ETV Bharat / state

Heavy Rain Alert: 30 ଯାଏଁ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ

author img

By

Published : Jul 21, 2022, 7:30 AM IST

ପ୍ରବଳ ବର୍ଷା ସମ୍ଭାବନାକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲ୍ଲା ସରକାରୀ କର୍ମଚାରୀଙ୍କ ୩୦ ଯାଏଁ ଛୁଟି ବାତିଲ । ଅଧିକ ପଢନ୍ତୁ

Heavy Rain Alert: 30 ଯାଏଁ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ
Heavy Rain Alert: 30 ଯାଏଁ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ

ବ୍ରହ୍ମପୁର: ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ଗଞ୍ଜାମ ଜିଲ୍ଲାକୁ ଆଲର୍ଟ ଜାରି କରାଯାଇଛି । ଫଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା ଜିଲ୍ଲାର ସମସ୍ତ ସରକାରୀ କର୍ମଚାରୀଙ୍କ ଛୁଟିକୁ ଆସନ୍ତା ୩୦ ତାରିଖ ପର୍ଯ୍ୟନ୍ତ ବାତିଲ୍ କରିଛନ୍ତି ।

ଏଥିସହ ସମ୍ପୃକ୍ତ ବିଭାଗ ଯେପରି ସେମାନଙ୍କ ଦାୟିତ୍ବ ସଠିକ୍‌ ଭାବେ ତୁଲାଇବେ ସେଥି ପ୍ରତି ନିର୍ଦ୍ଦେଶ ଦିଆଯାଇଛି । ୩୦ ତାରିଖ ଯାଏଁ କୌଣସି କର୍ମଚାରୀ ନିଜ ସଦର ମହକୁମା ଛାଡି ଯାଇ ପାରିବେ ନାହିଁ । ଯଦି କୌଣସି କର୍ମଚାରୀଙ୍କ ନିହାତି ଛୁଟି ଆବଶ୍ୟକ ରହିଥାଏ ତାହାହେଲେ ଜିଲ୍ଲାପାଳଙ୍କ ଅନୁମତି ନେଇ ଛୁଟିରେ ଯାଇପାରିବେ ବୋଲି ଜିଲ୍ଲା ଜରୁରୀ କାଳୀନ ବିଭାଗ ପକ୍ଷରୁ ନିର୍ଦ୍ଦେଶାନାମା ଜାରି କରାଯାଇଛି ।

ଇଟିଭି ଭାରତ, ବ୍ରହ୍ମପୁର

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.