ETV Bharat / state

ବାଲ୍ୟ ବିବାହ ରୋକିବାରେ ଗଞ୍ଜାମ ଆଗୁଆ, ରାଜ୍ୟସ୍ତରରେ ହେଲା ପୁରସ୍କୃତ

ଗଞ୍ଜାମ ହେବ ବାଲ୍ୟ ବିବାହ ଫ୍ରି ଜିଲ୍ଲା। ଏନେଇ ଅଣ୍ଟା ଭିଡିଛନ୍ତି ଗଞ୍ଜାମ ଜିଲ୍ଲା ପ୍ରଶାସନ । 'ନିର୍ଭୟ କଢି' ନାମକ କାର୍ଯ୍ୟକ୍ରମ ଜରିଆରେ ନାବାଳିକାଙ୍କୁ ସଚେତନ କରାଯାଉଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ବ୍ରହ୍ମପୁର
author img

By

Published : Oct 26, 2019, 12:30 PM IST

ବ୍ରହ୍ମପୁର: ବାଲ୍ୟ ବିବାହ ରୋକିବାରେ ଗଞ୍ଜାମ ଜିଲ୍ଲା ପ୍ରଶାସନ ଉଲ୍ଲେଖନୀୟ ପଦକ୍ଷେପକୁ ନେଇଛି । ଏନେଇ ଜିଲ୍ଲା ପ୍ରଶାସନକୁ ରାଜ୍ୟସ୍ତରରେ କରାଯାଇଛି ପୁରସ୍କୃତ । ଭୁବନେଶ୍ବର ଠାରେ ଆୟୋଜିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ମନୋରମା ରେଡ୍ଡୀଙ୍କୁ ସମ୍ବର୍ଦ୍ଧିତ କରାଯାଇଛି ।

ବାଲ୍ୟ ବିବାହ ରୋକିବାରେ ଗଞ୍ଜାମ ଜିଲ୍ଲା ପ୍ରଶାସନ ଉଲ୍ଲେଖନୀୟ ପଦକ୍ଷେପକୁ ରାଜ୍ୟସ୍ତରରେ ପୁରସ୍କୃତ

ମୁଖ୍ୟତଃ ଗଞ୍ଜାମ ଜିଲ୍ଲାରେ ଗତ କିଛି ବର୍ଷ ଧରି ବାଲ୍ୟ ବିବାହକୁ ରୋକିବା ପାଇଁ ପ୍ରଶାସନ ପକ୍ଷରୁ ସ୍ବେଚ୍ଛାସେବୀଙ୍କ ସମେତ ସ୍ବୟଂ ସହାୟକ ସଙ୍ଘ, ଅଙ୍ଗନୱାଡିକର୍ମୀଙ୍କୁ ନେଇ ଜିଲ୍ଲାରେ ଅନେକ ବାଲ୍ୟବିବାହକୁ ରୋକାଯାଇଛି । ଏହାସହ ଜିଲ୍ଲାସ୍ତରରେ ବ୍ୟାପକ ସଚେତନତା କରାଯିବା ସହ ଜିଲ୍ଲାପାଳଙ୍କ ଉଦ୍ୟମରେ 'ନିର୍ଭୟ କଢି' ନାମକ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି । ୧୧ -୧୮ ବର୍ଷ ବାଳିକାଙ୍କୁ ନେଇ ପ୍ରତ୍ୟେକ ମାସର 3ୟ ଶନିବାର ପ୍ରତ୍ୟେକ ଅଙ୍ଗନୱାଡି କେନ୍ଦ୍ରରେ ବୈଠକ କରାଯାଇ ବାଲ୍ୟ ବିବାହର ପରିଣତି ଏବଂ ଏହାର ସ୍ବାସ୍ଥ୍ୟ ବିଭାଗ ଉପରେ ପ୍ରଭାବ ଉପରେ ଆଲୋଚନା କରାଯାଉଛି ।

ଏପରିକି ଏହି ନିର୍ଭୟ କଢି କାର୍ଯ୍ୟକ୍ରମକୁ ରାଜ୍ୟସ୍ତରରେ ପ୍ରଶଂସା କରାଯିବା ସହ ଏହା ଭବିଷ୍ୟତରେ ବହୁତ ପ୍ରଭାବ ପକାଇବ ବୋଲି କୁହାଯାଇଛି । ମୁଖ୍ୟତଃ ଗଞ୍ଜାମ ଜିଲ୍ଲାକୁ ବାଲ୍ୟ ବିବାହ କ୍ଷେତ୍ରରେ ଶୂନ କରିବା ଲକ୍ଷ୍ୟ ରଖାଯାଇଛି । ଗତ ୨୦୧୮-୧୯ରେ ମୋଟ ୨୨ଟି ବାଲ୍ୟ ବିବାହକୁ ବନ୍ଦ କରାଯାଇଥିବାବେଳେ ୨୦୧୯-୨୦ ମସିହାରେ ୨୩ ଟି ବାହାଘରକୁ ବନ୍ଦ କରାଯାଇଛି ।

ଏପରିକି ଏହି ଅବସରରେ ଗଞ୍ଜାମ ଜିଲ୍ଲାର ଧରାକୋଟ ବ୍ଲକର ଏକ ବାଳିକା ବାଲ୍ୟ ବିବାହକୁ ନା କରି ରାଜ୍ୟସ୍ତରରେ ପୁରସ୍କୃତ ହୋଇଥିବା ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ସୂଚନା ଦେଇଛନ୍ତି ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

