ETV Bharat / state

ଗଞ୍ଜାମ ଜିଲ୍ଲା ହେବ ପାଣ୍ଡିଆନଙ୍କ ପଲିଟିକ୍ସ ଗ୍ରାଉଣ୍ଡ !

author img

By ETV Bharat Odisha Team

Published : Nov 29, 2023, 8:46 PM IST

ପାଣ୍ଡିଆନଙ୍କ ପାଇଁ କ୍ଷେତ୍ର ପ୍ରସ୍ତୁତ କରୁଛନ୍ତି ଗଞ୍ଜାମ ଜିଲ୍ଲା ବିଧାୟକ ମାନେ । ଗଞ୍ଜାମ ଜିଲ୍ଲାର କୌଣସି ଏକ ବିଧାନସଭା କ୍ଷେତ୍ରରୁ ନିର୍ବାଚନ ଲଢିବେ ବୋଲି ଚର୍ଚ୍ଚା ହେଉଛି। ପାଣ୍ଡିଆନଙ୍କ ପାଇଁ ବିଜେଡି ନେତା ମାନେ ନିଜ ଆସନ ଛାଡିବାକୁ ପ୍ରସ୍ତୁତ । ଗଞ୍ଜାମ ଜିଲ୍ଲାରୁ ପାଣ୍ଡିଆନଙ୍କୁ ପ୍ରତ୍ୟେକ୍ଷ ରାଜନୀତିରେ ପ୍ରବେଶ କରାଇବାକୁ ବିଜେଡି ରଣନୀତି କରୁଥିବା ଚର୍ଚ୍ଚା ହେଉଛି । ଅଧିକ ପଢନ୍ତୁ...

ଗଞ୍ଜାମ ଜିଲ୍ଲା ହେବ ପାଣ୍ଡିଆନଙ୍କ ପଲିଟିକ୍ସ ଗ୍ରାଉଣ୍ଡ !
ଗଞ୍ଜାମ ଜିଲ୍ଲା ହେବ ପାଣ୍ଡିଆନଙ୍କ ପଲିଟିକ୍ସ ଗ୍ରାଉଣ୍ଡ !
ଗଞ୍ଜାମ ଜିଲ୍ଲା ହେବ ପାଣ୍ଡିଆନଙ୍କ ପଲିଟିକ୍ସ ଗ୍ରାଉଣ୍ଡ !

ବ୍ରହ୍ମପୁର: ବିଜେଡିରେ ଆରମ୍ଭ ହେବ ପାଣ୍ଡିଆନ ପଲିଟିକ୍ସ । ଗଞ୍ଜାମ ଜିଲ୍ଲାରୁ ନିର୍ବାଚନ ଲଢିପାରନ୍ତି ଭି କାର୍ତ୍ତିକେୟନ ପାଣ୍ଡିଆନ । ପାଣ୍ଡିଆନଙ୍କ ପାଇଁ କ୍ଷେତ୍ର ପ୍ରସ୍ତୁତ କରୁଛନ୍ତି ଗଞ୍ଜାମ ଜିଲ୍ଲା ବିଧାୟକ ମାନେ । ଗଞ୍ଜାମ ଜିଲ୍ଲାର କୌଣସି ଏକ ବିଧାନସଭା କ୍ଷେତ୍ରରୁ ନିର୍ବାଚନ ଲଢିବେ ବୋଲି ଚର୍ଚ୍ଚା ହେଉଛି। ପାଣ୍ଡିଆନଙ୍କ ପାଇଁ ବିଜେଡି ନେତା ମାନେ ନିଜ ଆସନ ଛାଡିବାକୁ ପ୍ରସ୍ତୁତ । ଗଞ୍ଜାମ ଜିଲ୍ଲାରୁ ପାଣ୍ଡିଆନଙ୍କୁ ପ୍ରତ୍ୟେକ୍ଷ ରାଜନୀତିରେ ପ୍ରବେଶ କରାଇବାକୁ ବିଜେଡି ରଣନୀତି କରୁଥିବା ଚର୍ଚ୍ଚା ହେଉଛି । ପାଣ୍ଡିଆନ ପୂର୍ବରୁ ଜିଲ୍ଲାରେ ଜିଲ୍ଲାପାଳ ଭାବେ କାମ କରିଥିବାରୁ ଏହା ସହଜ ହେବ ବୋଲି ଅନୁମାନ କରୁଛି ବିଜେଡି । ଯଦି ଏହା ହୁଏ ପାଣ୍ଡିଆନଙ୍କ ପଲିଟିକ୍ସ କ୍ୟାରିୟରର ପ୍ରୟୋଗଶାଳା ହେବ ଗଞ୍ଜାମ ।

ଅଧିକ ପଢନ୍ତୁ- ବିଜେଡିରେ ପାଣ୍ଡିଆନଙ୍କ ଏଣ୍ଟ୍ରି ପରେ ପାୱାର କରିଡରରେ ଚର୍ଚ୍ଚା: 2024 ନିର୍ବାଚନରେ ମିଳିବ ବଡ଼ ଦାୟିତ୍ବ !

