ETV Bharat / state

କୋରୋନା ଭୟ: ମୃତ୍ୟୁ ପରେ ମିଳିଲାନି ଚାରି କାନ୍ଧ, ଶେଷକୃତ୍ୟ କଲେ ସାମ୍ବାଦିକ - ବ୍ରହ୍ମପୁର ଖବର

କୋରୋନା ଭୟରେ 4 ଘଣ୍ଟା କାଳ ପଡିରହିଲା ଜଣେ ଅବସରପ୍ରାପ୍ତ ଶିକ୍ଷକଙ୍କ ମୃତଦେହ । ଆତ୍ମୀୟ ସ୍ବଜନ କି ସାହିବାସିନ୍ଦା କାହାର ବି ନଥିଲା ଦେଖା । ଏମିତି ସ୍ଥିତିରେ ମାନବିକତା ଦେଖାଇ ମୃତଦେହକୁ 4 କାନ୍ଧ ଦେବା ସହ ନିଜସ୍ବ ଖର୍ଚ୍ଚରେ ଅନ୍ତିମ ସଂସ୍କାର କରାଇଲେ ସାମ୍ବାଦିକ ଓ ପୂର୍ବତନ ସରପଞ୍ଚ । ବ୍ରହ୍ମପୁରର ଦେଖନ୍ତୁ ଏହି ସ୍ବତନ୍ତ୍ର ରିପୋର୍ଟ...

Great done job by berhampur journalist
କୋରୋନା ଭୟ: ମୃତ୍ୟୁ ପରେ ମିଳିଲାନି ଚାରି କାନ୍ଧ, ଶେଷକୃତ୍ୟ କଲେ ସାମ୍ବାଦିକ
author img

By

Published : Jul 23, 2020, 8:22 PM IST

ବ୍ରହ୍ମପୁର: କାନ୍ଦ ବୋବାଳିରେ ଫାଟି ପଡୁଛି ସମଗ୍ର ପରିବେଶ । ସ୍ବାମୀକୁ ହରାଇ ବିରହ ଘରଣୀ । ଏ କରୁଣ ଦୃଶ୍ୟ ହେଉଛି ସାରା ଜୀବନ ଅନ୍ୟକୁ ଶିକ୍ଷାଦାନ କରୁଥିବା ଜଣେ ଅବସରପ୍ରାପ୍ତ ଶିକ୍ଷକଙ୍କ ମୃତ୍ୟୁ ପରର ଦୃଶ୍ୟ ।

ଗଞ୍ଜାମ ଜିଲ୍ଲା ଶେରଗଡ ବ୍ଳକ ବଡ଼ଦାଣ୍ଡ ସାହିର ପିତାମ୍ବର ପାଢୀ । ଗତ କିଛି ଦିନ ଧରି ସେ ଟାଇଫଏଡରେ ଆକ୍ରାନ୍ତ ଥିଲେ । ଚିକିତ୍ସା ପରେ ସେ ସୁସ୍ଥ ହୋଇ ଘରକୁ ବି ଫେରିଥିଲେ । ହେଲେ ହଠାତ୍ କୌଣସି କାରଣରୁ ତାଙ୍କର ନିଜ ବାସଭବନରେ ମୃତ୍ୟୁ ହୋଇଥିଲା । ବିଡମ୍ବନାର ବିଷୟ ଯେ ମୃତ୍ୟୁର କିଛି ଦିନ ପୂର୍ବରୁ ସେ ଜ୍ବରରେ ପୀଡିତ ଥିବାରୁ ତାଙ୍କ ମୃତଦେହକୁ ଚାରି କାନ୍ଧର ସାହାରା ଦେବା ତ ଦୂରର କଥା କେହି ତାଙ୍କ ପାଖ ମାଡିଲେନି । ଆଉ ଏହାର ଏକମାତ୍ର କାରଣ ଥିଲା କୋରୋନା ଭୟ ।

