ETV Bharat / state

କଟକଣା ମଧ୍ୟରେ ପାଳିତ ହେବ ପ୍ରସିଦ୍ଧ ଦଣ୍ଡଯାତ୍ରା - ମାଆ ତାରାତାରିଣୀଙ୍କ ଯାତ୍ରା

ଗଞ୍ଜାମ ଜିଲ୍ଲାରେ ଚୈତ୍ର ମାସରେ ଆୟୋଜିତ ପ୍ରସିଦ୍ଧ ଦଣ୍ଡନୃତ୍ୟ ସହିତ ମାଆ ତାରାତାରିଣୀଙ୍କ ଯାତ୍ରା ପାଇଁ ପ୍ରଶାସନ ତରଫରୁ ଜାରି ହୋଇଛି ଗାଇଡଲାଇନ । ଅଧିକ ପଢନ୍ତୁ...

େ୍
ଦଣ୍ଡନୃତ୍ୟ ଓ ମାଆ ତାରାତାରିଣୀ ଯାତ୍ରା ପାଇଁ କଟକଣା
author img

By

Published : Mar 17, 2021, 1:35 PM IST

ବ୍ରହ୍ମପୁର: ଜିଲ୍ଲାରେ ପ୍ରତିବର୍ଷ ଚୈତ୍ର ମାସରେ ଆୟୋଜିତ ହୁଏ ପ୍ରସିଦ୍ଧ ଦଣ୍ଡନୃତ୍ୟ ସହିତ ମାଆ ତାରାତାରିଣୀଙ୍କ ଯାତ୍ରା । ଗତ ବର୍ଷ କୋରୋନା ପାଇଁ ବନ୍ଦ ଥିଲା ଏହି ଯାତ୍ରା । ଏବେ ସ୍ଥିତି ସୁଧୁରିବାରୁ ଚଳିତ ବର୍ଷ ପାଇଁ ପ୍ରସିଦ୍ଧ ଦଣ୍ଡନୃତ୍ୟ ସହିତ ମାଆ ତାରାତାରିଣୀଙ୍କ ଯାତ୍ରାକୁ ଅନୁମତି ମିଳିଛି । ଯାତ୍ରା ପାଇଁ ଜିଲ୍ଲା ପ୍ରସାଶନ ପକ୍ଷରୁ ଗାଇଡଲାଇନ ଜାରି ହୋଇଛି ।

ପ୍ରସିଦ୍ଧ ଦଣ୍ଡନୃତ୍ୟ ଓ ମାଆ ତାରାତାରିଣୀ ଯାତ୍ରା ପାଇଁ ଗାଇଡଲାଇନ ଜାରି

କୋଭିଡ ସଂକ୍ରମଣକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ବନ୍ଦ କରାଯାଇଥିବା ଗଞ୍ଜାମ ଜିଲ୍ଲାର ପ୍ରସିଦ୍ଧ ଦଣ୍ଡନୃତ୍ୟ ଏବଂ ରାଜ୍ୟର ପ୍ରମୁଖ ଶକ୍ତିପୀଠ ମାଁ ତାରାତାରିଣୀଙ୍କ ଚୈତ୍ର ଯାତ୍ରା ଚଳିତ ବର୍ଷ କୋଭିଡ କଟକଣା ମଧ୍ୟରେ ଆୟୋଜିତ କରାଯିବ । ଚୈତ୍ର ମାସର ପ୍ରତ୍ୟେକ ମଙ୍ଗଳବାରରେ ତାରାତାରିଣୀ ପୀଠରେ ମାଆଙ୍କ ଯାତ୍ରା ଆୟୋଜିତ ହେବାକୁ ଥିବା ବେଳେ ବର୍ତ୍ତମାନ କୋରୋନାର ପ୍ରକୋପ କମ୍‌ ରହିଥିବାରୁ ଏହି ଯାତ୍ରାକୁ କଟକଣା ମଧ୍ୟରେ ଯେପରି ଜିଲ୍ଲାବାସୀଙ୍କ ମଧ୍ୟରେ ଆୟୋଜନ କରାଯିବ ସେ ନେଇ ଗାଇଡ୍ ଲାଇନ୍ ଜାରି କରିଛନ୍ତି ଜିଲ୍ଲା ପ୍ରଶାସନ । ସକାଳ ୬ ଟାରୁ ସନ୍ଧ୍ୟା ୫ ଟା ପର୍ଯ୍ୟନ୍ତ ମାଁଙ୍କୁ ଭକ୍ତ ମାନେ ଦର୍ଶନ କରିପାରିବେ । ମାତ୍ରବାହାର ଜିଲ୍ଲା ଏବଂ ବାହାର ରାଜ୍ୟର ଲୋକମାନଙ୍କୁ ମନ୍ଦିରକୁ ପ୍ରବେଶ ବାରଣ କରାଯାଇଛି । ଚଳିତ ବର୍ଷ ମଧ୍ୟ ମାନସିକଧାରୀ ଶିଶୁମାନଙ୍କୁ ମୁଣ୍ଡନ କରାଯିବ ।