Intro:ବାଲ୍ୟ ବିବାହ ରୋକିବାରେ ଗଞ୍ଜାମ ଜିଲ୍ଲାପ୍ରଶାସନର ଉଲ୍ଲେଖନୀୟ କାର୍ଯ୍ୟକୁ ନେଇ ରାଜ୍ୟ ସ୍ତରରେ କରାଯାଇଛି ପୁରସ୍କୃତ । ଭୁବନେଶ୍ୱର ଠାରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ମନୋରମା ରେଡି ସମ୍ୱର୍ଦ୍ଦିତ କରାଯାଇଛି । ମୁଖ୍ୟତଃ ଗଞ୍ଜାମ ଜିଲ୍ଲାରେ ଗତ କିଛି ବର୍ଷ ଧରି ବାଲ୍ୟ ବିବାହକୁ ରୋକିବା ପାଇଁ ପ୍ରଶାସନ ପକ୍ଷରୁ ସ୍ୱେଚ୍ଚାସେବୀ ସମେତ ସ୍ୱୟଂ ସହାୟକ ସଂଙ୍ଘ ,ଅଙ୍ଗନାୱାଡି କର୍ମୀ ଙ୍କୁ ନେଇ ବହୁ ବାଲ୍ୟ ବିବାହ କୁ ରୋକାଯାଇଥିବା ବେଳେ ଇତି ମଧ୍ୟରେ ଜିଲ୍ଲା ସ୍ତରରେ ବ୍ୟାପକ ସଚେତନତା କରାଯିବା ସହ ଜିଲ୍ଲାପାଳ ଙ୍କ ଉଦ୍ୟମରେ ଇତି ମଧ୍ୟରେ ନିର୍ଭୟ କଢି ନାମକ କାର୍ଯ୍ୟକ୍ରମ ଆରମ୍ଭ କରାଯିବା ସହ ୧୧ ବର୍ଷରୁ ୧୮ ବର୍ଷ ମଧ୍ୟରେ ସମେତ ବାଳିକା ଙ୍କୁ ନେଇ ପ୍ରତେକ ମାସର ତୃତୀୟ ଶନିବାର ପ୍ରତେକ ଅଙ୍ଗନାୱାଡି କେନ୍ଦ୍ରରେ ବୈଠକ କରାଯାଇ ବାଲ୍ୟ ବିବାହର ପରିଣତି ଏବଂ ଏହାର ସ୍ୱାସ୍ଥ ବିଭାଗ ଉପରେ ପ୍ରଭାବ ଉପରେ ଆଲୋଚନା କରାଯାଉଛି । ଏପରିକି ଏହି ନିର୍ଭୟ କଢି କାର୍ଯ୍ୟକ୍ରମ କୁ ରାଜ୍ୟସ୍ତରରେ ପ୍ରଶଂସା କରାଯିବା ସହ ଏହା ଭବିଷ୍ୟତରେ ବହୁତ ପ୍ରଭାବ ପକାଇବ ବୋଲି କୁହାଯାଇଛି । ମୁଖ୍ୟତଃ ଗଞ୍ଜାମ ଜିଲ୍ଲାକୁ ବାଲ୍ୟ ବିବାହ କ୍ଷେତ୍ରରେ ଶୂନ କରିବା ଲକ୍ଷ୍ୟ ରଖାଯାଇଥିବା ବେଳେ ଗତ ୨୦୧୮-୧୯ ରେ ମୋଟ ୨୨ ଟି ବାଲ୍ୟ ବିବାହ କୁ ବନ୍ଦ କରାଯାଇଥିବା ବେଳେ ୨୦୧୯-୨୦ ମସିହାରେ ୨୩ ଟି ବାହାଘର କୁ ବନ୍ଦ କରାଯାଇଛି ।ଏପରିକି ଆଗାମୀ ଦିନରେ ସ୍ୱୟଂ ସହାୟକ ସଂଙ୍ଘ ଗୁଡିକୁ ନେଇ ବାଲ୍ୟ ବିବାହ ରୋକିବା ନୁହେଁ ଏହାକୁ ଯେପରି ହେବାକୁ ଦେବେ ନାହିଁ ତାହାକୁ ପ୍ରଚେଷ୍ଟା ଜାରି ରହିଥିବା କୁହାଯାଇଛି । ଏପରିକି ଏହି ଅବସରରେ ଗଞ୍ଜାମ ଜିଲ୍ଲାର ଧରାକୋଟ ବ୍ଲକର ଏକ ବାଳିକା ବାଲ୍ୟ ବିବାହକୁ ନା କରି ରାଜ୍ୟ ସ୍ତରରେ ପୁରସ୍କୃତ ହୋଇଥିବା ଇଟିଭି ଭାରତ କୁ ସୂଚନା ଦେଇଛନ୍ତି ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ।

Body:ବାଇଟ୍-ମନୋରମା ରେଡି(ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ,ଗଞ୍ଜାମ)
ବ୍ରହ୍ମପୁର ରୁ ସମୀର ଆଚାର୍ଯ୍ୟ ଇଟିଭି ଭାରତ ....Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.