ଏନେଇ ଗଞ୍ଜାମ ଜିଲ୍ଲା ବିଜେଡି ସଭାପତି ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ କହିଛନ୍ତି, "ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀ ହିଞ୍ଜିକାଟୁକୁ ଛାଡି ଅନ୍ୟ ଯେଉଁଠି ନିର୍ବାଚନ ଲଢିଲେ ମଧ୍ୟ ପାଣ୍ଡିଆନ ଜିତିବେ । ଜନସାଧାରଣ ତାଙ୍କୁ ପୁରା ସମର୍ଥନ ଦେବେ । ଲୋକେ ତାଙ୍କ ବିକାଶକୁ ଦେଖିଛନ୍ତି । ଜିଲ୍ଲପାଳ ଥିବାବେଳେ ବହୁ ଭଲ କାମ କରିଛନ୍ତି । ଲୋକେ ତାଙ୍କୁ ଚାହୁଁଛନ୍ତି । ପୁରା ଗଞ୍ଜାମବାସୀ ପାଣ୍ଡିଆନଙ୍କୁ ସମର୍ଥନ କରୁଛନ୍ତି । ଯଦି ମୁଖ୍ୟମନ୍ତ୍ରୀ ପାଣ୍ଡିଆନଙ୍କୁ ସୁଯୋଗ ଦିଅନ୍ତି ଗଞ୍ଜାମବାସୀ ସ୍ବାଗତ କରିବେ ।"

ସେ ପୁଣି କହିଛନ୍ତି ଯେ ଗଞ୍ଜାମ ଜିଲ୍ଲାର ଜିଲ୍ଲାପାଳ ଭାବରେ କାର୍ଯ୍ୟ କରିଥିବା ଏହି ପୂର୍ବତନ ଆଇଏଏସ ଅଧିକାରୀ ଜିଲ୍ଲାବାସୀଙ୍କ ପ୍ରିୟଭାଜନ ରହିଥିବା ବେଳେ ସେ ମୁଖ୍ୟମନ୍ତ୍ରୀଙ୍କ ପ୍ରିୟଭାଜନ ହୋଇପାରିଛନ୍ତି । ଗତ ଜନଅଭିଯୋଗ ଶୁଣାଣି ସମୟରେ ଦଳ ମତ ନିର୍ବିଶେଷରେ ସମସ୍ତ ବର୍ଗର ଜନସାଧାରଣଙ୍କ ସମେତ ବିଭିନ୍ନ ସ୍ଥାନରେ ଅନେକ ବ୍ୟକ୍ତିବିଶେଷଙ୍କ ସହିତ ସାମିଲ ହେବା ଏବଂ ଅନେକ ବିକାଶମୂଳକ କାର୍ଯ୍ୟକୁ ହାତକୁ ନେବା ଜିଲ୍ଲାବାସୀକୁ ଅଧିକ ଆକୃଷ୍ଟ କରିଛି। ଏଣୁ ଏଭଳି ସମୟରେ ନିଜର ଆଇଏଏସ ଚାକିରୀ ଛାଡି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିକାଶ ମୂଳକ କାର୍ଯ୍ୟକୁ ଆଗକୁ ନେବା ପାଇଁ ରାଜନୀତିକୁ ଆସିଥିବା ପାଣ୍ଡିଆନଙ୍କୁ ନେଇ ଦଳର ସଙ୍ଗଠନ ବୃଦ୍ଧି ହେବା ସହିତ ବିକାଶ କାର୍ଯ୍ୟ ଆହୁରୀ ଆଗକୁ ବୃଦ୍ଧି ପାଇବ ।

ସେହିପରି ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା କହିଛନ୍ତି ଯେ ପାଣ୍ଡିଆନ ହେଉଛନ୍ତି ଓଡିଶା ବିକାଶର ରୂପକାରକ । ମୁଖ୍ୟମନ୍ତ୍ରୀଙ୍କ ବିକାଶଧାରାକୁ ସେ ଆଗେଇ ନେଉଛନ୍ତି । ବିଜେଡିରେ ସାମିଲ ହେବା ପରେ ରୂପାନ୍ତରଣ କାର୍ଯ୍ୟ ଆହୁରି ଦ୍ରୁତଗତିରେ ହେବ। ବିଜେଡି ଆହୁରି ଶକ୍ତିଶାଳୀ ହେବ । ଜିଲ୍ଲାର ସମସ୍ତ ନିର୍ବାଚିତ ଜନପ୍ରତିନିଧୀ ତାଙ୍କୁ ସ୍ବାଗତ କରୁଛନ୍ତି ।

