ETV Bharat / state

ପ୍ରେମିକା ପାଇଁ ସାଙ୍ଗକୁ ଏସିଡ ମାଡ୍

author img

By

Published : May 27, 2020, 8:00 PM IST

ପ୍ରେମିକା ପାଇଁ ବାଲ୍ୟବନ୍ଧୁ ସହ ବଢିଲା ତିକ୍ତତା । ପ୍ରେମ ପାଇଁ ସାଙ୍ଗକୁ ଏସିଡ ମାଡ କଲା ଆଉ ଜଣେ ସାଙ୍ଗ । ଅଧିକ ପଢନ୍ତୁ...

ପ୍ରେମିକା ପାଇଁ ସାଙ୍ଗକୁ ଏସିଡ ମାଡ୍
ପ୍ରେମିକା ପାଇଁ ସାଙ୍ଗକୁ ଏସିଡ ମାଡ୍

ବ୍ରହ୍ମପୁର: ଦୁଇ ସାଙ୍ଗ ମିଶି ଜଣେ ଜଣେ ଯୁବତୀଙ୍କୁ କରୁଥିଲେ ପ୍ରେମ । ଯାହାକୁ ନେଇ ଉଭୟଙ୍କ ମଧ୍ୟରେ ଦେଖାଦେଇଥିଲା ମତାନ୍ତର । ଫଳରେ ପିଲା ଦିନର ବାଲ୍ୟ ବନ୍ଧୁଙ୍କୁ ଏସିଡ୍ ମାଡ କଲା ଅନ୍ୟ ଜଣେ ବନ୍ଧୁ । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ବ୍ରହ୍ମପୁର ସହରରେ । ପ୍ରେମିକାଙ୍କ ପାଇଁ ଦୁଇ ସାଙ୍ଗର ଏଭଳି କାରାନାମା ସହରରେ ଚର୍ଚ୍ଚାର ବିଷୟ ପାଲଟିଛି ।

ପ୍ରେମିକା ପାଇଁ ସାଙ୍ଗକୁ ଏସିଡ ମାଡ୍

ସହରର ବୈଦ୍ୟନାଥପୁର ଥାନା ଅନ୍ତର୍ଗତ ମେଡିକାଲ କ୍ୟାମ୍ପସ ହାଇସ୍କୁଲ ନିକଟରେ ଏଭଳି ଘଟଣା ସୋମବାର ରାତିରେ ଘଟିଥିଲା । ପୋଲିସ ଏହି ଘଟଣାରେ ଅଭିଯୁକ୍ତକୁ ଗିରଫ କରି କୋର୍ଟଚାଲାଣ କରିଥିବା ବେଲେ ଘଟଣା ସମ୍ପର୍କରେ ଗଣମାଧ୍ୟମ ସମ୍ମୁଖରେ ମୁହଁ ଖୋଲିଛନ୍ତି ଆହତ ସାଙ୍ଗ । ସୂଚନା ଅନୁଯାୟୀ ସାଙ୍ଗ ଜଣଙ୍କ ପ୍ରତିଶୋଧ ପରାୟଣ ହୋଇ ଏପରି ଏସିଡ ମାଡ କରିଥିବା ସେ କହିଛନ୍ତି । ସହର ଉପଖଣ୍ଡରେ ଜଣେ ମହିଳାଙ୍କୁ ପ୍ରେମ କରିବା ଘଟଣାକୁ ନେଇ ତାଙ୍କ ଦୁଇ ସାଙ୍ଗଙ୍କ ମଧ୍ୟରେ ତିକ୍ତତା ଆରମ୍ଭ ହୋଇଥିବା । ଫଳରେ ଦୁଇ ଜଣଙ୍କ ମଧ୍ୟରେ ଶତ୍ରୁତା ଆରମ୍ଭ ହୋଇଥିଲା ।

ଘଟଣା ଦିନ ଗଜପତି ନଗର ପ୍ରଥମ ଲାଇନରେ ରହୁଥିବା ୫୨ ବର୍ଷୀୟ ଲିଙ୍ଗରାଜ ସାହାଣୀ ଗତ ସୋମବାର ରାତି ସମୟରେ ଚାଲି ଚାଲି ଯାଉଥିଲେ । ଏହି ସମୟରେ ତାଙ୍କର ଘନିଷ୍ଠ ବନ୍ଧୁ ବିଶ୍ବଜିତ ନନ୍ଦ ଓରଫ ଟୁଲୁ ତାଙ୍କୁ ଏସିଡ ମାଡ କରିଛନ୍ତି । ଘଟଣାରେ ଲିଙ୍ଗରାଜଙ୍କ କାନ୍ଧ ଓ ପିଠି ପୋଡି ଯାଇଥିବାବେଳେ ସେ ଏମକେସିଜି ମେଡିକାଲର ନ୍ୟୁକାଜୁଆଲଟି ୨୭୬ ନମ୍ବର ବେଡରେ ଚିକିତ୍ସିତ ହେଉଛନ୍ତି । ପୋଲିସ ଟୁଲୁଙ୍କୁ ଗିରଫ କରି ଅଧିକ ତଦନ୍ତ ଜାରି ରଖିଛି ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.