ETV Bharat / state

ଆରପାରିରେ ପୂର୍ବତନ ସାଂସଦ ଦୂତିକୃଷ୍ଣ ପଣ୍ଡା

ଆରପାରିରେ ପୂର୍ବତନ ସାଂସଦ ଦୂତିକୃଷ୍ଣ ପଣ୍ଡା । ଗତ କିଛି ମାସ ହେବ ସେ ଅସୁସ୍ଥ ଥିଲେ ।

author img

By

Published : May 5, 2019, 10:21 PM IST

ଫଟୋ ସୌଜନ୍ୟ: ପ୍ରତିନିଧି, ଭଞ୍ଜନଗର

ଭଞ୍ଜନଗର: ଆରପାରିରେ ପୂର୍ବତନ ସାଂସଦ ଦୂତିକୃଷ୍ଣ ପଣ୍ଡା । ମୃତ୍ୟ ବେଳକୁ ତାଙ୍କୁ 97 ବର୍ଷ ବୟସ ହୋଇଥିଲା । ଗତ କିଛି ମାସ ହେବ ସେ ଅସୁସ୍ଥ ଥିବାରୁ ଭୁବନେଶ୍ଵରର ଏକ ଘରୋଇ ମେଡିକାଲରେ ତାଙ୍କର ଚିକିତ୍ସା ଚାଲିଥିଲା । ହେଲେ ଆଜି ସକାଳେ ତାଙ୍କର ଦେହାନ୍ତ ଘଟିଥିଲା ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଭଞ୍ଜନଗର

ଆଜି ସନ୍ଧ୍ୟାରେ ତାଙ୍କ ମର ଶରୀର ଆସିକା ବାସଭବନରେ ପହଞ୍ଚିବା ପରେ ଏକ ଶୋଭାଯାତ୍ରା କରାଯାଇଥିଲା । ପ୍ରଥମେ ଆସିକା ଚିନିଶିଳ୍ପ ଓ ପରେ ଆସିକା ସହର ପରିକ୍ରମା
କରାଯାଇଥିଲା । ଶୋଭାଯାତ୍ରାରେ ସହରର ବହୁ ବରିଷ୍ଠ ବ୍ୟକ୍ତି ଉପସ୍ଥିତ ଥିଲେ ।

ସୂଚନା ଯୋଗ୍ୟ ଯେ, ଗଞ୍ଜାମ ଜିଲ୍ଲା ଆସିକା ସହରରେ ଜନ୍ମ ଗ୍ରହଣ କରିଥିଲେ ଏହି ବରିଷ୍ଠ କମ୍ୟୁନିଷ୍ଟ ନେତା । ତାଙ୍କ କଠିନ ପରିଶ୍ରମ ବଳରେ 1971 ମସିହାରେ ଆସିକା ସାଂସଦ ଓ 1990 ମସିହାରେ ଆସିକା ବିଧାୟକ ହୋଇପାରିଥିଲେ । ଏଥିସହ ସେ ଆଖୁଚାଷୀ ସଂଘର ସଭାପତି ମଧ୍ୟ ଥିଲେ ।

ଭଞ୍ଜନଗରରୁ ରଞ୍ଜନ ସ୍ବାଇଁ, ଇଟିଭି ଭାରତ

Intro:Body:Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.