ETV Bharat / state

ଗଞ୍ଜାମ ଜିଲ୍ଲାପାଳଙ୍କ କୋଭିଡ ସମୀକ୍ଷା କାର୍ଯ୍ୟକ୍ରମ - ଗଞ୍ଜାମ ଜିଲ୍ଲାପାଳଙ୍କ କୋଭିଡ ସମୀକ୍ଷା

ଗଞ୍ଜାମ ସ୍ଥିତି ସମୀକ୍ଷା କଲେ ଜିଲ୍ଲାପାଳ ଅମୃତ କୁଲାଙ୍ଗେ । କିପରି ଦ୍ବିତୀୟ ଲହର ବ୍ୟାପିବାରୁ ରୋକାଯାଇ ପାରିବ ସେନେଇ ଅଧିକାରୀଙ୍କ ସହ ଆଲୋଚନା । ଅଧିକ ପଢନ୍ତୁ....

ଗଞ୍ଜାମ ଜିଲ୍ଲାପାଳଙ୍କ କୋଭିଡ ସମୀକ୍ଷା କାର୍ଯ୍ୟକ୍ରମ

author img

By

Published : Apr 22, 2021, 10:57 PM IST

ଗଞ୍ଜାମ: ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଭଞ୍ଜନଗର ଗସ୍ତ କରି କୋଭିଡ ସ୍ଥିତି ସମୀକ୍ଷା କରିଛନ୍ତି । ଦିନକୁ ଦିନ ଗଞ୍ଜାମ ଜିଲ୍ଲାରେ କୋଭିଡ ପଜିଟିଭ ସଂଖ୍ୟା ବୃଦ୍ଧି ପାଉଥିବାରୁ ପ୍ରଶାସନ ପାଇଁ ମୁଣ୍ଡ ବ୍ୟଥା ପାଲିଟିଛି । କିପରି କୋଭିଡର ଦ୍ୱିତୀୟ ଲହର ବ୍ୟାପିବାରେ ରୋକ ଲାଗିବ ସେଥିପାଇଁ ବିଭିନ୍ନ ଅଧିକାରୀମାନଙ୍କ ସହ ଆଲୋଚନା କରିଛନ୍ତି ।

ଗଞ୍ଜାମ ଜିଲ୍ଲାପାଳଙ୍କ କୋଭିଡ ସମୀକ୍ଷା କାର୍ଯ୍ୟକ୍ରମ

ସାମାଜିକ ଦୂରତ୍ୱ, ମାସ୍କ ବ୍ୟବହାର, ପଞ୍ଚସୂତ୍ର ନିୟମ କଠୋର ଭାବେ ପାଳନ, ଜନଗହଳି ସ୍ଥାନ ପ୍ରତି ବିଶେଷ ନଜର ରଖିବାକୁ ଅଧିକାରୀମାନଙ୍କୁ ପରାମର୍ଶ ଦେଇଛନ୍ତି । ଏହାଛଡା ମାସ୍କ ଚେକିଂକୁ ଜୋରଦାର କରିବାକୁ ପରାମର୍ଶ ଦେଇଛନ୍ତି । ଭଞ୍ଜନଗର ଏନଏସି ଅଞ୍ଚଳରେ ସ୍ୱଚ୍ଛତାକୁ ଗୁରୁତ୍ୱ ଦେବାକୁ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି । ପରେ ଜିଲ୍ଲାପାଳ ୟୁବି ହାଇସ୍କୁଲରେ ଥିବା ଡିସିସି ଏବଂ ଉପଖଣ୍ଡ ଡାକ୍ତରଖାନାରେ ଥିବା କୋଭିଡ ଆଇସୋଲେସନ ସେଣ୍ଟର ବୁଲି ଦେଖିଛନ୍ତି ।

ଡିସିସି ସେଣ୍ଟର ଆଜିଠାରୁ କାର୍ଯ୍ୟକ୍ଷମ କରିବ ବୋଲି ସୂଚନା ଦିଆଯାଇଛି । ଉପଯୁକ୍ତ ସମନ୍ୱୟ ରକ୍ଷାକରି କାର୍ଯ୍ୟ କରିବା ସହ କିପରି କୋଭିଡର ଦ୍ୱିତୀୟ ଲହରକୁ ବ୍ରେକ ଲଗାଯାଇପାରିବ, ସେଥିପ୍ରତି ଫୋକସ ଏବଂ ଜନସାଧାରଣ ଏହି ଘଡିସନ୍ଧି ମୁହୂର୍ତ୍ତରେ ସହଯୋଗ କରି ସମସ୍ତ କୋଭିଡ ନିୟମ ପାଳନ କରିବାକୁ ଅନୁରୋଧ କରିଛନ୍ତି ଜିଲ୍ଲାପାଳ । ଅନ୍ୟମାନଙ୍କ ମଧ୍ୟରେ ଭଞ୍ଜନଗର ଉପଜିଲ୍ଲାପାଳ ରାଜେନ୍ଦ୍ର ମିଞ୍ଜ, ତହସିଲଦାର ଆଲୋକ କୁମାର ପ୍ରଧାନ, ବିଡିଓ ଅନିଲ କୁମାର ସେଠୀ, ଉପଖଣ୍ଡ ଆରକ୍ଷୀ ଅଧିକାରୀ ଶୁଭ୍ରାଂଶୁ ଶେଖର ମିଶ୍ର, ଭଞ୍ଜନଗର ଥାନା ଅଧିକାରୀ ସୁଦୀପ୍ତ କୁମାର ସାହୁ, ମେଡିକାଲ ସୁପରିଟେଣ୍ଡେଣ୍ଟ ସୀତାଂଶୁ ଶେଖର ଶତପଥି, ବିଜ୍ଞାପିତ ଅଞ୍ଚଳ ପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀ ସତ୍ୟପ୍ରକାଶ ମିଶ୍ର ଉପସ୍ଥିତ ଥିଲେ ।

ଭଞ୍ଜନଗରରୁ ରଞ୍ଜନ ସ୍ୱାଇଁ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.