ETV Bharat / state

ପ୍ରଦୀପଙ୍କୁ ପ୍ରଦୀପ ଚେକ୍‌ ଚର୍ଚ୍ଚା, ଗୋପାଳପୁରରେ ଜନସଂପର୍କ ପଦଯାତ୍ରାରେ ଜଙ୍ଗଲ ମନ୍ତ୍ରୀ - ପ୍ରଦୀପଙ୍କୁ ପ୍ରଦୀପ ଚେକ୍‌

ରାଜ୍ୟ ଜଙ୍ଗଲ ପରିବେଶ ଏବଂ ପାନୀୟ ଜଳଯୋଗାଣ ବିଭାଗୀୟ ମନ୍ତ୍ରୀଙ୍କ ବ୍ରହ୍ମପୁର ଗସ୍ତ । ସ୍ଥାନୀୟ ସର୍କିଟ ହାଉସ୍ ପରିସରରେ ଆୟୋଜିତ ସମୀକ୍ଷା ବୈଠକରେ ମନ୍ତ୍ରୀ ବ୍ରହ୍ମପୁର ଫରେଷ୍ଟ ଡିଭିଜନରେ ଜଙ୍ଗଲ ବିଭାଗର କାର୍ଯ୍ୟ ଗୁଡିକ ସଂପର୍କରେ ସମୀକ୍ଷା କରିଛନ୍ତି । ଅଧିକ ପଢନ୍ତୁ

ମନ୍ତ୍ରୀ ପ୍ରଦୀପ କୁମାର ଅମାତ୍ୟଙ୍କ ବ୍ରହ୍ମପୁର ଗସ୍ତ

author img

By

Published : Nov 3, 2022, 12:42 PM IST

ବ୍ରହ୍ମପୁର: ରାଜ୍ୟ ଜଙ୍ଗଲ ପରିବେଶ ଏବଂ ପାନୀୟ ଜଳଯୋଗାଣ ମନ୍ତ୍ରୀ ପ୍ରଦୀପ କୁମାର ଅମାତଙ୍କ ବ୍ରହ୍ମପୁର ଗସ୍ତ । ବୁଧବାର ସ୍ଥାନୀୟ ସର୍କିଟ ହାଉସ୍ ପରିସରରେ ଆୟୋଜିତ ସମୀକ୍ଷା ବୈଠକରେ ମନ୍ତ୍ରୀ ବ୍ରହ୍ମପୁର ଫରେଷ୍ଟ ଡିଭିଜନରେ ଜଙ୍ଗଲ ବିଭାଗର କାର୍ଯ୍ୟ ଗୁଡିକ ସଂପର୍କରେ ସମୀକ୍ଷା କରିବା ସହିତ ସରକାରଙ୍କ ଯୋଜନାର କିପରି ସଫଳ ରୂପାୟନ ହୋଇପାରିବ ସେ ନେଇ ଆଲୋକପାତ କରିଥିଲେ । ଅନ୍ୟପଟେ ମନ୍ତ୍ରୀଙ୍କ ବ୍ରହ୍ମପୁର ଗସ୍ତ ନେଇ ମଧ୍ୟ ରାଜନୈତିକ ପାଣିପାଗ ଉଷ୍ମ ହୋଇଛି । ନିକଟରେ ବିବାଦୀୟ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ଗଞ୍ଜାମ ଜିଲ୍ଲାକୁ ଅଣଦେଖା ଅଭିଯୋଗ ଆଣି ବିକାଶ ନେଇ ମୁଖ୍ୟମନ୍ତ୍ରୀ ଓ ରାଜ୍ୟ ସରକାରଙ୍କ ଇଚ୍ଛାଶକ୍ତି ଉପରେ କଟାକ୍ଷ କରିଥିଲେ । ଏପରିକି ପଦଯାତ୍ରା ମାଧ୍ୟମରେ ଶକ୍ତି ପ୍ରଦର୍ଶନ ମଧ୍ୟ କରିଥିଲେ । ଫଳରେ ପ୍ରଦୀପଙ୍କୁ ଚେକ୍‌ ଦେବାକୁ ମନ୍ତ୍ରୀ ପ୍ରଦୀପ ଅମାତ ଆସିଥିବା ସାଧାରଣରେ ଚର୍ଚ୍ଚା ହେଉଛି ।

