ବ୍ରହ୍ମପୁର: କୋରୋନା ମାଡରେ ବ୍ୟବସାୟୀମାନେ ବହୁ କ୍ଷତି ସହୁଥିବା ବେଳେ ଏନଫୋର୍ସମେଣ୍ଟ ନାମରେ ଅଧିକାରୀ ଓ ଟିମର ଜୋରିମାନା ଆଦାୟ ସେମାନଙ୍କୁ ବ୍ୟତିବ୍ୟସ୍ତ କରାଇଛି । ଏହାକୁ ବିରୋଧ କରି ଜିଲ୍ଲା ବିଜେପି ପ୍ରତିବାଦ କରିଛି । ଆଗକୁ ଏପରି ହେଲେ ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେବ ବୋଲି ବିଜେପି ଚେତାବନୀ ଦେଇଛି ।
କୋରୋନା ମହାମାରୀ ପାଇଁ ସାଧାରଣ ଜନତାଙ୍କ ଠାରୁ ଆରମ୍ଭ କରି ବ୍ୟବସାୟୀମାନେ ନିଜର ଜୀବନ ଜୀବିକା ପାଇଁ ଅହରହ ସଂଘର୍ଷ କରୁଛନ୍ତି । କିନ୍ତୁ ଏଭଳି ପରିସ୍ଥିତିରେ ଜୋରିମାନା ବାବଦକୁ ଟଙ୍କା ନ ଦେଲେ ଗାଳିଗୁଲଜ କରିବା ସହ ମାରଧର କରିବାକୁ ମଧ୍ୟ ପଛାଉନାହାଁନ୍ତି । ଛୋଟ ଚା' ଦୋକାନୀଟି ଦିନକୁ 50 ଟଙ୍କା ରୋଜଗାର କରି ପରିବାର ପ୍ରତିପୋଷଣ କରୁଥିବା ବେଳେ ହଜାର ହଜାର ଟଙ୍କା ଜୋରିମାନା ଆଦାୟ ସମସ୍ତଙ୍କୁ ଅତି ମର୍ମାହତ କରିଛି ।
ତେବେ ଏହାକୁ ନେଇ ଜିଲ୍ଲାର ବିଜେପି ନେତାମାନେ ଘୋର ବିରୋଧ କରିଛନ୍ତି । ଯଦି ଆଗାମୀ ଦିନରେ ଏଭଳି କାର୍ଯ୍ୟ ଜାରି ରହେ ତେବେ ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହୋଇପାରେ ବୋଲି ନିଗମ କର୍ତ୍ତୁପକ୍ଷଙ୍କୁ ଆନ୍ଦୋଳନକାରୀମାନେ ଚେତାବନୀ ଦେଇଛନ୍ତି ।
ବ୍ରହ୍ମପୁରରୁ ସମୀର କୁମାର ଆଚାର୍ଯ୍ୟ, ଇଟିଭି ଭାରତ