ETV Bharat / state

ରାଜ୍ୟକୁ ଗୌରବ: ଦେଶର ସର୍ବଶ୍ରେଷ୍ଠ 3 ଥାନାରେ ସାମିଲ ଗଞ୍ଜାମ 'ଗାଙ୍ଗପୁର ଥାନା' - ଦେଶର ସର୍ବଶ୍ରେଷ୍ଠ ଥାନା

ରାଜ୍ୟକୁ ମିଳିଛି ଗୌରବ । ଦେଶର ସର୍ବଶ୍ରେଷ୍ଠ ୩ଟି ଥାନା ମଧ୍ୟରେ ଗଞ୍ଜାମ ଜିଲ୍ଲାର ଗାଙ୍ଗପୁର ଥାନାକୁ କରାଯାଇଛି ଚୟନ । ଅନେକ ଦିଗ ଉପରେ ସର୍ଭେ କରିବା ପରେ ଶେଷରେ ଏହି ଥାନାକୁ ମିଳିଛି ସମ୍ମାନ । ଆସନ୍ତା ନଭେମ୍ବର ୧୯ ତାରିଖରେ ପୋଲିସ ମହାନିର୍ଦ୍ଦେଶକ ସମ୍ମିଳନୀରେ ଏହି ଥାନାଅଧିକାରୀଙ୍କୁ ସମ୍ମାନିତ କରାଯିବ ବୋଲି ଜଣାପଡ଼ିଛି । ଅଧିକ ପଢନ୍ତୁ...

ରାଜ୍ୟକୁ ଗୌରବ: ଦେଶର ସର୍ବଶ୍ରେଷ୍ଠ 3 ଥାନାରେ ସାମିଲ ଗଞ୍ଜାମ 'ଗାଙ୍ଗପୁର ଥାନା'
ରାଜ୍ୟକୁ ଗୌରବ: ଦେଶର ସର୍ବଶ୍ରେଷ୍ଠ ଥାନାରେ ସାମିଲ ଗଞ୍ଜାମ 'ଗାଙ୍ଗପୁର ଥାନା'
author img

By

Published : Nov 11, 2021, 8:12 PM IST

Updated : Nov 12, 2021, 11:43 AM IST

ଭଞ୍ଜନଗର/ବ୍ରହ୍ମପୁର: ଦେଶରେ ସର୍ବଶ୍ରେଷ୍ଠ ତିନୋଟି ଥାନା ମଧ୍ୟରେ ଗଞ୍ଜାମ ଜିଲ୍ଲାର ଗାଙ୍ଗପୁର ଥାନାକୁ କରାଯାଇଛି ଚୟନ । କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ କରାଯାଇଥିବା ଏହି ସର୍ଭେରେ ଗାଙ୍ଗପୁର ଥାନାକୁ ଶ୍ରେଷ୍ଠ ଥାନା ଭାବେ ଚୟନ କରାଯାଇଛି । ତେବେ ଏ ସମ୍ପର୍କରେ ଏକ ସରକାରୀ ପତ୍ର ଯୋଗେ ଗଞ୍ଜାମ ଆରକ୍ଷୀ ଅଧିକ୍ଷକଙ୍କୁ ଅବଗତ କରାଯାଇଛି । ଆସନ୍ତା ନଭେମ୍ବର ୧୯ ରେ କେନ୍ଦ୍ର ପୋଲିସ ମୁଖ୍ୟାଳୟ ଲକ୍ଷ୍ନୌ ଠାରେ ଆୟୋଜିତ ହେବାକୁ ରହିଥିବା ପୋଲିସ ମହାନିର୍ଦ୍ଦେଶକ ସମ୍ମିଳନୀର ଏକ ସ୍ବତନ୍ତ୍ର ଉତ୍ସବରେ ଥାନାଧିକାରୀଙ୍କୁ କେନ୍ଦ୍ର ଗୃହମନ୍ତ୍ରୀ ଏକ ଟ୍ରଫି ଦେଇ ସମ୍ମାନିତ କରିବେ ।

ରାଜ୍ୟକୁ ଗୌରବ: ଦେଶର ସର୍ବଶ୍ରେଷ୍ଠ 3 ଥାନାରେ ସାମିଲ ଗଞ୍ଜାମ 'ଗାଙ୍ଗପୁର ଥାନା'

କେନ୍ଦ୍ରର ଚୟନ ହେବାକୁ ରହିଥିବା ଏହି ମାପଦଣ୍ଡ ମଧ୍ୟରେ ଜିଲ୍ଲାର ସୋରଡ଼ା ଏବଂ ଗାଙ୍ଗପୁର ଥାନାରେ କିପରି ସରକାରଙ୍କ ବ୍ୟବସ୍ଥା ରହିଛି ତାହାକୁ ଅନୁଧ୍ୟାନ କରାଯାଇଥିବା ବେଳେ ଶେଷରେ ଗାଙ୍ଗପୁର ଥାନାକୁ କରାଯାଇଥିଲା ଚୟନ କରାଯାଇଛି । କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ କରାଯାଇଥିବା ଏହି ଚୟନରେ ଗାଙ୍ଗପୁର ଥାନାକୁ ଶ୍ରେଷ୍ଠ ଥାନା ଭାବେ ଚୟନ କରାଯାଇଥିବା କେନ୍ଦ୍ର ସରକାରଙ୍କ ଠାରୁ ରାଜ୍ୟ ପୋଲିସ ମୁଖ୍ୟାଳୟକୁ ଅବଗତ କରାଯିବା ପରେ ଏନେଇ ଗଞ୍ଜାମ SPଙ୍କୁ ଅବଗତ କରାଯାଇଛି ।

