ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟ ଓ ଗୁଜୁରାଟୀ ପ୍ରେମିକା ମିଶି ବଡଆଗୁଳ ବଡ଼ସାହି ସ୍ଥିତ ପ୍ରେମିକର ଘର ସାମ୍ନାରେ ଧାରଣାରେ ବସିଥିଲେ । ଯଦି ପୀଡ଼ିତାଙ୍କୁ ନ୍ୟାୟ ନମିଲୀଳା ଏହି ଆନ୍ଦୋଳନ ଜାରି ରହିବ ବୋଲି ଛତ୍ରପୁର ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟା ମାନେ କହିଛନ୍ତି ।

ଭଞ୍ଜନଗରରୁ ରଞ୍ଜନ ସ୍ୱାଇଁ, ଇଟିଭି ଭାରତ

Last Updated : Aug 10, 2021, 11:49 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.