ETV Bharat / state

ବ୍ରହ୍ମପୁରରେ ଆୟୋଜିତ ହେବ ଚତୁର୍ଥ ରାଜ୍ୟସ୍ତରୀୟ ନାଟକ ମହୋତ୍ସବ - state-level drama festivalଟ

ଆସନ୍ତା ମାର୍ଚ୍ଚ ମାସର ୧୮ ତାରିଖ ଠାରୁ ୨୨ ତାରିଖ ପର୍ଯ୍ୟନ୍ତ 5 ଦିନ ବ୍ୟାପୀ ବ୍ରହ୍ମପୁରରେ ଆୟୋଜିତ ହେବାକୁ ଯାଉଛି ଚଳିତ ବର୍ଷର ତ୍ରିଂଶତମ ଦକ୍ଷିଣ ଓଡିଶା ନାଟକ ମହୋତ୍ସବ ତଥା ଚତୁର୍ଥ ରାଜ୍ୟ ସ୍ତରୀୟ ନାଟକ ମହୋତ୍ସବ ୨୦୨୧ । ଅଧିକ ପଢନ୍ତୁ...

ବ୍ରହ୍ମପୁରରେ ଆୟୋଜିତ ହେବ ଚତୁର୍ଥ ରାଜ୍ୟ ସ୍ତରୀୟ ନାଟକ ମହୋତ୍ସବ

author img

By

Published : Mar 15, 2021, 9:49 AM IST

ବ୍ରହ୍ମପୁର: ଆସନ୍ତା ମାର୍ଚ୍ଚ ମାସର ୧୮ ତାରିଖ ଠାରୁ ୨୨ ତାରିଖ ପର୍ଯ୍ୟନ୍ତ 5 ଦିନ ବ୍ୟାପୀ ବ୍ରହ୍ମପୁରରେ ଆୟୋଜିତ ହେବାକୁ ଯାଉଛି ଚଳିତ ବର୍ଷର ତ୍ରିଂଶତମ ଦକ୍ଷିଣ ଓଡିଶା ନାଟକ ମହୋତ୍ସବ ତଥା ଚତୁର୍ଥ ରାଜ୍ୟ ସ୍ତରୀୟ ନାଟକ ମହୋତ୍ସବ ୨୦୨୧ । ଚଳିତ ବର୍ଷର ନାଟକ ମହୋତ୍ସବ ‘ଗଞ୍ଜାମ ଜିଲ୍ଲା ମଞ୍ଚ କଳାକାର ସମ୍ମିଳନୀ’ ଆୟୋଜକ ରହିଛି । ଏହାସହ ‘ଈଶା ଭିଜନ’ ସହ ଆୟୋଜକ ଭାବରେ ଆୟୋଜନ ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି ।

ବ୍ରହ୍ମପୁରରେ ଆୟୋଜିତ ହେବ ଚତୁର୍ଥ ରାଜ୍ୟ ସ୍ତରୀୟ ନାଟକ ମହୋତ୍ସବ

ଏହି ଅବସରରେ ସହରରେ ଅନୁଷ୍ଠାନର ସଭାପତି ବଳରାମ ଦାସ ସଭାପତିତ୍ବରେ ଆୟୋଜିତ ସମ୍ମିଳନୀରେ ଅନୁଷ୍ଠାନର ସାଧାରଣ ସମ୍ପାଦକ ରମେଶ ଚନ୍ଦ୍ର ମହାରଣା ଚଳିତ ବର୍ଷର ନାଟକ ମହୋତ୍ସବ ସମ୍ପର୍କରେ ବିସ୍ତୃତ ବିବରଣୀ ପ୍ରଦାନ କରିଥିଲେ। ୧୯୯୦ ମସିହା ଠାରୁ ଦୀର୍ଘ 30 ବର୍ଷ ମଧ୍ୟରେ ୨୫୦ ରୁ ଅଧିକ ନାଟକ ମଞ୍ଚସ୍ଥ କରାଇବା ସହ ଅନୁଷ୍ଠାନ ୨୦୦୦ ରୁ ଅଧିକା ନୂତନ କଳାକାର ସୃଷ୍ଟି କରେଇବାର ଉପଲବ୍ଧୀ ହାସଲ କରିଛି । ଅନୁଷ୍ଠାନର ପ୍ରତି ବର୍ଷ ବହୁ ବାଧାବିଘ୍ନକୁ ସାମ୍ନା କରି ମଧ୍ୟ ମଞ୍ଚ ନାଟକକୁ ଦର୍ଶକ ଏବଂ ନାଟକ ପ୍ରେମୀଙ୍କ ମଧ୍ୟରେ କିଛି ନୁଆ ଭାବନା ନେଇ ନୂଆ ରୂପରେ ପଦାର୍ପିତ ହୋଇଥାଏ।

