ETV Bharat / state

ଦଶମ ପରୀକ୍ଷା ଦେଲେ ସୋରଡା ବିଧାୟକ - ଦଶମ ପରୀକ୍ଷା ଦେଉଛନ୍ତି ବିଧାୟକ ପୂର୍ଣ୍ଣ ଚନ୍ଦ୍ର ସ୍ବାଇଁ

ସ୍ଥାନୀୟ ସରକାରୀ ଉଚ୍ଚ ବିଦ୍ୟାଳୟ ପରୀକ୍ଷା ସେଣ୍ଟରରେ ଅଫଲାଇନ ପରୀକ୍ଷା ଦେଉଛନ୍ତି ବିଧାୟକ । ତେବେ ବିଧାୟକ କରସ୍ପଣ୍ଡେଣ୍ଟ କୋର୍ସରେ ପରୀକ୍ଷା ଦେଉଛନ୍ତି l ଏହି ପରୀକ୍ଷା କେନ୍ଦ୍ରରେ ମୋଟ 33 ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଉଛନ୍ତି । ଅଧିକ ପଢନ୍ତୁ...

Ganjam Soroda
Ganjam Soroda
author img

By

Published : Jul 30, 2021, 2:38 PM IST

ଭଞ୍ଜନଗର: ଦଶମ ପରୀକ୍ଷା ଦେଉଛନ୍ତି ସୋରଡା ବିଧାୟକ ପୂର୍ଣ୍ଣ ଚନ୍ଦ୍ର ସ୍ବାଇଁ । ଆଜି (ଶୁକ୍ରବାର)ଠାରୁ ଦଶମ ଅଫଲାଇନ ପରୀକ୍ଷା ଆରମ୍ଭ ହୋଇଛି । ଅସନ୍ତୁଷ୍ଟ ଥିବା ୧୫ ହଜାରରୁ ଅଧିକ ଛାତ୍ରଛାତ୍ରୀ ଦେଉଛନ୍ତି ପରୀକ୍ଷା । ଆଉ ସେହି ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅଛନ୍ତି ଗଞ୍ଜାମ ସୋରଡାର ୩ ଥର ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ବାଇଁ ।

ସ୍ଥାନୀୟ ସରକାରୀ ଉଚ୍ଚ ବିଦ୍ୟାଳୟ ପରୀକ୍ଷା ସେଣ୍ଟରରେ ଅଫଲାଇନ ପରୀକ୍ଷା ଦେଉଛନ୍ତି ବିଧାୟକ । ତେବେ ବିଧାୟକ କରସ୍ପଣ୍ଡେଣ୍ଟ କୋର୍ସରେ ପରୀକ୍ଷା ଦେଉଛନ୍ତି l ଏହି ପରୀକ୍ଷା କେନ୍ଦ୍ରରେ ମୋଟ 33 ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଉଛନ୍ତି ।

ପରୀକ୍ଷା ପାଇଁ ପରୀକ୍ଷା କେନ୍ଦ୍ରରେ ସମ୍ପୂର୍ଣ୍ଣ କୋଭିଡ କଟକଣା ପାଳନ ହେଉଥିବା ବେଳେ, ବିଧାୟକଙ୍କ ସ୍ବାସ୍ଥ୍ୟ ସାମାନ୍ୟ ଖରାପ ଥିବାରୁ ତାଙ୍କ ପାଇଁ ସ୍ବତନ୍ତ୍ର କୋଠରୀର ବ୍ୟବସ୍ଥା ହୋଇଛି । ତେବେ ସେ ପିଲାଙ୍କ ସହ ମିଶି ପରୀକ୍ଷା ଦେଉଥିବା ସୂଚନା ମିଳିଛି । ତେବେ ମାଟ୍ରିକ ପାସ କରିନଥିବା ବିଧାୟକ ପୂର୍ବରୁ ପରୀକ୍ଷା ଦେବାପାଇଁ ଉଦ୍ୟମ କରିଥିଲେ ମଧ୍ୟ ବିଭିନ୍ନ କାରଣରୁ ଦେଇ ପାରିନଥିଲେ । ତେବେ ବିଧାୟକ କେତେ ନମ୍ବର ରଖି ପରୀକ୍ଷାରେ କୃତକାର୍ଯ୍ୟ ହେଉଛନ୍ତି ଓ ଆଗକୁ ଉଚ୍ଚଶିକ୍ଷା ପାଇଁ ଉଦ୍ୟମ କରୁଛନ୍ତି କି ନାହିଁ ଏବେ ତା ଉପରେ ନଜର ।

ଗଞ୍ଜାମ ଭଞ୍ଜନଗରରୁ ରଞ୍ଜନ ସ୍ବାଇଁ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.