ETV Bharat / state

ସଡକ ସୁରକ୍ଷା ସପ୍ତାହ ପାଳନ; ଦୁର୍ଘଟଣା ନିୟନ୍ତ୍ରଣ ପାଇଁ ଜିଲ୍ଲା ପ୍ରଶାସନର ନିଷ୍ପତି - ଗଞ୍ଜାମ ଜିଲ୍ଲା

31 ତମ ଜାତୀୟ ସଡକ ସୁରକ୍ଷା ସପ୍ତାହ ପାଳନ ଅବସରରେ ଗଞ୍ଜାମ ଜିଲ୍ଲା ପ୍ରଶାସନ ସଡକ ସୁରକ୍ଷା କମାଇବାକୁ ସ୍ବତନ୍ତ୍ର ଯୋଜନା ।

Ganjam dist
Ganjam dist
author img

By

Published : Jan 16, 2020, 11:22 PM IST

ବ୍ରହ୍ମପୁର: ରାଜ୍ୟରେ ଗଞ୍ଜାମ ଜିଲ୍ଲାରେ ଘଟୁଛି ଅନେକ ଦୁର୍ଘଟଣା । ଭୌଗଳିକ ଦୃଷ୍ଟିକୋଣରୁ ଏହି ଜିଲ୍ଲା ଏକ ବଡ ଜିଲ୍ଲା ହୋଇଥିବା ବେଳେ ଏଠାରେ ପ୍ରତ୍ୟେକ ଦିନ ମାତ୍ରାଧିକ ଭାବେ ଦୁର୍ଘଟଣା ବୃଦ୍ଧି ପାଉଛି । ଜିଲ୍ଲାରେ ଘଟୁଥିବା ପ୍ରତ୍ୟେକ ଦୁର୍ଘଟଣାର ମିଳିତ ତଦନ୍ତ ରିପୋର୍ଟ ପ୍ରସ୍ତୁତ କରାଯାଇ କିଭଳି ଏବଂ କେଉଁ ପରିସ୍ଥିତିରେ ଉକ୍ତ ଦୁର୍ଘଟଣା ଘଟିଲା ଏବଂ ତାହାକୁ କିପରି ପୁନଃର୍ବାର ସେଭଳି ଦୁର୍ଘଟଣା ନହେବ ସେଥିପାଇଁ ପଦକ୍ଷେପ ନିଆଯାଇ ପାରିବ ତାହାକୁ ନେଇ ସମସ୍ତ ବିଭାଗ ଗୁରୁତ୍ତର ସହ ଦୃଷ୍ଟି ଦେବାକୁ ପରାମର୍ଶ ଦେଇଛନ୍ତି ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ।

ଦୁର୍ଘଟଣା କମାଇବାକୁ ଜିଲ୍ଲା ପ୍ରଶାସନର ନିଷ୍ପତି

ଏହାକୁ ନେଇ ଜିଲ୍ଲାପାଳ ଉଦବେଗ ପ୍ରକାଶ କରିଛନ୍ତି । ଜିଲ୍ଲାରେ ଘଟୁଥିବା ପ୍ରତ୍ୟେକ ଦୁର୍ଘଟଣାର ମିଳିତ ତଦନ୍ତ ରିପୋର୍ଟ ପ୍ରସ୍ତୁତ କରାଯାଇ କିଭଳି ଏବଂ କେଉଁ ପରିସ୍ଥିତିରେ ଉକ୍ତ ଦୁର୍ଘଟଣା ଘଟୁଛି କିପରି ପୁନରାବୃତ୍ତି ନହେବ ସେନେଇ ସମସ୍ତ ବିଭାଗ ମିଳିତ ଭାବେ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଛନ୍ତି ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ।

ଗୁରୁବାର 31 ତମ ଜାତୀୟ ସଡକ ସୁରକ୍ଷା ସପ୍ତାହ ପାଳନ ଅବସରରେ ଆୟୋଜିତ ଏକ ବୈଠକରେ ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ ଅଧ୍ୟକ୍ଷତା କରିଥିଲେ । ଏହି ବୈଠକରେ ଗୋପାଳପୁର ବିଧାୟକ ପ୍ରଦୀପ କୁମାର ପାଣିଗ୍ରାହୀ , ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡା ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା , ଗଞ୍ଜାମ ଏସପି ବ୍ରିଜେଶ କୁମାର ରାୟଙ୍କ ସମେତ ଜିଲ୍ଲା ପ୍ରଶାସନର ବହୁ ଅଧିକାରୀ ଉପସ୍ଥିତ ରହିଥିଲେ । ବୈଠକରେ ଜିଲ୍ଲାପାଳ ସଡକ ସୁରକ୍ଷା ଦାୟିତ୍ବରେ ଥିବା ଅଧିକାରୀ ମାନେ ନିଜ ଦାୟିତ୍ବ ସଠିକ ଭାବେ ତୁଳାଇବା ସହ ଗୁରୁତ୍ବଦେବାକୁ ପରାମର୍ଶ ଦେଇଥିଲେ ।

