ETV Bharat / state

ବନାଞ୍ଚଳରେ ବେଆଇନ ଜମି ଜବରଦଖଲ, ଛଦ୍ମବେଶୀ ବାବାଜୀ ଗିରଫ

author img

By ETV Bharat Odisha Team

Published : Oct 24, 2023, 11:39 AM IST

ଆଠଘରିଆ ନିକଟସ୍ଥ ଜଙ୍ଗଲରେ ବେଆଇନ ଭାବରେ ଗଛ କାଟିବା ଏବଂ ଜମି ଜବରଦଖଲ କରି ଗିରଫ ହେଲେ ଛଦ୍ମବେଶୀ ବାବାଜୀ। ଅଧିକ ପଢନ୍ତୁ

fraud babaji arrested
fraud babaji arrested
fraud babaji arrested

ଗଞ୍ଜାମ: ବେଆଇନ ଜମି ଜବରଦଖଲ ଅଭିଯୋଗରେ ଛଦ୍ମବେଶୀ ବାବାଜୀ ଗିରଫ । ଗଞ୍ଜାମ ଜିଲ୍ଲାର ଧରାକୋଟ ଅଞ୍ଚଳରେ ବେଆଇନ ଜମି ଜବରଦଖଲ କରିଥିବା ଜଣେ ଛଦ୍ମବେଶୀ ବାବାଜୀଙ୍କୁ ଗିରଫ କରିବାରେ ସକ୍ଷମ ହୋଇଛି ବନବିଭାଗ । ଧରାକୋଟ ବନକ୍ଷେତ୍ର ଅଞ୍ଚଳର ଆଠଘରିଆ ନିକଟସ୍ଥ ଜଙ୍ଗଲରେ ବେଆଇନ ଭାବରେ ଗଛ କାଟିବା ଏବଂ ଜମି ଜବରଦଖଲ କରିଥିଲେ ଛଦ୍ମବେଶୀ ବାବାଜୀ । ଏ ସମ୍ପର୍କରେ ବିଶେଷ ସୂତ୍ରରୁ ଖବର ପାଇବା ପରେ ଗଞ୍ଜାମ ଜିଲ୍ଲାର ଧରାକୋଟ ବନପାଳଙ୍କ ନେତୃତ୍ୱରେ ଏକ ଟିମ ଚଢ଼ାଉ କରି ବାବାଜୀକୁ ଗିରଫ କରିଛି ।

ଏହା ମଧ୍ୟ ପଢନ୍ତୁ- ବେଆଇନ ବାଣ ଗୋଦାମ ଉପରେ ଚଢ଼ାଉ, ଲକ୍ଷାଧିକ ମୂଲ୍ୟର ବାଣ ଓ ବିସ୍ପୋରକ ଜବତ

ଗିରଫ ଜଣଙ୍କ ହେଉଛନ୍ତି ଗଞ୍ଜାମ ଜିଲ୍ଲାର କବିସୂର୍ଯ୍ୟନଗର ଥାନା ଅନ୍ତର୍ଗତ ମହାଛାଇ ଗ୍ରାମର ୩୬ ବର୍ଷୀୟ କୃଷ୍ଣ ସାହୁ । କୃଷ୍ଣଙ୍କୁ ଗିରଫ କରାଯାଇଥିବା ବନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଗତ କିଛି ଦିନ ହେଲା ଗିରଫ ବ୍ୟକ୍ତି ଜଣଙ୍କ ବାବାଜୀ ବେଶରେ ବରାଡ଼ବିଲି ପଞ୍ଚାୟତର ଆଠଘରିଆ ଡିପିଏଫ ପାଖରେ କିଛି ମୂଲ୍ୟବାନ ଗଛ ହାଣି ସେ ଜଙ୍ଗଲ ସଫାକରି ଆଶ୍ରମ ତିଆରି କରୁଥିଲା । ଏହାପରେ ଧରାକୋଟ ବନାଞ୍ଚଳର ଅଧିକାରୀ ଅକ୍ଷୟ ତ୍ରିପାଠୀଙ୍କ ନେତୃତ୍ୱରେ ଏକ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ଠକ ବାବାକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡିଛି । ଠକ ବ୍ୟକ୍ତିଙ୍କ ବିରୁଦ୍ଧରେ ଓଡିଶା ବନ ଆଇନ 1980 ଅନୁଯାୟୀ ଏକ ମାମଲା ନଂ 142/23-24ରେ ରୁଜୁ କରି ତଦନ୍ତ ଜାରି ରହିଛି ।

ଚଳିତ ମାସ 17 ତାରିଖରେ ମୟୂରଭଞ୍ଜ ଜିଲ୍ଲାର କରଞ୍ଜିଆ ସହରରେ ସିଟି ଓ ଜିଏସଟି ଏନଫୋର୍ସମେଣ୍ଟ ଟିମ୍ ତରଫରୁ ଚଢାଉ ହୋଇଥିଲା । ବେଆଇନ ଭାବେ ଗଚ୍ଛିତ ରଖିଥିବା ମହୁଲ ଗୋଦାମ ଉପରେ ଏହି ଚଢାଉ ହୋଇଥିଲା । କରଞ୍ଜିଆ ଥାନା ଅନ୍ତର୍ଗତ କରଡ଼ିଆଠାରେ ପରମେଶ୍ବର ରାଉତଙ୍କ ଗୋଦାମ ଘର, ବାଲାଜି ଶୀତଳଭଣ୍ଡାର ଏବଂ ବାସଭବନରେ ଚଢ଼ାଉ କରାଯିବା ସହ ବିପୁଳ ପରିମାଣର ମହୁଲ ଜବତ ହୋଇଥିଲା ।

ଗତ ଅକ୍ଟୋବର 14 ତାରିଖରେ ଖୋର୍ଦ୍ଧା ଜିଲ୍ଲାରେ ବେଆଇନ ବାଣ ଗୋଦାମ ଉପରେ ଚଢ଼ାଉ କରି ପୋଲିସ ଜବତ କରିଥିଲା ବିପୁଳ ପରିମାଣର ବାଣ ଓ ବିସ୍ଫୋରକ ସାମଗ୍ରୀ । ଗୋଟିଏ ଘରେ ବେଆଇନ ବାଣର ତିଆରି ଚାଲିଥିବା ବେଳେ ଚଢାଉ କରିଥିଲା ପୋଲିସ । ବେଆଇନ ଭାବରେ ପ୍ରସ୍ତୁତ ହୋଇ ଗଚ୍ଛିତ ହୋଇଥିଲା ଟ୍ରକ ଟ୍ରକ ବାଣ ।

ଇଟିଭି ଭାରତ, ବ୍ରହ୍ମପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.