ETV Bharat / state

ଟ୍ରେନରେ ଚାଲିଥିଲା ଗଞ୍ଜେଇ ଚାଲାଣ, ମାଫିଆଙ୍କୁ ଧରିଲେ ଗଞ୍ଜାମ ଜିଲ୍ଲାପାଳ

author img

By

Published : Feb 21, 2022, 8:09 AM IST

ଛତ୍ରପୁର ଷ୍ଟେସନ ନିକଟରୁ ୪୦ କେଜି ଗଞ୍ଜେଇ ସହ ଜଣେ ଗଞ୍ଜେଇ ମାଫିଆକୁ ଧରିଲେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ l ଅଧିକ ପଢନ୍ତୁ

ଛତ୍ରପୁର ଷ୍ଟେସନ ନିକଟରୁ ଗଞ୍ଜେଇ ମାଫିଆକୁ ଧରିଲେ ଗଞ୍ଜାମ ଜିଲ୍ଲାପାଳ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ସଦର ମହକୁମା ଛତ୍ରପୁର ରେଳଷ୍ଟେସନରୁ ପୁରୀ-ତିରୁପତି ଟ୍ରେନ ଯୋଗେ ଗଞ୍ଜେଇ ଚାଲାଣ ହେଉଥିଲା । ଛତ୍ରପୁର ଷ୍ଟେସନ ନିକଟରୁ ୪୦କେଜି ଗଞ୍ଜେଇ ସହ ଜଣେ ବ୍ୟକ୍ତିକୁ ଧରିଲେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ l ଉକ୍ତ ବ୍ୟକ୍ତି ଜଣକ ବ୍ରହ୍ମପୁର ଅଞ୍ଚଳର ଶୁଭମ ପଟ୍ଟନାୟକ ।

ସୂଚନାଅନୁସାରେ, ଗତକାଲି(ରବିବାର) ପ୍ରାୟ ରାତି ୧୦ ଟା ସମୟରେ ଛତ୍ରପୁର ରେଳଷ୍ଟେସନରୁ ପୁରୀ -ତିରୁପତି ଟ୍ରେନ ଯୋଗେ ଗଞ୍ଜେଇ ଚାଲାଣ ହେଉଥିବା ନେଇ ଖବର ପାଇଥିଲେ ଗଞ୍ଜାମ ଜିଲ୍ଲାପାଳ । ଖବର ପାଇ ବ୍ରହ୍ମପୁର ଅଞ୍ଚଳରୁ ଏହି ଯୁବକଙ୍କୁ ପିଛା କରି ଶେଷରେ ଛତ୍ରପୁର ଷ୍ଟେସନରେ ଚଢାଉ କରି ପ୍ରାୟ ୪୦ କେଜିରୁ ଅଧିକ ଗଞ୍ଜେଇ ଜବତ କରିବା ସହ ଜଣକୁ ଗିରଫ କରିଛନ୍ତି ଗଞ୍ଜାମ ଜିଲ୍ଲାପାଳ l

ଗିରଫ ହୋଇଥିବା ଯୁବକ ବ୍ରହ୍ମପୁର ସହରର ଶୁଭମ୍ ପଟ୍ଟନାୟକ ବୋଲି ସୂଚନା ରହିଛି । ଚଢାଉ ସମୟରେ ଗଞ୍ଜାମ ଜିଲ୍ଲାପାଳଙ୍କ ସହ ତାଙ୍କ ପିଏସଓ, ଛତ୍ରପୁର ତହସିଲଦାର ପ୍ରକାଶ କୁମାର ମିଶ୍ର ଏବଂ ଡ୍ରାଇଭର ଓ ଅବକାରୀ ବିଭାଗର କର୍ମଚାରୀ ମାନେ ସାମିଲ ଥିଲେ l ଜବତ ଗଞ୍ଜେଇ ସୁରଟକୁ ଚାଲାଣ ହେଉଥିବା ନେଇ ସୂଚନା ମିଳିଛି ।

ଗଞ୍ଜାମ ଜିଲ୍ଲାରୁ ବିଭିନ୍ନ ସମୟରେ ଏଭଳି ଭିନ୍ନ ଭିନ୍ନ ତରିକାରେ ଗଞ୍ଜେଇ ଚାଲାଣ ହେଉଥିବା ବେଳେ ଜିଲ୍ଲାପାଳଙ୍କ ଉପସ୍ଥିତିରେ ଗଞ୍ଜେଇ ଧରାପଡିବା ବର୍ତ୍ତମାନ ବ୍ରହ୍ନପୁର ସହରରେ ଚର୍ଚ୍ଚାର ବିଷୟ ପାଲଟିଛି ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.