ସଚେତନତା କମିଟି ପକ୍ଷରୁ ଜାତୀୟ ରାଜପଥରେ କିଭଳି ଇଚ୍ଛାପୁର ଠାରୁ ବାଲୁଗାଁ ପର୍ଯ୍ୟନ୍ତ ଆବଶ୍ୟକ ରହିଥିବା ଓଭରବ୍ରିଜ, ଛୋଟ ଛୋଟ ଗ୍ରାମ ରହୁଥିବା ଏବଂ ଦୁର୍ଘଟଣା ଘଟୁଥିବା ସ୍ଥଳ ମାନଙ୍କରେ ଅଣ୍ଡରପାସ ବ୍ୟବସ୍ଥା କରାଯାଇପାରିବ ସେ ନେଇ ବୈଠକରେ ଉପସ୍ଥିତ ଜାତୀୟ ରାଜପଥ ଠାରୁ ଆରମ୍ଭ କରି ରାସ୍ତା ଓ ଗୃହ ବିଭାଗ ଏବଂ ଗ୍ରାମ୍ୟ ଉନ୍ନୟନ ବିଭାଗ ସହିତ ସମସ୍ତ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରାଯାଇଥିଲେ । ବର୍ଷ ତମାମ ଏହାକୁ ନେଇ ଯେପରି ବିଦ୍ୟାଳୟ ଓ ମହାବିଦ୍ୟାଳୟ ସ୍ତରରେ ସଚେତନତା ଶୋଭାଯାତ୍ରା କରାଯିବା ସହ ରାସ୍ତାରେ ଯେପରି ଗାଇଗୋରୁଙ୍କ ଅବାଧ ପ୍ରବେଶ ନହେବ , ଅଧିକ ଦୁର୍ଘଟଣା ଘଟୁଥିବା ସ୍ଥାନ ଗୁଡିକୁ ଚିହ୍ନଟ କରାଯାଇପାରିବ, ରାତ୍ରି ସମୟରେ ଆଲୋକ ବ୍ୟବସ୍ଥା ଭଳି ବିଷୟକୁ ଅଧିକ ଗୁରୁତ୍ବ ଦିଆଯିବ ସେନେଇ ପଦକ୍ଷେପ ନେବାକୁ ନିଷ୍ପତି ହୋଇଥିଲା ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

