ETV Bharat / state

ସଟଡାଉନରେ ଅସହାୟଙ୍କୁ ଖାଦ୍ୟ ବାଣ୍ଟୁଛି ସ୍ବେଚ୍ଛାସେବୀ ସଂଗଠନ - ଗଞ୍ଜାମ ଖବର

କୋରୋନା ସଂକ୍ରମଣକୁ ପ୍ରତିହତ କରିବା ପାଇଁ ଗଞ୍ଜାମ ଜିଲ୍ଲା ପୋଲସରାରେ ଶନିବାର ଓ ରବିବାର ସପ୍ତାହାନ୍ତ ସଟଡାଉନ୍ ଜାରି ହୋଇଛି । ସଟଡାଉନ ସମୟରେ ଅସହାୟଙ୍କୁ ସହାୟତାର ହାତ ବଢାଇଛି ସ୍ବେଚ୍ଛାସେବୀ ସଂଗଠନ । ଅଧିକ ପଢନ୍ତୁ...

food distribute by volunter origanisation in polsora
ସଟଡାଉନ ସମୟରେ ଅସହାୟଙ୍କୁ ଖାଦ୍ୟ ବଣ୍ଟୁଛି ସ୍ବେଚ୍ଛାସେବୀ ସଂଗଠନ
author img

By

Published : May 2, 2021, 3:40 PM IST

Updated : May 2, 2021, 8:26 PM IST

ଭଞ୍ଜନଗର: ସଟଡାଉନ ସମୟରେ ଅସହାୟଙ୍କୁ ସହାୟତାର ହାତ ବଢାଇଲା ସ୍ବେଚ୍ଛାସେବୀ ସଂଗଠନ । କୋରୋନା ସଂକ୍ରମଣକୁ ପ୍ରତିହତ କରିବା ପାଇଁ ଗଞ୍ଜାମ ଜିଲ୍ଲା ପୋଲସରାରେ ଶନିବାର ଓ ରବିବାର ସପ୍ତାହାନ୍ତ ସଟଡାଉନ୍ ଜାରି ହୋଇଛି ।

ସଟଡାଉନ ସମୟରେ ଅସହାୟଙ୍କୁ ଖାଦ୍ୟ ବଣ୍ଟୁଛି ସ୍ବେଚ୍ଛାସେବୀ ସଂଗଠନ

ସଟଡାଉନ ଯୋଗୁଁ ସମସ୍ତ ଦୋକାନ ବଜାର ବନ୍ଦ ରହିଥିବା ବେଳେ ଅସହାୟ ଲୋକଙ୍କ ପେଟପାଟଣା କଥା ବୁଝୁଛି କିଏ । ଏଭଳି ସ୍ଥିତିକୁ ହୃଦୟଙ୍ଗମ କରି ଗଞ୍ଜାମ ଜିଲ୍ଲା ପୋଲସରାରେ ସ୍ବେଚ୍ଛାସେବୀ ସଂଗଠନ ଗିରିଜା ୟୁଥ୍ କ୍ଳବ ପକ୍ଷରୁ ଶନିବାର ଓ ରବିବାର ଅସହାୟ ଲୋକ ମାନଙ୍କୁ ରନ୍ଧା ଖାଦ୍ୟ ବଣ୍ଟନ କରାଯାଇଛି । କୋରୋନାର ଏଭଳି ମହାବିପତ୍ତି ସମୟରେ ଜୀବନ ଜୀବିକାକୁ ନେଇ ସାଧାରଣ ଲୋକଟି ଅସହାୟ ହେଉଥିବା ବେଳେ ସପ୍ତାହାନ୍ତ ଲକଡାଉନ୍ ଏବେ ଭୋକିଲା ପେଟର ଯନ୍ତ୍ରଣାକୁ ଦୁଇଗୁଣା କରି ଦେଇଛି । ସଟଡାଉନର ପ୍ରଭାବରେ ଅସହାୟ ଲୋକ ମାନେ ଯେପରି ଭୋକ ଉପାସରେ ନରୁହନ୍ତି ସେଥିପ୍ରତି ଚିନ୍ତା ପ୍ରକଟ କରି ଗିରିଜା କ୍ଲବର ସମସ୍ତ ଯୁବକ ମାନେ । ପୋଲସରା ସହର ମଧ୍ୟରେ ଥିବା ଅସହାୟ ବୃଦ୍ଧ ବୃଦ୍ଧା ମାନଙ୍କୁ ଖୋଜି ସେମାନଙ୍କୁ ରନ୍ଧା ଖାଦ୍ୟ ବଣ୍ଟନ କରୁଛି ସ୍ବେଚ୍ଛାସେବୀ ସଂଗଠନ ।

