ଭଞ୍ଜନଗର: ଗଞ୍ଜାମ ଜିଲ୍ଲା ଧରାକୋଟ ଓ ବଡଗଡ ଥାନା ସୀମାନ୍ତରେ ଛେଳି ବେପାରୀଙ୍କୁ ଲୁଟ ଘଟଣାରେ 11ଜଣ ଗିରଫ । ସମସ୍ତ ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରାଯାଇଛି । ଗତ 28 ତାରିଖ ମଧ୍ୟରାତିରେ ବନ୍ଧୁକ ଦେଖାଇ ଲୁଟ ଘଟଣାରେ ଏମାନଙ୍କୁ ଗିରଫ କରାଯାଇଛି । ସେମାନଙ୍କ ଠାରୁ 4ଟି ବାଇକ,11ଟି ମୋବାଇଲ, ଗୋଟିଏ ଖଣ୍ଡା, ଗୋଟିଏ ଖେଳଣା ବନ୍ଧୁକ ଓ 12ଲକ୍ଷ 59ହଜାର ଟଙ୍କା ଜବତ ଜବତ କରାଯାଇ କୋର୍ଟ ଚାଲାଣ କରାଯାଇଥିବା ସୂଚନା ଦେଇଛନ୍ତି ଗଞ୍ଜାମ ଜିଲ୍ଲାର ଏସପି ବ୍ରିଜେଶ ରାଏ ।
ସୂଚନାନୁସାରେ, ଛେଳି ବ୍ୟବସାୟୀମାନେ ଯେଉଁ ଅଟୋକୁ ଯିବାପାଇଁ ଡାକିଥିଲେ ସେହି ଅଟୋ ଡ୍ରାଇଭର ହିଁ 9 ଜଣ ଦୃବୁର୍ତ୍ତଙ୍କୁ ନେଇ ଏହି ଡକାୟତି ଯୋଜନା କରିଥିବା ପୋଲିସ ଆଗରେ ସ୍ବୀକାର କରିଛି । ଅନ୍ୟପଟେ ଏହି ଅଭିଯୁକ୍ତ ମାନେ ଅନ୍ୟ କେଉଁ ଘଟଣାରେ ସମ୍ପୃକ୍ତ ଥିବେ ବୋଲି ତଦନ୍ତ ଜାରି ରଖିଛି ସ୍ଥାନୀୟ ପୋଲିସ ।
ଭଞ୍ଜନଗରରୁ ରଞ୍ଜନ ସ୍ବାଇଁ, ଇଟିଭି ଭାରତ