ଭଞ୍ଜନଗର: ଫାଇନାନ୍ସ କମ୍ପାନୀ ଏଜେଣ୍ଟକୁ ମାଡମାରି ଲକ୍ଷାଧିକ ଟଙ୍କା ଲୁଟ ଘଟଣା । ଏହି ମାମଲାରେ ପୋଲିସ ଚାରି ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ପୋଲିସ ସେମାନଙ୍କ ନିକଟରୁ ଟଙ୍କା ସହ ଦୁଇଟି ମୋଟର ସାଇକେଲ ସହ ଛୁରୀ ଜବତ କରିଛି ।
ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ବାଲିଛାଇ ଫାଣ୍ଡି ଅଞ୍ଚଳରେ ଜାନୁଆରୀ ମାସରେ ଏକ ଫାଇନାନ୍ସ କମ୍ପାନୀର ଏଜେଣ୍ଟକୁ ମାଡମାରି ଲକ୍ଷାଧିକ ଟଙ୍କା ଲୁଟ ହୋଇଥିଲା । ଏନେଇ କମ୍ପାନୀର ଏଜେଣ୍ଟ ଥାନାରେ ଅଭିଯୋଗ କରିଥିଲେ । ପୋଲିସ ଏହି ଘଟଣାରେ ବିଭିନ୍ନ ଅଞ୍ଚଳରେ ଚଢ଼ାଉ କରି ଚାରି ଜଣ ଅଭିଯୁକ୍ତକୁ ଗିରଫ କରିବାରେ ସଫଳ ହୋଇଛି । ସେମାନଙ୍କ ଠାରୁ କୋଡିଏ ହଜାର ଟଙ୍କା ସହ ଦୁଇଟି ମୋଟର ସାଇକେଲ ଓ ଗୋଟିଏ ଛୁରୀ ଜବତ ହୋଇଛି ।
ଭଞ୍ଜନଗରରୁ ରଞ୍ଜନ ସ୍ବାଇଁ, ଇଟିଭି ଭାରତ