ETV Bharat / state

ଛତ୍ରପୁର ବିଡିଓଙ୍କୁ ଜିଲ୍ଲାପାଳଙ୍କ କାରଣ ଦର୍ଶାଅ ନୋଟିସ

ଗଞ୍ଜାମ ଜିଲ୍ଲା ଛତ୍ରପୁର ପଞ୍ଚାୟତ ସମିତିର ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ଜିଲ୍ଲାପାଳଙ୍କ କାରଣ ଦର୍ଶାଅ ନୋଟିସ । ଦାୟିତ୍ବରେ ଅବହେଳା ଦର୍ଶାଇ ଜାରି ହୋଇଛି ନୋଟିସ୍ । ଅଧିକ ପଢନ୍ତୁ...

ଛତ୍ରପୁର ବିଡିଓଙ୍କୁ ଜିଲ୍ଲାପାଳଙ୍କ କାରଣ ଦର୍ଶାଅ ନୋଟିସ
ଛତ୍ରପୁର ବିଡିଓଙ୍କୁ ଜିଲ୍ଲାପାଳଙ୍କ କାରଣ ଦର୍ଶାଅ ନୋଟିସ
author img

By

Published : Jul 20, 2021, 7:57 AM IST

ବ୍ରହ୍ମପୁର: ସରକାରୀ କାର୍ଯ୍ୟରେ ଅବହେଳା ସାଙ୍ଗକୁ ଦାୟିତ୍ୱହୀନତା ନେଇ ଗଞ୍ଜାମ ଜିଲ୍ଲା ଛତ୍ରପୁର ପଞ୍ଚାୟତ ସମିତି ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ କାରଣ ଦର୍ଶାଅ ନୋଟିସ ପଠାଇଛନ୍ତି ଗଞ୍ଜାମ ଜିଲ୍ଲାପାଳ । ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଛତ୍ରପୁରର ବିଡିଓଙ୍କୁ ଏହି ନୋଟିସ୍ ପଠାଇବା ସହିତ ଜିଲ୍ଲା ସଦର ମହକୁମା ବ୍ଲକ୍‌ରେ ଉନ୍ନୟନମୂଳକ କାର୍ଯ୍ୟର ସ୍ଥାଣୁତାକୁ ନେଇ ଉଦ୍‌ବେଗ ପ୍ରକାଶ କରିଛନ୍ତି ।

ଛତ୍ରପୁର ବିଡିଓଙ୍କୁ ଜିଲ୍ଲାପାଳଙ୍କ କାରଣ ଦର୍ଶାଅ ନୋଟିସ
ଛତ୍ରପୁର ବିଡିଓଙ୍କୁ ଜିଲ୍ଲାପାଳଙ୍କ କାରଣ ଦର୍ଶାଅ ନୋଟିସ

ତେବେ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ନୋଟିସର ଉତ୍ତର ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ । ମହାମାରୀ ସମୟରେ ଛତ୍ରପୁର ବ୍ଲକ୍‌ରେ ମନରେଗା ଯୋଜନାରେ ଗ୍ରାମାଞ୍ଚଳ ଲୋକଙ୍କୁ ଧାର୍ଯ୍ୟ ଲକ୍ଷ୍ୟ ୧୦ ହଜାର ବଦଳରେ ୪ ହଜାର ୭୩୧ ଜଣକୁ କାର୍ଯ୍ୟ ଯୋଗାଇ ଦିଆଯାଇଥିଲା । ଯାହାକୁ ଜିଲ୍ଲାପାଳ ଅତ୍ୟନ୍ତ ନୈରାଶ୍ୟଜନକ ବୋଲି କହିବା ସହ ହିତାଧିକାରୀଙ୍କୁ ଅବହେଳା କରାଯାଇଛି ବୋଲି ନୋଟିସରେ ଉଲ୍ଲେଖ କରିଛନ୍ତି ।

ସ୍କୁଲ ନିର୍ମାଣ, ଚତୁର୍ଦ୍ଦଶ ରାଜ୍ୟ ଅର୍ଥ କମିଶନ ଏବଂ ୧୫ତମ କେନ୍ଦ୍ରୀୟ ଅର୍ଥ କମିଶନ ଅନୁଦାନର ପ୍ରକଳ୍ପ କାର୍ଯ୍ୟ, ଅଙ୍ଗନବାଡି କେନ୍ଦ୍ର ନିର୍ମାଣ ଏବଂ ପାନୀୟ ଜଳ ପ୍ରକଳ୍ପ କାର୍ଯ୍ୟରେ ଗଞ୍ଜାମ ଜିଲ୍ଲାର ଅନ୍ୟ ବ୍ଲକ୍ ଠାରୁ ସଦର ମହକୁମା ଛତ୍ରପୁର ବ୍ଲକ ପଛରେ ରହିଥିବା ଦର୍ଶାଇଛନ୍ତି ଜିଲ୍ଲାପାଳ । ଏପରିକି ବାରମ୍ୱାର ଏନେଇ କୁହାଯାଇଥିଲେ ଏତିପ୍ରତି ଗୁରୁତ୍ଵ ଦିଆଯାଉନି । ଯାହାକି ବ୍ଳକ୍‌ରେ ବିଭିନ୍ନ ଦୃଷ୍ଟିରୁ ସରକାରୀ କାର୍ଯ୍ୟ ସଠିକ୍‌ ଭାବେ ହୋଇପାରୁନାହିଁ । ଏଣୁ ବିଡିଓଙ୍କ ଉପରେ ପ୍ରବଳ ବର୍ଷିବା ସହ କାରଣ ଦର୍ଶାଅ ନୋଟିସ୍ ଜାରି କରିଛନ୍ତି ଜିଲ୍ଲାପାଳ ଅମୃତା କୁଲାଙ୍ଗେ ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.