କୌଣସି ଭକ୍ତଙ୍କ ଗାଡି ମନ୍ଦିର ଉପରକୁ ଯିବାକୁ ଅନୁମତି ଦିଆଯିବ ନାହିଁ । ପ୍ରଶାସନ ପକ୍ଷରୁ କରାଯାଇଥିବା ବସରେ ହିଁ ଭକ୍ତ ମାନେ ପାହାଡ଼ ଉପରକୁ ଯାଇ ମାଆଙ୍କୁ ଦର୍ଶନ କରିପାରିବେ । ସେହିପରି ଗଞ୍ଜାମ ଜିଲ୍ଲାର ପ୍ରସିଦ୍ଧ ଦଣ୍ଡନାଚ ନିମନ୍ତେ ମଧ୍ୟ ଅନୁମତି ଦିଆଯାଇଛି । ମାନସିକଧାରୀ ଦଣ୍ଡୁଆମାନେ ଦୁଇ ଶହ ମଧ୍ୟରେ ସୀମିତ ରହି ନିଜ ଅଞ୍ଚଳର ବ୍ୟକ୍ତି ବିଶେଷଙ୍କୁ ସାମିଲ କରାଇ ଦଣ୍ଡନାଚ କରିପାରିବେ । ଦଣ୍ଡଯାତ୍ରାରେ ଭୋଗ ତଥା ଅନ୍ନ ପ୍ରସାଦ ଜନସାଧାରଣଙ୍କୁ ବଣ୍ଟାଯିବା ପାଇଁ ବାରଣ କରାଯାଇଛି । ଡ଼ିଜେ, ରେକର୍ଡ଼ ଡ଼୍ୟାନ୍ସ ସମ୍ପୂର୍ଣ୍ଣ ରୂପେ ବାରଣ କରାଯିବା ସହିତ କେବଳ ସ୍ଥାନୀୟ କଳାକାର ମାନେ ହିଁ ନିଜର କଳା ପ୍ରଦର୍ଶନ କରିପାରିବେ ବୋଲି କହିଛନ୍ତି ଗଞ୍ଜାମ ଜିଲ୍ଲାପାଳ । ସେପଟେ ଜିଲ୍ଲା ପ୍ରଶାସନ ପକ୍ଷରୁ ଦଣ୍ଡନାଚ କରିବା ନିମନ୍ତେ ଅନୁମତି ମିଳିଥିବା ଯୋଗୁଁ ଖୁସି ବ୍ୟକ୍ତ କରିଛନ୍ତି ଜିଲ୍ଲାର କଳାକାର ଓ ଚିତ୍ରାଳୟ ସଂଘ ।

ଗତ ଏକ ବର୍ଷ ଧରି କୋରୋନା ଯୋଗୁଁ ଚିନ୍ତାରେ ରହିଥିବା କଳାକାର ମାନେ ପ୍ରଶାସନର ସମସ୍ତ ନିୟମକୁ ମାନି କଳା ପର୍ଦଶନ କରିବେ ବୋଲି କହିଛନ୍ତି । ଏପରିକି ଚଳିତ ବର୍ଷ ଅନୁମତି ମିଳିଥିବା ଯୋଗୁଁ ଦଣ୍ଡନାଚ ସମୟରେ ପ୍ରଥମେ କୋରୋନାକୁ ନେଇ ସଚେତନତା ମୂଳକ କାର୍ଯ୍ୟକ୍ରମ ପରିବେଷଣ କରାଯିବ ବୋଲି କହିଛନ୍ତି । ସେପଟେ ପ୍ରଶାସନ ନିଷ୍ପତ୍ତି ପ୍ରକାରରେ ଦଣ୍ଡନୃତ୍ୟରେ ରେକର୍ଡ଼ ଡ଼୍ୟାନ୍ସ, ଅପେରା କରାଯିବ ନାହିଁ ବୋଲି ସମ୍ମତି ପ୍ରକାଶ କରିଛନ୍ତି କଳାକାର ସଂଘର କର୍ମକର୍ତ୍ତା । ପ୍ରଶାସନ ପକ୍ଷରୁ କଟକଣା ଜାରି କରାଯାଇଥିବା ବେଳେ ଜିଲ୍ଲାବାସୀ ଏବଂ ଆୟୋଜକମାନେ ଏହି ସମସ୍ତ ନିୟମକୁ କଡାକଡି ପାଳନ ନ କଲେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କୁହାଯାଇଛି । ଏପରିକି ତହସିଲଦାରମାନେ ନିଜ ଅଞ୍ଚଳର ଏହି ସମସ୍ତ ବ୍ୟବସ୍ଥାକୁ ତଦାରଖ କରିବାକୁ ନିର୍ଦ୍ଧେଶ ଦିଆଯାଇଛି ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.