ETV Bharat / state

ଭାରତୀୟ ବାୟୁସେନାର ନିଖୋଜ ଏଏନ୍‌-32 ବିମାନରେ ଓଡିଆ ପାଇଲଟ୍‌

ନିଖୋଜ ହୋଇଯାଇଥିବା ଭାରତୀୟ ବାୟୁସେନାର ଏଏନ୍‌-32 ବିମାନରେ ଜଣେ ଓଡିଆ ପାଇଲଟ୍‌ ରହିଛନ୍ତି ।

ଫଟୋ ସୌଜନ୍ୟ: ପ୍ରତିନିଧି, ଭଞ୍ଜନଗର
author img

By

Published : Jun 7, 2019, 9:14 PM IST

ଭଞ୍ଜନଗର: ଗତ ମେ 3 ତାରିଖରେ ନିଖୋଜ ହୋଇଯାଇଥିବା ଭାରତୀୟ ବାୟୁସେନାର ଏଏନ୍‌-32 ବିମାନରେ ଜଣେ ଓଡିଆ ପାଇଲଟ୍‌ ଅଛନ୍ତି । ଓଡିଆ ପାଇଲଟ୍‌ଙ୍କ ନାମ ସୁନିତ ମହାନ୍ତି ହୋଇଥିବା ବେଳେ ସେ ଗଞ୍ଜାମ ଜିଲ୍ଲାର କବିସୂର୍ଯ୍ୟନଗର ବଳିଆପଲ୍ଲୀ ଗ୍ରାମର ବୋଲି ଜଣା ପଡିଛି । ଏହି ଖବର ଶୁଣିବାପରେ ତାଙ୍କ ଗ୍ରାମରେ ଶୋକର ଛାୟା ଖେଳିଯାଇଛି । ସୁମିତଙ୍କ ପରିବାର ଦିଲ୍ଲୀରେ ରହୁଥିବା ଜଣାପଡିଛି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଭଞ୍ଜନଗର

ଗତ ମେ 3 ତାରିଖରେ ଆସାମ ଜୋରହାଟ୍‌ରୁ ଉଡାଣ କରିଥିବା ଭାରତୀୟ ବାୟୁସେନାର ଏହି ବିମାନରେ ଓଡିଆ ପାଇଲଟ୍‌ ସୁନିତ ମହାନ୍ତିଙ୍କ ସମେତ 12ଜଣ ରହିଥିଲେ । ଉଡାଣ ଭରିବାର 33 ମିନିଟ୍‌ ପରେ ବିମାନରୁ ସମସ୍ତ ଯୋଗାଯୋଗ ବିଚ୍ଛିନ୍ନ ହୋଇଥିଲା । ଏହା ପରେ ବିମାନଟି ନିଖୋଜ ହୋଇଥିବା ଜଣାପଡିଥିଲା । ଏବେ ପର୍ଯ୍ୟନ୍ତ ବିମାନଟିକୁ ସନ୍ଧାନ କରାଯାଇପାରିନାହିଁ । ସନ୍ଧାନ କାର୍ଯ୍ୟରେ ସୁଖୋଇ ସୁ-30 କମ୍ବାତ ଯୁଦ୍ଧ ବିମାନ ସହ ସି-130ଜେ ବିମାନ ନିୟୋଜିତ କରାଯାଇଛି ।

ଭଞ୍ଜନଗରରୁ ରଞ୍ଜନ ସ୍ବାଇଁ, ଇଟିଭି ଭାରତ

Intro:Body:

rwey

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.