ରାଜ୍ୟ ସରକାରଙ୍କ ୫ଟି ମନ୍ତ୍ର ଅନୁଯାୟୀ ସେଠାରେ କିପରି କାର୍ଯ୍ୟକାରୀ ହେବ ଏହାକୁ ଅଧିକ ଗୁରୁତ୍ବ ଦିଆଯାଇଥିବା ବେଳେ ଏହି ଥାନା ପକ୍ଷରୁ CCTNS ବ୍ୟବସ୍ଥାରେ ଅଧିକ ଗୁରୁତ୍ବ ଦିଆଯିବା ମାମଲା ପଞ୍ଜୀକରଣ, ମହିଳା ଓ ଶିଶୁଙ୍କ ସମସ୍ତ ସୁବିଧା ସହିତ ସ୍ବଚ୍ଛତା, ଅପରାଧ ନିୟନ୍ତ୍ରଣ ସହ ଚୋରି ଡକାୟତି ରୋକିବା ଓ ଜନସାଧାରଣଙ୍କ ମତାମତ ଏବଂ ବହୁ ମାନଦଣ୍ଡକୁ ନେଇ ଏହି ସର୍ଭେ ହୋଇଥିଲା । ଯେଉଁଥିରେ ସମସ୍ତ ପ୍ରକାର ବ୍ୟବସ୍ଥା ରହିଥିବାରୁ ପୂର୍ବରୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଆସିଥିବା କମିଟି ଏହି ଥାନାକୁ ଚୟନ କରିଥିବା କହିଛନ୍ତି ଗଞ୍ଜାମ ଏସପି ।

ତେବେ ଆସନ୍ତା ନଭେମ୍ବର ୧୯ରେ କେନ୍ଦ୍ର ପୋଲିସ ମୁଖ୍ୟାଳୟ ଲକ୍ଷ୍ନୌ ଠାରେ ଆୟୋଜିତ ହେବାକୁ ରହିଥିବା ପୋଲିସ ମହାନିର୍ଦ୍ଦେଶକ ସମ୍ମିଳନୀର ଏକ ସ୍ବତନ୍ତ୍ର ଉତ୍ସବରେ ଥାନାଧିକାରୀଙ୍କୁ କେନ୍ଦ୍ର ଗୃହମନ୍ତ୍ରୀ ଏକ ଟ୍ରଫି ଦେଇ ସମ୍ମାନିତ କରିବେ । ଦେଶର ୩ଟି ଥାନା ମଧ୍ୟରେ ଗଞ୍ଜାମ ପୋଲିସ ଜିଲ୍ଲାର ଗାଙ୍ଗପୁର ଥାନା ରହିବା ନିହାତି ଭାବେ ଗୌରବ କଥା ବୋଲି କହିଛନ୍ତି ସ୍ଥାନୀୟ ବାସିନ୍ଦା ।

ରାଜ୍ୟରେ ସାଧାରଣ ଜନତାଙ୍କ ନିକଟତ୍ତର ହେବା ପାଇଁ ପୋଲିସ ବିଭାଗରେ ଅନେକ ସଂସ୍କାର ମୂଳକ କାର୍ଯ୍ୟ କରାଯିବା ସହିତ ରାଜ୍ୟ ସରକାରଙ୍କ ପକ୍ଷରୁ ୫ଟି ଅଧିନରେ ପୋଲିସ ବିଭାଗ ପକ୍ଷରୁ ଅନେକ ପଦକ୍ଷେପ ଗ୍ରହଣ କରାଯାଉଛି । ଏଭଳି ସମୟରେ ଦେଶରେ ପ୍ରଥମ ଶ୍ରେଷ୍ଠ ୩ଟି ଥାନା ମଧ୍ୟରେ ଗଞ୍ଜାମ ଜିଲ୍ଲାର ଗାଙ୍ଗପୁର ଥାନା ସାମିଲ ହୋଇଥିବା ବେଳେ ଆଗାମୀ ଦିନରେ ଏହି ଚୟନରେ ଅନ୍ୟ ଥାନା କିପରି ସାମିଲ ହେବ ସେ ନେଇ ଉଦ୍ୟମ ଜାରି ରଖିବ ପ୍ରଶାସନ ।

ଭଞ୍ଜନଗରରୁ ରଞ୍ଜନ କୁମାର ସ୍ବାଇଁ ଓ ବ୍ରହ୍ମପୁରରୁ ସମୀର କୁମାର ଆଚାର୍ଯ୍ୟ, ଇଟିଭି ଭାରତ

Last Updated : Nov 12, 2021, 11:43 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.