ମନ୍ତ୍ରୀ ପ୍ରଦୀପ କୁମାର ଅମାତ୍ୟଙ୍କ ବ୍ରହ୍ମପୁର ଗସ୍ତ

ଏହା ମଧ୍ୟ ପଢନ୍ତୁ: Dhamnagar bypoll: ଧାମନଗରରେ ନେତା ବାଛୁଛନ୍ତି ଜନତା

ସମୀକ୍ଷା ପରେ ବ୍ରହ୍ମପୁର ଡିଭିଜନରେ ବୃକ୍ଷରୋପଣ ପାଇଁ ସ୍ଥାନର ଅଭାବ ସତ୍ତ୍ୱେ ବୃକ୍ଷରୋପଣ ଚାଲିଥିବାବେଳେ, ଜିଲ୍ଲାରେ ୧୫ ରୁ ୧୭ଟି ହାତୀ ରହିଥିବାରୁ ସେମାନଙ୍କ ସୁରକ୍ଷା ପାଇଁ ହାତୀ କରିଡର ଠାରୁ ଆରମ୍ଭ କରି ବିଭିନ୍ନ ବିଷୟକୁ ନେଇ ଆଲୋଚନା କରିଥିଲେ । ସେହିପରି ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରତ୍ୟେକ ପରିବାରକୁ ପାନୀୟ ଜଳ ଯୋଗାଣ ଯୋଜନା ସଫଳ କରାଇବା ପାଇଁ କାର୍ଯ୍ୟକୁ ତ୍ୱରାନ୍ୱିତ କରିବାକୁ ବିଭାଗୀୟ ଅଧିକାରୀଙ୍କୁ ପରାମର୍ଶ ଦେଇଥିଲେ ।

ଏହାସହ ନିଜ ବିଭାଗର ବିଭିନ୍ନ ଯୋଜନାରେ ସରକାରଙ୍କ ପକ୍ଷରୁ ରହିଥିବା ଟାର୍ଗେଟ କୋଭିଡ୍ ମହାମାରୀ ପାଇଁ କିଛି ମାତ୍ରାରେ ପଛୁଆ ରହିଥିବାବେଳେ ତାହାକୁ କିପରି ସଂପୂର୍ଣ୍ଣ କରାଯିବ ତାହାକୁ ନେଇ ବିଭାଗୀୟ ଅଧିକାରୀଙ୍କ ସହିତ ଆଲୋଚନା କରିଥିଲେ । ସେହିପରି ପ୍ରତ୍ୟେକ ପଞ୍ଚାୟତରେ ପ୍ରତ୍ୟକ ଗ୍ରାମରେ ପ୍ରତ୍ୟେକ ଘରକୁ ଯେପରି ଜଳଯୋଗାଣ ହୋଇପାରିବ ସେ ନେଇ ଲକ୍ଷ ସ୍ଥିର କରିଛନ୍ତି । ଏହାସହ ମନ୍ତ୍ରୀ ଗୋପାଳପୁର ନିର୍ବାଚନମଣ୍ଡଳୀର ଆୟୋଜିତ ଏକ ଜନସଂପର୍କ ପଦଯାତ୍ରାରେ ମଧ୍ୟ ଯୋଗ ଦେଇଥିଲେ ।

ରାଜ୍ୟ ଜଙ୍ଗଲ ପରିବେଶ ମନ୍ତ୍ରୀ ପ୍ରଦୀପ କୁମାର ଅମାତ କହିଛନ୍ତି, "ବ୍ରହ୍ମପୁର ଫରେଷ୍ଟ ଡିଭିଜନ ଉପରେ ସମୀକ୍ଷା କରାଯାଇଥିଲା । ଏହାସହ ପାନୀୟ ଜଳ ଉପରେ ମଧ୍ୟ ସମୀକ୍ଷା କରାଯାଇଥିଲା । ଉଭୟ ବିଭାଗ ସେମାନଙ୍କର କାର୍ଯ୍ୟ ସଫଳତାର ସହ କରୁଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଲକ୍ଷ୍ୟ ଥିବା ପ୍ରତ୍ୟେକ ଘରକୁ ପାନୀୟ ଯୋଗାଣ ଆଗାମୀ ଦିନରେ ସଫଳ ହେବ । ବ୍ରହ୍ମପୁର ଡିଭିଜନରେ ବୃକ୍ଷରୋପଣ ପାଇଁ ସ୍ଥାନର ଅଭାବ ସତ୍ତ୍ୱେ ବୃକ୍ଷରୋପଣ ଚାଲିଛି ।ସରକାରଙ୍କ ପକ୍ଷରୁ ରହିଥିବା ଟାର୍ଗେଟ କୋଭିଡ୍ ମହାମାରୀ ପାଇଁ କିଛି ମାତ୍ରାରେ ପଛୁଆ ରହିଥିବାବେଳେ, ତାହାକୁ କିପରି ସଂପୂର୍ଣ୍ଣ କରାଯିବ ତାହାକୁ ନେଇ ବିଭାଗୀୟ ଅଧିକାରୀଙ୍କ ସହିତ ଆଲୋଚନା କରିଛି । ଜିଲ୍ଲାରେ ୧୫ ରୁ ୧୭ଟି ହାତୀ ରହିଥିବାରୁ ସେମାନଙ୍କ ସୁରକ୍ଷା ପାଇଁ ହାତୀ କରିଡର ଠାରୁ ଆରମ୍ଭ କରି ବିଭିନ୍ନ ବିଷୟକୁ ନେଇ ଆଲୋଚନା କରାଯାଇଛି ।"

ଇଟିଭି ଭାରତ, ବ୍ରହ୍ମପୁର

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.