ETV Bharat / state

ଅଗ୍ନିକାଣ୍ଡରେ ଜଳିଗଲା ଦୋକାନ ସାଙ୍ଗକୁ ୨ ବଖରା ଘର - କୋରାପୁଟ ଅଗ୍ନିକାଣ୍ଡ ଖବର

ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବ୍ଲକ ମୁଦୁଲୀପଲ୍ଲୀ ପଞ୍ଚାୟତର ଭାଲିଆଖାଇ ଗ୍ରାମରେ ଅଗ୍ନିକାଣ୍ଡ ଘଟି ଜଳିଗଲା ୨ ବଖରା ଘର । ଅଧିକ ପଢନ୍ତୁ

ଅଗ୍ନିକାଣ୍ଡରେ ଜଳିଗଲା ଦୋକାନ ସାଙ୍ଗକୁ ୨ ବଖରା ଘର

author img

By

Published : Mar 19, 2022, 9:47 PM IST

Updated : Mar 20, 2022, 9:33 AM IST

ଭଞ୍ଜନଗର: ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବ୍ଲକ ମୁଦୁଲୀପଲ୍ଲୀ ପଞ୍ଚାୟତର ଭାଲିଆଖାଇ ଗ୍ରାମରେ ଅଗ୍ନିକାଣ୍ଡ । ଏଥିରେ ବାପୁନି ବିଷୋୟୀ ନାମକ ଜଣେ ବ୍ୟକ୍ତିଙ୍କ ୨ ବଖରା ଜଳିପୋଡି ପାଉଁଶ ହୋଇଯାଇଛି । ବାପୁନି ଘରେ ଏକ ଛୋଟିଆ ଦୋକାନ କରି ପରିବାର ପ୍ରତିପୋଷଣ କରୁଥିଲେ । ମାତ୍ର ଅଗ୍ନିକାଣ୍ଡରେ ବାପୁନିଙ୍କ ଏକମାତ୍ର ରୋଜଗାରର ଉତ୍ସ ପାଲଟିଛି ।

ଅଗ୍ନିକାଣ୍ଡରେ ଜଳିଗଲା ଦୋକାନ ସାଙ୍ଗକୁ ୨ ବଖରା ଘର

ଆଜି(ଶନିବାର) ମଧ୍ୟାହ୍ନରେ ସମସ୍ତେ ଶୋଇଥିବାବେଳେ ଏହି ଅଗ୍ନିକାଣ୍ଡ ଘଟିଛି । କେହି କିଛି ବୁଝିବା ଆଗରୁ ସବୁ ଜଳିପୋଡି ପାଉଁଶ ହୋଇଯାଇଛି । ଖବର ପାଇ ଭଞ୍ଜନଗର ଅଗ୍ନିଶମ ବାହିନୀ ଆସି ନିଆଁକୁ ଆୟତ୍ତ କରିଥିବାବେଳେ ତହସିଲ କର୍ମଚାରୀ ଆସି କ୍ଷୟକ୍ଷତି ଆକଳନ କରିବା ସହ ରହିବା ପାଇଁ ପାଲ ଖଣ୍ଡେ ଦେଇଛନ୍ତି । ସରପଞ୍ଚ କାହ୍ନୁ ଚରଣ ପ୍ରଧାନ ଘଟଣାସ୍ଥଳରେ ପହଞ୍ଚି ଅଗ୍ନିବିପର୍ଣ୍ଣ ପରିବାରକୁ ଭେଟି ସମସ୍ତ ସରକାରୀ ସାହାଯ୍ୟ ଯୋଗାଇଦେବାକୁ ପ୍ରତିଶୃତି ଦେବା ସହ ଏକ ହଜାର ଟଙ୍କା ପ୍ରଦାନ କରିଛନ୍ତି । ତେବେ କେଉଁ କାରଣରୁ ଅଗ୍ନିକାଣ୍ଡ ଘଟିଛି, ସେ ନେଇ ସ୍ପଷ୍ଟ ହୋଇନାହିଁ ।

ଭଞ୍ଜନଗରରୁ ରଞ୍ଜନ ସ୍ୱାଇଁ, ଇଟିଭି ଭାରତ

Last Updated : Mar 20, 2022, 9:33 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.