ଚଳିତ ବର୍ଷ କୋଭିଡ଼ କଟକଣା ଯୋଗୁଁ ନାଟକ ମହୋତ୍ସବ ସରକାରଙ୍କ କୋଭିଡ଼ ଗାଇଡ଼ଲାଇନ ଭିତରେ ସ୍ଥାନୀୟ ପ୍ରକାଶମ ହଲ ଠାରେ ପାଞ୍ଚ ଦିନ ବ୍ୟାପୀ ଆୟୋଜନ କରାଯାଉଛି। ମାର୍ଚ୍ଚ ୧୮ ତାରିଖ ଉଦଘାଟନୀ ସନ୍ଧ୍ୟାରେ ବ୍ରହ୍ମପୁରର ନୁପୁର ଅନୁଷ୍ଠାନ ପକ୍ଷରୁ ନାଟକ ‘ଚକ୍ରବ୍ୟୁହ’ ମଞ୍ଚସ୍ଥ କରାଯିବ । ଏହାପରେ ମାର୍ଚ୍ଚ ୧୯ ତାରିଖ ଦିନ ଶ୍ରୀ ଶ୍ରୀ ନରସିଂହ ନାଟ୍ୟ ସଂସ୍ଥା ସୁରଳ ଆନୁକୂଲ୍ୟରେ ନାଟକ ‘ପ୍ରତିଫଳ’, ମାର୍ଚ୍ଚ ୨୦ ତାରିଖ କଳିଙ୍ଗ କଳାକାର ଅନୁଷ୍ଠାନ ପୁରୀ ତରଫରୁ ନାଟକ ‘କିଏ ?’, ମାର୍ଚ୍ଚ ୨୧ ତାରିଖ ଗଞ୍ଜାମ ଜିଲା ମଞ୍ଚ କଳାକାର ସମ୍ମିଳନୀ ବ୍ରହ୍ମପୁର ତରଫରୁ ସୌଜନ୍ୟ ମୂଳକ ନାଟକ ‘ଦୀପ ତଳ ଅନ୍ଧାର’ ଏବଂ ଶେଷ ସନ୍ଧ୍ୟାରେ ମାର୍ଚ୍ଚ ୨୨ ତାରିଖ ଦିନ ଆଦର୍ଶ କଳାକାର ନାଟ୍ୟ ଅନୁଷ୍ଠାନ ଖୋର୍ଦ୍ଧା ତରଫରୁ ନାଟକ ‘ପାଇକ ପଶା’ ପ୍ରଦର୍ଶିତ କରାଯିବା ପାଇଁ କାର୍ଯ୍ୟକ୍ରମରେ ସ୍ଥାନିତ କରାଯାଇଛି।

ଗୋଟିଏ ନାଟକ କେବଳ ସୌଜନ୍ୟତା ଦୃଷ୍ଟିରୁ ରହିଥିବା ବେଳେ ଚଳିତ ଥର ଚାରି ଗୋଟି ନାଟକ ପ୍ରତିଯୋଗିତାରେ ଭାଗ ନେଉଛନ୍ତି। ଶେଷ ସନ୍ଧ୍ୟାରେ ସର୍ବଶ୍ରେଷ୍ଠ ନାଟକ ଅଭିନେତା ଅଭିନେତ୍ରୀ ଚରିତ୍ର ତଥା ଭିନ୍ନ ଭିନ୍ନ କ୍ଷେତ୍ରରେ ପାରଦର୍ଶିତା ପାଇଁ ସମ୍ବର୍ଦ୍ଧନା କରାଯିବ। ସବୁ ବର୍ଷ ଭଳି ଚଳିତ ବର୍ଷ କିଛି ନାଟ୍ୟ ପ୍ରତି ରୁଚି ରଖୁଥିବା ଏବଂ କଳା ପାଇଁ ସମର୍ପିତ କିଛି ବର୍ଷିୟାନ କଳାକାର ତଥା କଳା କ୍ଷେତ୍ରରେ ନିଜର ଅନୁରକ୍ତି ଭାବନା ସହ କିଛି ଅନନ୍ୟା ପ୍ରତିଭାବାନ ବ୍ୟକ୍ତି ବିଶେଷଙ୍କୁ ସମ୍ମାନିତ କରିବାର କାର୍ଯ୍ୟକ୍ରମ ମଧ୍ୟ ସ୍ଥିରୀକୃତ କରାଯାଇଛି।

ଏହି କାର୍ଯ୍ୟକ୍ରମରେ ନାଟକ ମହୋତ୍ସବର କାର୍ଯ୍ୟକାରୀ ସଭାପତି ବିଚିତ୍ରା ନନ୍ଦ ବେବର୍ତ୍ତା, ସଭାନେତ୍ରୀ କିରଣବାଲା ମିଶ୍ର, କଳା ନିର୍ଦ୍ଦେଶକ ସତ୍ୟ ମହାରଣା, ଈଶା ଭିଜନର ଦୁଇ ମୁଖ୍ୟ-ସଂଯୋଜକ ସଦାନନ୍ଦ ସାହୁ ରବୀନ୍ଦ୍ର ନାଥ ସାହୁ, ଆବାହକ ଭବାନୀ ମିଶ୍ର, ସଂଗଠନ ସମ୍ପାଦକ ଇଂ. ସନ୍ତୋଷ କୁମାର ପାଣିଗ୍ରାହୀ, ଡ. ବିଜୟ ମହାରଣା, ରାଧା ଶ୍ୟାମ ଲେଙ୍କା,କୈଳାଶ ପାଣିଗ୍ରାହୀ,କେ. କୃଷ୍ଣମୁର୍ତି, ଡି. ସୋମେୟା ଏବଂ ରାଜ ଗୋପାଳ ପାଢ଼ୀ ପ୍ରମୁଖ ଉପସ୍ଥିତ ରହିଥିଲେ। ଶେଷରେ ଅନୁଷ୍ଠାନର ସମ୍ପାଦକ ରମେଶ ଚନ୍ଦ୍ର ମହରଣା ଧନ୍ୟବାଦ ପ୍ରଦାନ କରିଥିଲେ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.