ସଟଡାଉନରେ ଅସହାୟଙ୍କୁ ଖାଦ୍ୟ ବାଣ୍ଟୁଛି ସ୍ବେଚ୍ଛାସେବୀ ସଂଗଠନ

ସେହିପରି ଆସିକାରେ ବିଭିନ୍ନ ସଂଗଠନ ପକ୍ଷରୁ ଅସହାୟ ବୃଦ୍ଧ ବୃଦ୍ଧା ଓ ମାନସିକ ବିକୃତ ଲୋକ ମାନଙ୍କୁ ରନ୍ଧା ଖାଦ୍ୟ ବଣ୍ଟନ କରାଯାଇଛି । କୋରୋନା ମହାମାରୀର ଦ୍ଵିତୀୟ ଲହର ଚାଲିଥିବାବେଳେ କରୋନା ଚେନକୁ ଭାଙ୍ଗିବା ପାଇଁ ସରକାର ଶନିବାର ଓ ରବିବାରକୁ ସପ୍ତାହନ୍ତ ସଟଡାଉନ ଘୋଷଣା କରିଥିବାବେଳେ ପୁଣି ରାଜ୍ୟ ସରକାରଙ୍କ ପକ୍ଷରୁ ଆଗାମୀ ୫ ତାରିଖରୁ ୧୯ ତାରିଖ ପର୍ଯ୍ୟନ୍ତ ଲକଡାଉନ ଘୋଷଣା କରାଯାଇଛି। ଫଳରେ ଅସହାୟ ଓ ମାନସିକ ବିକୃତ ବ୍ୟକ୍ତିମାନେ ଖାଦ୍ୟ ନପାଇ ଭୋକରେ ଡହକ ବିକଳ ଯେପରି ନହେବେ ସେଥିପାଇଁ ଆସିକା ସହରରେ ଥିବା ବିଭିର୍ଣ୍ଣ ସଂଘଠନର ସଦସ୍ୟ ମାନେ ଅସହାୟ,ଗରିବ ଓ ମାନସିକ ବିକୃତ ଥିବା ବ୍ୟକ୍ତିମାନଙ୍କୁ ରନ୍ଧାଖାଦ୍ୟ ବଣ୍ଟନ କରିଛନ୍ତି । ଏପରିକି ରାସ୍ତାରେ ବୁଲୁଥିବା ଗାଇ ଓ ଷଣ୍ଢ ମାନଙ୍କୁ ମଧ୍ୟ ଖାଇବାକୁ ଦିଆଯାଉଛି । ଆଗାମୀ ସମୟରେ ଲକଡାଉନ ଜାରି ରହିବା ପର୍ଯ୍ୟନ୍ତ ଏହି ସହଯୋଗର ଧାରା ଜାରି ରହିବ ବୋଲି ସଂଗଠନର ସଦସ୍ୟମାନେ କହିଛନ୍ତି ।

ଭଞ୍ଜନଗରରୁ ରଞ୍ଜନ ସ୍ୱାଇଁ,ଇଟିଭି ଭାରତ

Last Updated : May 2, 2021, 8:26 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.