ETV Bharat / state

ତିତିଲି ଓପାଡି ଦେଲା ବିଦ୍ୟୁତ ଖୁଣ୍ଟ, ବ୍ୟବସ୍ଥା ଥାଇ ବି ଅନ୍ଧାରରେ ଆଦିବାସୀ

author img

By

Published : Feb 20, 2021, 6:50 PM IST

ସବୁ ବ୍ୟବସ୍ଥା ଥାଇ ବି ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଲକ ବଡ଼ଗୋଚ୍ଛା ପଞ୍ଚାୟତର ଲୋକଙ୍କ ଜୀବନ ଅନ୍ଧାରରେ କଟୁଛି। କାରଣ ତିତିଲି ଝଡ ତୋଫାନ ସବୁକିଛି ଉଜାଡି ଦେଲା। ଘାଟି ରାସ୍ତାରେ ତାର ସବୁ ଛିଡି ପଡିଲା ସେହି ଦିନଠାରୁ ଆଜି ପର୍ଯ୍ୟନ୍ତ ଅନ୍ଧାରରେ ଦିନ କାଟୁଛନ୍ତି ଆଦିବାସୀ। ଅଧିକ ପଢନ୍ତୁ...

ତିତିଲି ଓପାଡି ଦେଲା ଇଲେକ୍ଟ୍ରିକ ଖୁଣ୍ଟ, ବ୍ୟବସ୍ଥା ଥାଇ ବି ଅନ୍ଧାରରେ ଆଦିବାସୀ

ଭଞ୍ଜନଗର: କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଛି ତଥାପି ଆଦିବାସୀଙ୍କ ଅବସ୍ଥାରେ ସୁଧାର ଆସୁନି। ଦିନ ଗଡୁଛି ଓ ଦୁଃଖ ବଢୁଛି। ସବୁ ବ୍ୟବସ୍ଥା ଥାଇ ବି ଦିନ କଟୁଛି ନୀରିହ ଲୋକ ଗୁଡାଙ୍କ ଜୀବନ କଟୁଛି ଅନ୍ଧାରରେ। ଆମେ କହୁଛୁ ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଲକ ବଡ଼ଗୋଚ୍ଛା ପଞ୍ଚାୟତର କଥା।

ପାହାଡ଼ ଉପରେ ଥିବା ଗୋଛାପଦର, ମୁନିସକୁମ୍ପା, କଇଠଗୁଡି, ତଳଗାଁ, ଗଣ୍ଡିଗାଁ,ବିରୀଗୁଡ଼ି ଏହିପରି ଦଶଖଣ୍ଡ ଗ୍ରାମରେ ପ୍ରାୟ 400 ଶହରୁ ଉର୍ଦ୍ଧ୍ବ ପରିବାର ବସବାସ କରୁଛନ୍ତି । ସେହି ପାହାଡ଼ ଉପରେ ଆଜକୁ 50 ବର୍ଷ ହେଲା ଆଦିବାସୀ ପରିବାର ବସବାସ କରୁଛନ୍ତି।

ବିଗତ ଦିନରେ ବହୁ କଷ୍ଟରେ ଚଲୁଥିବାବେଳେ କିଛି ବର୍ଷ ପୂର୍ବେ ରାଜ୍ୟ ସରକାର ସେହି ଅଞ୍ଚଳର ବିକାଶ ନିମନ୍ତେ ରାସ୍ତା ଘାଟ ପାନୀୟ ଜଳର ବ୍ୟବସ୍ଥା, ଇଲେକ୍ଟ୍ରିର ବ୍ୟବସ୍ଥା କରିଥିଲେ। ବିଦ୍ୟୁତ ଆସିବ ଘରେ ଘରେ ଆଲୁଅ ପହଁଞ୍ଚିବ ସେହି ଉଦ୍ଦେଶ୍ୟ ନେଇ ପ୍ରତ୍ୟେକ ଗ୍ରାମବାସୀ ପୋଲ ପୋତିବାରେ ସହଯୋଗ କଲେ। ଇଲେକ୍ଟ୍ରି ଆସିଲା ଗ୍ରାମରେ ଆଲୁଅ ପହଁଞ୍ଚିଲା, ଅଞ୍ଚଳବାସୀ ଖୁସି ହେଲେ ହେଲେ ସେହି ଖୁସି ବେଶି ଦିନ ରହିଲା ନାହିଁ ।

କାରଣ ତିତିଲି ଝଡ ତୋଫାନ ସବୁକିଛି ଉଜାଡି ଦେଲା। ଘାଟି ରାସ୍ତାରେ ତାର ସବୁ ଛିଡି ପଡିଲା ସେହି ଦିନଠାରୁ ଆଜି ପର୍ଯ୍ୟନ୍ତ ଅନ୍ଧାରରେ ଦିନ କାଟୁଛନ୍ତି ଆଦିବାସୀ। ତିତିଲି ଝଡତୋଫାନ ପରେ ସରକାର ସବୁ ଅଞ୍ଚଳକୁ ସଜାଡିବାରେ ଲାଗିପଡ଼ିଲେ ଏହି ଆଦିବାସୀ ଅଞ୍ଚଳଳକୁ ସରକାର ପାଷୋରି ଗଲେ। ତୁରନ୍ତ ଏହି ଅଞ୍ଚଳକୁ ବିଦ୍ୟୁତ ସଂଯୋଗ କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି ।

ଅନ୍ୟପଟେ ଆମେ ଯୋଗାଯୋଗ କରିଥିଲୁ ଭଞ୍ଜନଗର ବିଦ୍ୟୁତ ବିଭାଗର ଅଧିକ୍ଷଣ ଯନ୍ତ୍ରୀଙ୍କ ସହ। ସେ କହିଛନ୍ତି ଆମପାଖରେ ସେ ଖବର ନଥିଲା। ବର୍ତ୍ତମାନ ସୂଚନା ପାଇଲୁ ତୁରନ୍ତ ସେହି ଅଞ୍ଚଳକୁ ବିଦ୍ୟୁତ ସଂଯୋଗ କରାଯିବ ବୋଲି ପ୍ରତିଶୃତି ଦେଇଛନ୍ତି।

ଭଞ୍ଜନଗରରୁ ରଞ୍ଜନ ସ୍ବାଇଁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.