ETV Bharat / state

ଗଞ୍ଜାମ ଓକିଲ ସଙ୍ଘ ପକ୍ଷରୁ ପାଳିତ ହେଲା ପ୍ରତିବାଦ ଦିବସ

author img

By

Published : Dec 12, 2022, 5:50 PM IST

ସର୍ବୋଚ୍ଚ ନ୍ୟାୟଳୟ ପକ୍ଷରୁ ଆସିଥିବା ନିର୍ଦ୍ଦେଶନାମା ପରେ ଓଡିଶା ସଙ୍ଘର ସମସ୍ତ ବାରରେ ପ୍ରତିବାଦ ଦିବସ ପାଳିବା ପାଇଁ ନିଷ୍ପତ୍ତି ହୋଇଥିଲା । ଏନେଇ ବ୍ରହ୍ମପୁରର ଗଞ୍ଜାମ ଓକିଲ ସଙ୍ଘ ପକ୍ଷରୁ ପ୍ରତିବାଦ ଦିବସରେ ସମସ୍ତ ଓକିଲ ସାମିଲ ହୋଇଛନ୍ତି । ଅଧିକ ପଢନ୍ତୁ

ଗଞ୍ଜାମ ଓକିଲ ସଙ୍ଘ ପକ୍ଷରୁ ପାଳିତ ହେଲା ପ୍ରତିବାଦ ଦିବସ
ଗଞ୍ଜାମ ଓକିଲ ସଙ୍ଘ ପକ୍ଷରୁ ପାଳିତ ହେଲା ପ୍ରତିବାଦ ଦିବସ

ବ୍ରହ୍ମପୁର : ଓକିଲ ସଙ୍ଘ ପକ୍ଷରୁ ପାଳିତ ହେଲା ପ୍ରତିବାଦ ଦିବସ । ଦୀର୍ଘ 33 ବର୍ଷରୁ ଉର୍ଦ୍ଧ୍ବ ସମୟ ଧରି ବ୍ରହ୍ମପୁର ଠାରେ ଓଡିଶା ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ନେଇ ଦାବୀ ହୋଇ ଆସିଛି । ଏନେଇ ଆଇନଜୀବୀ ମାନେ ବିଭିନ୍ନ ପ୍ରକାର ଆନ୍ଦୋଳନ ଜାରୀ ରଖିଛନ୍ତି । ଏଭଳି ସମୟରେ ଦେଶର ସର୍ବୋଚ୍ଚ ନ୍ୟାୟଳୟ ପକ୍ଷରୁ ଆସିଥିବା ନିର୍ଦ୍ଦେଶନାମା ପରେ ଓଡିଶା ସଙ୍ଘର ସମସ୍ତ ବାରରେ ପ୍ରତିବାଦ ଦିବସ ପାଳିବା ପାଇଁ ନିଷ୍ପତ୍ତି ନେଇଥିବା ବେଳେ ବ୍ରହ୍ମପୁରର ଗଞ୍ଜାମ ଓକିଲ ସଙ୍ଘ ପକ୍ଷରୁ ପ୍ରତିବାଦ ଦିବସରେ ସମସ୍ତ ଓକିଲ ସାମିଲ ହୋଇଛନ୍ତି ।

ଅନ୍ୟପଟେ ସୁପ୍ରିମକୋର୍ଟର ନିର୍ଦ୍ଦେଶକୁ ପାଳନ କରିବା ସହିତ କୋର୍ଟ କାର୍ଯ୍ୟରେ କୌଣସି ପ୍ରଭାବ ଯେପରି ନ ପଡିବ ତାହାକୁ ଦୃଷ୍ଟିରେ ରଖି ଏହି ଆନ୍ଦୋଳନ କରାଯାଇଛି । ରାଜ୍ୟରେ ବ୍ରହ୍ମପୁର ଏବଂ ସମ୍ବଲପୁରରେ ଦୀର୍ଘ ବର୍ଷ ଧରି ହେଉଥିବା ଆନ୍ଦୋଳନ ସମ୍ପର୍କରେ ଦିଆଯାଇଥିବା ତଥ୍ୟ ଏବଂ ସୁପ୍ରିମକୋର୍ଟ ପକ୍ଷରୁ ଦିଆଯାଇଥିବା ଟୀକା ଟିପଣୀରେ ଆଇନଜୀବୀଙ୍କ ଲାଇସେନ୍ସ ରଦ୍ଦ ଘଟଣାର ମାମଲା ବିଚରାଧିନ ରହିଥିବା ବେଳେ ଏହି ମାମଲାରେ ସୁପ୍ରିମକୋର୍ଟ ନିଜ ତରଫରୁ କେନ୍ଦ୍ରକୁ ଚିଠି ଲେଖି ଆଦେଶ ଦେଇଛି । ଏଥିସହିତ ହାଇକୋର୍ଟକୁ ଆଦେଶ ଦେଇ ନାର୍ଯ୍ୟ ଦାବୀ ପୂରଣ କରିବା ସହ ଉଭୟ ଅଞ୍ଚଳର ଆଇନଜୀବି କର୍ମକର୍ତ୍ତାଙ୍କ ସହ ଆଲୋଚନା କରିବା ଏବଂ ରାଜ୍ୟ ସରକାରଙ୍କୁ ପକ୍ଷଭୂତ କରି ଏହି ଦାବୀକୁ ପୂରଣ କରିବାକୁ ଅନୁରୋଧ କରିଛନ୍ତି ବରିଷ୍ଠ ଆଇନଜୀବୀ ।

ଇଟିଭି ଭାରତ, ବ୍ରହ୍ମପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.