ETV Bharat / state

ଗଞ୍ଜାମ ଅପହରଣ ଓ ହତ୍ୟା ଘଟଣା, ୪ ଅଭିଯୁକ୍ତ ଗିରଫ - ଟୁଟୁ ନାହାକ ହତ୍ୟା ଘଟଣାରେ ୪ ଗିରଫ

ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ଅନ୍ତର୍ଗତ ଏ. ଗୋବିନ୍ଦପୁର ଗ୍ରାମର ଟୁଟୁ ନାହାକଙ୍କୁ ଅପହରଣ ପରେ ହତ୍ୟା ଘଟଣାରେ ଆଉ ଚାରି ଅଭିଯୁକ୍ତ ଗିରଫ । ଅଧିକ ପଢନ୍ତୁ

ଗଞ୍ଜାମ ଅପହରଣ ଓ ହତ୍ୟା ଘଟଣା, ୪ ଅଭିଯୁକ୍ତ ଗିରଫ

author img

By

Published : Jul 31, 2022, 10:28 PM IST

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ଅନ୍ତର୍ଗତ ଏ. ଗୋବିନ୍ଦପୁର ଗ୍ରାମର ଟୁଟୁ ନାହାକଙ୍କୁ ଅପହରଣ ପରେ ହତ୍ୟା ଘଟଣାରେ ଆଉ ଚାରି ଅଭିଯୁକ୍ତ ଗିରଫ । ଆଜି(ରବିବାର) ପୋଲିସ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରିବା ପରେ ଗିରଫ ସଂଖ୍ୟା ୬ରେ ପହଞ୍ଚିଛି । ପାରିବାରିକ ବିବାଦକୁ ନେଇ ଗତ ୧୬ ତାରିଖରେ କବିସୂର୍ଯ୍ୟ ନଗର ଥାନା ଅନ୍ତର୍ଗତ ଏ. ଗୋବିନ୍ଦପୁର ଗ୍ରାମର ୩୫ ବର୍ଷୀୟ ଟୁଟୁ ନାହାକ ଗ୍ରାମ ବାହାରେ ବୁଲୁଥିବା ବେଳେ ତିନିରୁ ଚାରି ଯୁବକ ଏକ ଜାଇଲୋ କାରରେ ଆସି ଅପହରଣ କରି ନେଇଥିଲେ ।

ଗଞ୍ଜାମ ଅପହରଣ ଓ ହତ୍ୟା ଘଟଣା, ୪ ଅଭିଯୁକ୍ତ ଗିରଫ

ପରିବାର ଲୋକେ ଏନେଇ ଥାନାରେ ଏତଲା ଦେବା ପରେ କୌଣସି ଖବର ପାଇନଥିଲା ପୋଲିସ । ଘଟଣାର କିଛିଦିନ ପରେ କିଛି ଦୁର୍ବୃତ୍ତ ଟୁଟୁଙ୍କୁ ହତ୍ୟା କରିବା ପରେ ପ୍ରମାଣ ନଷ୍ଟ ଉଦ୍ଦେଶ୍ୟରେ ଜିଲ୍ଲାର ପାଟପୁର ଥାନା ଅଞ୍ଚଳର ଏକ ଦୁର୍ଗମ ଆଦିବାସୀ ଗ୍ରାମ ନିକଟରେ ଥିବା କାଜୁ ଜଙ୍ଗଲରେ ପେଟ୍ରୋଲ ଢ଼ାଳି ନିଆଁ ଲଗାଇବା ସମୟରେ ଦେଖିବାକୁ ପାଇଥିଲେ ଗ୍ରାମବାସୀ । ଗ୍ରାମବାସୀଙ୍କୁ ଦେଖି ଦୁବୃର୍ତ୍ତମାନେ ସେଠାରୁ ଚମ୍ପଟ ମାରିଥିଲେ । ଘଟଣା ନେଇ ଗ୍ରାମବାସୀ ପାଟପୁର ଥାନାକୁ ଖବର ଦେଇଥିଲେ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହ ଜବତ କରିବା ସହ ପରିବାର ଲୋକଙ୍କ ସହାୟତାରେ ଚିହ୍ନଟ କରିଥିଲା ।

ଘଟଣାରେ ପୋଲିସ ପୂର୍ବରୁ ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କରି ଥିବାବେଳେ ଆଜି ଚାରି ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି । ସେପଟେ ହତ୍ୟାକାଣ୍ଡରେ ବ୍ୟବହାର ହୋଇଥିବା ଗାଡି ଓ ମାରଣାସ୍ତ୍ର ଜବତ କରାଯାଇଛି । ହତ୍ୟାକାଣ୍ଡରେ ସମ୍ପୃକ୍ତ ଅନ୍ୟ ତିନି ଜଣ ଫେରାର ଥିବା କହିଛନ୍ତି ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ବି.କେ.ମଲ୍ଲିକ ।

ଇଟିଭି ଭାରତ, ଗଞ୍ଜାମ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.