ସେହିଭଳି ବିଧାୟିକା ଲତିକା ପ୍ରଧାନ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ବରେ ପାଣ୍ଡିଆନ ଓଡିଶାକୁ ବିଶ୍ବସ୍ତରୀୟ କରିଛନ୍ତି । ସେ ଓଡିଶାର ଯେମିତି ବିକାଶ କରିଛନ୍ତି ଏବେ ଆମ ଦଳର ମଧ୍ୟ କରିବେ । ଅନ୍ୟପଟେ ବ୍ରହ୍ମପୁର ବିଶ୍ବବିଦ୍ୟାଳର ପୂର୍ବତନ କୁଳପତି ଜୟନ୍ତ ମହାପାତ୍ର କହିଛନ୍ତି ପାଣ୍ଡିଆନ ଜଣେ ଦକ୍ଷ ଅଫିସର ଏଥିରେ କୌଣସି ସନ୍ଦେହ ନାହିଁ । ଗଞ୍ଜାମ ଜିଲ୍ଲାରେ ନିଜ ଦକ୍ଷତା ଦେଖାଇଛନ୍ତି । ଏବେ ବିଜେଡିରେ ପ୍ରମୁଖ ଭୂମିକା ତୁଳାଇବେ । ଆଗାମୀ ଦିନରେ ନିର୍ବାଚନ ମଧ୍ୟ ଲଢିପାରନ୍ତି ।

ଅଧିକ ପଢନ୍ତୁ- ଚର୍ଚ୍ଚାର ଅନ୍ତ: ଶେଷରେ ଶଙ୍ଖ ଫୁଙ୍କିଲେ ପାଣ୍ଡିଆନ, ଏଣିକି ବୋଲାଇବେ ବିଜେଡି ନେତା

ଗତ ଅକ୍ଟୋବର ୨୦ ରେ ସ୍ବେଚ୍ଛାକୃତ ଅବସର ପାଇଁ ଆବେଦଦନନ କରିଥିଲେ ସେତେବେଳେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଥିବା ପାଣ୍ଡିଆନ । ଏହାର ତିନି ଦିନ ପରେ ଅର୍ଥାତ ଅକ୍ଟୋବର ୨୩ ରେ ଆବେଦନକୁ ମଞ୍ଜୁରୀ ଦେଇଥିଲେ କେନ୍ଦ୍ର ସରକାର । ଏହାର ୨୪ ଘଣ୍ଟା ମଧ୍ୟରେ ମୁଖ୍ୟମନ୍ତ୍ରୀ ତାଙ୍କୁ ୫ଟି ସଚିବରୁ 5ଟି ଓ ନବୀନ ଓଡିଶା ଅଧ୍ୟକ୍ଷ କରିଥିଲେ। ଏହା ପରଠାରୁ ପାଣ୍ଡିଆନ ରାଜନୀତିକୁ ଆସିପାରନ୍ତି ବୋଲି ଚର୍ଚ୍ଚା ଲାଗିରହିଥିଲା । ସବୁ ଚର୍ଚ୍ଚାର ଅନ୍ତ ଘଟାଇ ପାଣ୍ଡିଆନ ଗତ କାର୍ତ୍ତିକ ପୂର୍ଣ୍ଣିମାରେ ବିଜେଡିରେ ବିଦ୍ଧିବଧ ଭାବେ ବିଜୁ ଜନତା ଦଳରେ ସାମିଲ ହୋଇଛନ୍ତି ।

ଗତ ୨୦୦୨ ମସିହାରେ ଧର୍ମଗଡର ଉପଜିଲ୍ଲାପାଳ ଭାବରେ କାର୍ଯ୍ୟ ଆରମ୍ଭ କରିଥିବା ପାଣ୍ଡିଆନ ପରବର୍ତ୍ତୀ ସମୟରେ ମୟୁରଭଞ୍ଜ ଏବଂ ଗଞ୍ଜାମ ଜିଲ୍ଲାର ଜିଲ୍ଲାପାଳ ଭାବରେ କାର୍ଯ୍ୟ କରିଥିଲେ । ଏହାପରେ 2011 ମସିହାରେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭାବେ କାର୍ଯ୍ୟ ଆରମ୍ଭ କରିଥିଲେ । ଗତ 2019 ମସିହାରେ ଅତିରିକ୍ତ ଭାବେ ୫ଟି ସଚିବ ହୋଇଥିଲେ । ଏବେ ବିଜେଡିରେ ସାମିଲ ହେବା ପରେ ଆଗାମୀ ଦିନରେ କେଉଁଠାରୁ ନିର୍ବାଚନ ଲଢିବେ ଯଦି ଲଢିବେ ବିଧାନସଭା ନା ଲୋକସଭା ତାହାକୁ ନେଇ ଚର୍ଚା ଚାଲିଛି । ଏହାସହ ଆଗାମୀ ଦିନରେ ବିଜେଡିରେ ତାଙ୍କ ଭୂମିକା କଣ ହେବ ତାହକୁ ନେଇ ମଧ୍ୟ ଭିନ୍ନ ଭିନ୍ନ ଚର୍ଚ୍ଚା ଚାଲିଛି ।

ଇଟିଭି ଭାରତ, ବ୍ରହ୍ମପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.