ସେପଟେ କୋରୋନା କାରଣରୁ ବାହାର ରାଜ୍ୟରେ ରହିଥିବା ପିତାମ୍ବରଙ୍କ ଦୁଇ ପୁଅ ମଧ୍ୟ ତାଙ୍କ ଅନ୍ତିମ ସଂସ୍କାର ପାଇଁ ଆସିବା ସମ୍ଭବପର ହୋଇନଥିଲା । ଆଉ ଏଭଳି ସମୟରେ ସାହିବାସିନ୍ଦା ଓ ଆତ୍ମୀୟଙ୍କ ମଧ୍ୟ ଦେଖା ମିଳିନଥିଲା । ଅନ୍ତିମ ସଂସ୍କାର ପାଇଁ ଦୀର୍ଘ 4 ଘଣ୍ଟା ଧରି ପଡି ରହିଥିଲା ପିତାମ୍ବରଙ୍କ ମୃତଦେହ । ଅଫେରା ରାଇଜକୁ ଚାଲି ଯାଇଥିବା ସ୍ବାମୀର ମୃତଦେହ ପାଖରେ ଛିଡା ହୋଇ ସାହାରା ଖୋଜୁଥିଲେ ସ୍ତ୍ରୀ । ଏମିତି ସମୟରେ ମାନବିକତା ଦେଖାଇଥିଲେ ସ୍ଥାନୀୟ ଗଣମାଧ୍ୟମ ପ୍ରତିନିଧି ଓ ପୂର୍ବତନ ସରପଞ୍ଚ । ପିପିଇ କିଟ୍ ପିନ୍ଧି ମୃତକଙ୍କ ଘରେ ପଶି ଆମ୍ବୁଲାନ୍ସ ଯୋଗେ ମୃତଦେହକୁ ପଠାଇବା ସହ ମୃତଦେହ ସତ୍କାର କରାଇଥିଲେ । ତେବେ ଏକ ଭିଡିଓ ବାର୍ତ୍ତା ମାଧ୍ୟମରେ ଘଟଣାର ବିସ୍ତୃତ ତଥ୍ୟ ଦେଇଥିଲେ ଶେରଗଡ ସାମ୍ବାଦିକ ଶଙ୍କର ପ୍ରଧାନ ।

କୋରୋନା ଭୟ: ମୃତ୍ୟୁ ପରେ ମିଳିଲାନି ଚାରି କାନ୍ଧ, ଶେଷକୃତ୍ୟ କଲେ ସାମ୍ବାଦିକ

ଏହି ଘଟଣା ପରେ କୋରୋନା ମହାମାରୀର ଯୋଦ୍ଧା ସାଜିଥିବା ସାମ୍ବାଦିକ ଓ ସରପଞ୍ଚଙ୍କ ଏଭଳି କାର୍ଯ୍ୟକୁ ବିଭିନ୍ନ ମହଲରୁ ଛୁଟିଛି ପ୍ରଶଂସାର ସୁଅ । ସାରା ବିଶ୍ବ କୋରୋନା କୋପରେ ଆତଙ୍କିତ ଥିବା ବେଳେ ଥଣ୍ଡା ଜ୍ବର ଏହି ଭୂତାଣୁ ଗ୍ରାସର କାରଣ ସାଜୁଛି । ଆଉ କେତେବେଳେ ଓ କେଉଁ ସମୟରେ ଏହା କାହା ଉପରେ ଦାଉ ସାଧୁଛି ତାହା କଳ୍ପନା ବାହାରେ । ଏପରି ସ୍ଥିତିରେ ଲୋକଙ୍କ ମାନବିକତା ଛଡାଇ ନେଇଛି ଏହି ମହାମାରୀ । ତା' ସହ ପ୍ରମାଣିତ କରିଛି ଗଣମାଧ୍ୟମ ପ୍ରତିନିଧି ତଥା ସରପଞ୍ଚଙ୍କ ମହାନତା । ଆଉ ପୁଣି ଥରେ ମନେ ପକାଇ ଦେଇଛି ବାସ୍ତବରେ ଏମାନେ ସମସ୍ତେ କୋରୋନା ଲଢେଇର ଆଗଧାଡିର ଯୋଦ୍ଧା ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.