ETV Bharat / state

ମୋ ଜୀବନ ପ୍ରତି ବିପଦ ଅଛି, କହିଲେ ଗୋପାଳପୁର ବିଧାୟକ - ଗୋପାଳପୁର ବିଧାୟକ ହତ୍ୟା ଧମକ

"ଏକ ବିଶ୍ବସ୍ତ ସୂତ୍ରରୁ ଖବର ପାଇଛି ଯେ, ଜଣେ ଅଧିକାରୀ ମୋତେ ହତ୍ୟା କରିବାକୁ ଷଡ଼ଯନ୍ତ୍ର ରଚିଛନ୍ତି ।" ବୁଧବାର ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଏହା କହିଛନ୍ତି ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ । ଅଧିକ ପଢ଼ନ୍ତୁ

Gopalpur MLA Pradeep Panigrahi Allegedly getting life threatening
ମୋ ଜୀବନ ପ୍ରତି ବିପଦ ଅଛି, କହିଲେ ଗୋପାଳପୁର ବିଧାୟକ
author img

By

Published : Nov 16, 2022, 7:05 PM IST

ବ୍ରହ୍ମପୁର: "ଏକ ବିଶ୍ବସ୍ତ ସୂତ୍ରରୁ ଖବର ପାଇଛି ଯେ, ଜଣେ ଅଧିକାରୀ ମୋତେ ହତ୍ୟା କରିବାକୁ ଷଡ଼ଯନ୍ତ୍ର ରଚିଛନ୍ତି ।" ବୁଧବାର ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଏହା କହିଛନ୍ତି ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ । ଏକ ଉତ୍ତରଦାୟୀ ଏଜେନ୍ସି ପକ୍ଷରୁ ମଧ୍ୟ ତାଙ୍କୁ ଏଭଳି ସୂଚନା ମିଳିଥିବା କଥା କହିଛନ୍ତି ।

ମୋ ଜୀବନ ପ୍ରତି ବିପଦ ଅଛି, କହିଲେ ଗୋପାଳପୁର ବିଧାୟକ

ଗୋପାଳପୁର ନିର୍ବାଚନୀ ମଣ୍ଡଳୀ କଥା ବୁଝୁଥିବା ଜଣେ ଅଧିକାରୀ ଦଳୀୟ ନେତାଙ୍କ ସହାୟତାରେ ପ୍ରଦୀପ ପାଣିଗ୍ରାହୀଙ୍କୁ ହଟାଇବାକୁ ଚେଷ୍ଟା କରୁଥିବା ଅଭିଯୋଗ କରିଛନ୍ତି ଗୋପାଳପୁର ବିଧାୟକ । ଏହାକୁ ନେଇ ତାଙ୍କୁ ସିଧାସଳଖ କୌଣସି ଧମକ ନମିଳିଲେ ବି ଏକ ଏଜେନ୍ସି ଖବର ଦେଇଥିବା କଥା କହିଛନ୍ତି ପ୍ରଦୀପ ପାଣିଗ୍ରାହୀ ।

ଏହାପରେ ମୁଖ୍ୟମନ୍ତ୍ରୀଙ୍କ ନିର୍ମଳ ଭାବ ମୂର୍ତ୍ତିକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଗୋପାଳପୁର ବିଧାୟକ । ସେ କହିଛନ୍ତି, "ମୁଖ୍ୟମନ୍ତ୍ରୀଙ୍କ ନିର୍ମଳ ଭାବମୂର୍ତ୍ତି ଉପରେ ମୋର ସନ୍ଦେହଜାତ ହେଉଛି । ରାଜ୍ୟରେ ଆଇନ ବୋଲି ନାହିଁ, ସେଠାରେ କାହାକୁ ଭରସା କରି ହେବାନାହିଁ । ଅଫିସରମାନେ ଆମ ସହ କଥା ହୁଅନ୍ତି ନାହିଁ କାରଣ ମୁଖ୍ୟମନ୍ତ୍ରୀଙ୍କ ଅଫିସ ସେମାନଙ୍କୁ ଖରାପ ଭାବିବେ । ଜିଲ୍ଲାସ୍ତରର ଅଧିକାରୀମାନେ ବିଧାୟକଙ୍କ ସହ ଆଲୋଚନା କରିବା କଥା କିନ୍ତୁ କରୁନାହାନ୍ତି । ମାରିଦେବେ ତ, ମାରି ଦିଅନ୍ତୁ । କିନ୍ତୁ ଯଦି କିଛି ଅଘଟଣ ଘଟେ ଏଥିପାଇଁ ମୁଖ୍ୟମନ୍ତ୍ରୀ ହିଁ ଦାୟୀ ରହିବେ ।"

ଖାଲି ସେତିକି ନୁହେଁ, ପ୍ରଦୀପ ପାଣିଗ୍ରାହୀଙ୍କ ପରିବାର ଏବଂ ସମର୍ଥକଙ୍କ ଯଦି କାହାର ବି କିଛି କ୍ଷତି ହୁଏ ତେବେ ରାଜ୍ୟର ମୁଖ୍ୟମନ୍ତ୍ରୀ, ରାଜ୍ୟର ଗୃହମନ୍ତ୍ରୀ ହିଁ ଦାୟୀ ରହିବେ ବୋଲି କହିଛନ୍ତି । ସେ କହିଛନ୍ତି,"ମୁଁ ମରିବାର ଅଛି ମରିବି, ଯଦି ବଞ୍ଚିବାର ଅଛି ଡରିବି ନାହିଁ ।"

ଗୋପାଳପୁର ବିଧାୟକଙ୍କ ବୁଧବାର ଗଣମାଧ୍ୟମ ସମୁଖରେ ପ୍ରତିକ୍ରିୟା ପ୍ରକାଶ କରିବା ପରେ ପ୍ରଶ୍ନ ଉଠିଛି ସୁରକ୍ଷିତ ନାହାନ୍ତି କି ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ । ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ମାରିଦେବାକୁ ହେଉଛି କି ଷଡଯନ୍ତ୍ର ।

ଇଟିଭି ଭାରତ, ଗଞ୍ଜାମ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.