ETV Bharat / state

ଶାରଦୀୟ ପୂଜାରେ ସତର୍କ ରହିବାକୁ ଗଞ୍ଜାମ ଜିଲ୍ଲାପାଳଙ୍କ ପରାମର୍ଶ

author img

By

Published : Oct 17, 2020, 7:29 AM IST

କୋରୋନା ମାହାମାରୀକୁ ଦୃଷ୍ଟିରେ ରଖି ଆଗାମୀ ଶାରଦୀୟ ପୂଜାରେ ଅଧିକ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି ଗଞ୍ଜାମ ଜିଲ୍ଲାପାଳ । ଜିଲ୍ଲାପାଳ ବିଜୟ ଅମୃତା କୁଲେଙ୍ଗେ ଏକ ଭିଡିଓ ବାର୍ତ୍ତାରେ ଆଗାମୀ ଦୁର୍ଗାପୁଜା ପାଇଁ ଶୁଭେଚ୍ଛା ଜଣାଇବା ସହ ଅଧିକ ସତର୍କ ରହିବାକୁ ଜିଲ୍ଲାବାସୀଙ୍କୁ ଆହ୍ବାନ ଦେଇଛନ୍ତି । ଅଧିକ ପଢନ୍ତୁ...

ganjam collector said that caution should be exercised in the upcoming Puja
ଆଗାମୀ ସାରଦୀୟ ପୂଜାରେ ସତର୍କ ରହିବାକୁ ପରାମର୍ଶ ଦେଲେ ଜିଲ୍ଲାପାଳ

ବ୍ରହ୍ମପୁର: ରାଜ୍ୟରେ କୋରୋନା ସଙ୍କଟ ଏବେ ବି ଜାରି ରହିଛି । ଏହି କୋରନା ମହାମାରୀ ହେତୁ ରାଜ୍ୟରେ ଫିକା ପଡିଛି ସମସ୍ତ ପର୍ବପର୍ବାଣି l ତେବେ ମାହାମାରୀକୁ ଦୃଷ୍ଟିରେ ରଖି ଆଗାମୀ ଶାରଦୀୟ ପୂଜାରେ ଅଧିକ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି ଗଞ୍ଜାମ ଜିଲ୍ଲାପାଳ । ଜିଲ୍ଲାପାଳ ବିଜୟ ଅମୃତା କୁଲେଙ୍ଗେ ଏହି ଅବସରରେ ଏକ ଭିଡିଓ ବାର୍ତ୍ତାରେ ଆଗାମୀ ଦୁର୍ଗାପୁଜା ପାଇଁ ଶୁଭେଚ୍ଛା ଜଣାଇବା ସହିତ ଜିଲ୍ଲାରେ ସଂକ୍ରମଣ କମୁଥିବାରୁ ବର୍ତ୍ତମାନର ସମୟରେ ଏବଂ ଆଗାମୀ ଦିନରେ ଏ ନେଇ ଅଧିକ ସତର୍କ ରହିବାକୁ ଜିଲ୍ଲାବାସୀଙ୍କୁ ଆହ୍ବାନ ଦେଇଛନ୍ତି ।

ଏପରିକି ପୂର୍ବରୁ ଜିଲ୍ଲାର ମାଆ ତାରାତାରିଣୀ ଯାତ୍ରା ଠାରୁ ଆରମ୍ଭ କରି ଦଣ୍ଡନୃତ୍ୟ ସମୟରେ ଜିଲ୍ଲା ବାସୀଙ୍କ ସହଯୋଗ ମିଳିଥିବା ବେଳେ ପୁଣି ଥରେ ସେଭଳି ସହଯୋଗ ପାଇଁ କୁହାଯାଇଛି । ପୂଜା ସମୟରେ ସମସ୍ତେ ନିଜ ଘରେ ରହି ପୂଜା କରିବା ସହ ଏହାର ମଜ୍ଜା ନେବା ପାଇଁ ପରାମର୍ଶ ଦିଆଯାଇଛି ।

ଶୀତ ମାସ ଆସୁଥିବାରୁ କୋରୋନା ସଂକ୍ରମଣ ବୃଦ୍ଧି ଆଶଙ୍କା ନେଇ ସମସ୍ତଙ୍କୁ ସତର୍କ ରହିବାକୁ କୁହାଯାଇଛି । ବାହାରକୁ ଯିବା ସମୟରେ ମାସ୍କ ପରିଧାନ କରିବା ଠାରୁ ଆରମ୍ଭ କରି ହାତ ଧୋଇବାର ଅଭ୍ୟାସ ସହିତ ଦୁଇ ମିଟର ଦୂରତ୍ବ ବଜାୟ ରଖିବାକୁ ଆହ୍ବାନ କରିଛନ୍ତି ଜିଲ୍ଲାପାଳ ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.