Intro:
ରାଜ୍ୟରେ ଗଞ୍ଜାମ ଜିଲ୍ଲାରେ ଘଟୁଛି ଅନେକ ଦୁର୍ଘଟଣା । ଭୌଗଳିକ ଦୃଷ୍ଟିକୋଣର କୁ ଏହି ଜିଲ୍ଲା ଏକ ବଡ ଜିଲ୍ଲା ହୋଇଥିବା ବେଳେ ଏଠାରେ ପ୍ରତେକ ଦିନ ଦୁର୍ଘଟଣା ଅଧିକ ମାତ୍ରାରେ ବୃଦ୍ଧି ଘଟୁଥିବାରୁ ଏଥିପ୍ରତି ସମସ୍ତେ ଦୃଷ୍ଟି ଦେବାର ଆବଶ୍ୟକତା ରହିଛି । ଜିଲ୍ଲାରେ ଘଟୁଥିବା ପ୍ରତେକ ଦୁର୍ଘଟଣା ର ମିଳିତ ତଦନ୍ତ ରିପୋର୍ଟ ପ୍ରସ୍ତୁତ କରାଯାଇ କିଭଳି ଏବଂ କେଉଁ ପରିସ୍ଥିତିରେ ଉକ୍ତ ଦୁର୍ଘଟଣା ଘଟିଲା ଏବଂ ତାହାକୁ କିପରି ପୁନଃର୍ବାର ସେଭଳି ଦୁର୍ଘଟଣା ନହେବ ସେଥିପାଇଁ ପଦକ୍ଷେପ ନିଆଯାଇ ପାରିବ ତାହାକୁ ନେଇ ସମସ୍ତ ବିଭାଗ ଗୁରୁତ୍ତର ସହ ଦୃଷ୍ଟି ଦେବାକୁ ପରାମର୍ଶ ଦେଇଛନ୍ତି ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ । ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ଗୋପାଳପୁର ବିଧାୟକ ପ୍ରଦୀପ କୁମାର ପାଣିଗ୍ରାହୀ , ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡା ଓ ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା , ଗଞ୍ଜାମ ଏସ୍.ପି ବ୍ରିଜେଶ କୁମାର ରାୟ ଙ୍କ ସମେତ ଜିଲ୍ଲା ପ୍ରଶାସନର ବହୁ ଅଧିକାରୀ ଉପସ୍ଥିତ ରହିଥିଲେ । ବୈଠକରେ ଜିଲ୍ଲାପାଳ ଏଭଳି ଗୁରୁତ୍ୱପୂର୍ଣ୍ଣ ବୈଠକ କୁ ସଡକ ସୁରକ୍ଷା ଦାୟିତ୍ୱରେ ରହୁଥିବା ଅଧିକାରୀ ମାନେ ନିଜେ ଯୋଗ ଦେବା ସହ ଏହାର ଗୁରୁତ୍ୱ କୁ ହୃଦବୋଧ କରିବାକୁ କୁହାଯାଇଛି । କେନ୍ଦ୍ର ସରକାର ଙ୍କ ନିର୍ଦ୍ଧେଶରେ ଗଠିତ ହୋଇଥିବା ଲୋକସଭା କ୍ଷେତ୍ରର ସଡକ ସୁରକ୍ଷା ସଚେତନତା କମିଟି ପକ୍ଷରୁ ଜାତୀୟ ରାଜପଥ ରେ କିଭଳି ଇଚ୍ଛାପୁର ଠାରୁ ବାଲୁଗାଁ ପର୍ଯ୍ୟନ୍ତ ଆବଶ୍ୟକ ରହିଥିବା ଓଭରବ୍ରିଜ , ଛୋଟ ଛୋଟ ଗ୍ରାମ ରହୁଥିବା ଏବଂ ଦୁର୍ଘଟଣା ଘଟୁଥିବା ସ୍ଥଳ ମାନଙ୍କରେ ଅଣ୍ଡରପାଶ୍ ସିଷ୍ଟମ କରାଯାଇପାରିବ ସେ ନେଇ ବୈଠକରେ ଉପସ୍ଥିତ ଜାତୀୟ ରାଜପଥ ଠାରୁ ଆରମ୍ଭ କରି ରାସ୍ତା ଓ ଗୃହ ବିଭାଗ ଏବଂ ଗ୍ରାମ୍ୟ ଉନ୍ନୟନ ବିଭାଗ ସହିତ ସମସ୍ତ ବିଭାଗୀୟ ଅଧିକାରୀ ଙ୍କ ସହ ଆଲୋଚନା କରିଥିଲେ । ବର୍ଷ ତମାମ ଏହାକୁ ନେଇ ଯେପରି ବିଦ୍ୟାଳୟ ଓ ମହାବିଦ୍ୟାଳୟ ସ୍ତରରେ ସଚେତନତା ଶୋଭାଯାତ୍ରା କରାଯିବା ସହ ରାସ୍ତାରେ ଯେପରି ଗାଇଗୋରୁ ଙ୍କ ଅବାଧ ପ୍ରବେଶ ନହେବ , ଅଧିକ ଦୁର୍ଘଟଣା ଘଟୁଥିବା ସ୍ଥାନ ଗୁଡିକୁ ଚିହ୍ନଟ କରାଯାଇପାରିବ , ରାତ୍ର ସମୟରେ ଆଲୋକର ବ୍ୟବସ୍ଥା ଭଳି ବିଷୟକୁ ଅଧିକ ଗୁରୁତ୍ୱ ଦିଆଯିବାକୁ ପଦକ୍ଷେପ ନିଆଯିବା ସହ ରାଜ୍ୟ ସରକାର କୋଟି କୋଟି ଟଙ୍କା ବ୍ୟୟରେ ନିର୍ମିତ କରୁଥିବା ରାସ୍ତା ଗୁଡିକର ମାନ ଉପରେ ଗୁରୁତ୍ୱ ଦିଆଯିବାକୁ ବୈଠକରେ ଆଲୋଚନା କରାଯାଇଥିଲା ।
Body:ବାଇଟ୍-ଚନ୍ଦ୍ରଶେଖର ସାହୁ(ସାଂସଦ-ବ୍ରହ୍ମପୁର)
ବାଇଟ୍-ବିଜୟ ଅମୃତା କୁଲାଙ୍ଗେ(ଜିଲ୍ଲାପାଳ-ଗଞ୍ଜାମ)
ବାଇଟ୍-ସୁବାସ ଚନ୍ଦ୍ର ବେହେରା(ଛତ୍ରପୁର ବିଧାୟକ)
ବାଇଟ୍-ପ୍ରଦୀପ କୁମାର ପାଣିଗ୍ରାହୀ(ଗୋପାଳପୁର ବିଧାୟକ)

ବ୍ରହ୍ମପୁର ରୁ ସମୀର ଆଚାର୍ଯ୍ୟ ଇଟିଭି ଭାରତ..
Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.