ETV Bharat / state

କୋରୋନା ଭୟ, ଗଞ୍ଜାମବାସୀଙ୍କୁ ପ୍ରଶାସନର ପରାମର୍ଶ

author img

By

Published : Mar 8, 2020, 10:15 PM IST

କୋରୋନା ମୁକାବିଲା ପାଇଁ ଗଞ୍ଜାମ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଛି । ଏଥିରେ କୋରୋନାରୁ ବର୍ତ୍ତିବା କଣ କଣ ସଚେତନତା ମୂଳକ ପଦକ୍ଷେପ ନେବେ ସେ ନେଇ ପରାମର୍ଶ ଦିଆଯାଇଛି ।

Fear of Corona, administration's advice to Ganjam residents
କୋରୋନା ଭୟ, ଗଞ୍ଜାମବାସୀଙ୍କୁ ପ୍ରଶାସନର ପରାମର୍ଶ

ବ୍ରହ୍ମପୁର: କୋରୋନାକୁ କୋକୁଆ ଭୟ । ସାରା ରାଜ୍ୟରେ କୋରୋନାକୁ ନେଇ ସତର୍କ କରାଯାଉଥିବା ବେଳେ ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ବତନ୍ତ୍ର ନଜର ରଖାଯାଇଛି । କୋରୋନା ପାଇଁ ସଚେତନ ରହିବା ପାଇଁ ଲୋକଙ୍କୁ ପରାମର୍ଶ ଦିଆଯାଉଛି ।

କରୋନା ଭୂତାଣୁ ସଂକ୍ରମଣରୁ ସୁରକ୍ଷିତ ରହିବା ପାଇଁ ହାତ ପରିଷ୍କାର ଦେଖାଯାଉଥିଲେ ମଧ୍ୟ ସାବୁନରେ ବାରମ୍ବାର ଭଲଭାବରେ ଧୋଇବା, କାଶ କିମ୍ବା ଛିଙ୍କ ସମୟରେ ନାକ ଏବଂ ମୁହଁକୁ ରୁମାଲ କିମ୍ବା ଟିସୁ ପେପର ଦ୍ବାରା ଘୋଡାଇ ରଖିବା, ବ୍ୟବହୃତ ଟିସୁ ପେପରକୁ ଯଥାଶ୍ରୀଘ୍ର ଡଷ୍ଟବିନରେ ପକାଇବା, କୌଣସି ବ୍ୟକ୍ତିକୁ ଜ୍ବର, କାଶ କିମ୍ବା ଶାସକ୍ରିୟାରେ କଷ୍ଟ ଅନୁଭବ କରନ୍ତି ତେବେ ଡାକ୍ତରଙ୍କ ସହ ପରାମର୍ଶ କରିବାକୁ ଲୋକଙ୍କୁ ପରାମର୍ଶ ଦିଆଯାଇଛି ।

ଏଥିପାଇଁ ସମସ୍ତଙ୍କ ସହଯୋଗ କାମନା କରାଯିବା ସହ କୌଣସି ବ୍ୟକ୍ତି ଜ୍ଲର, କାଶ କିମ୍ବା ଶ୍ବାସକ୍ରିୟାରେ କଷ୍ଟ ଅନୁଭବ କରୁଥିବେ ତେବେ ଅନ୍ୟମାନଙ୍କ ସହ ମିଳାମିଶା ନକରିବା ସହ ସର୍ବସାଧାରଣ ସ୍ଥାନରେ ଛେପ ଓ ଖଙ୍କାର ନପକାଇବାକୁ ପରାମର୍ଶ ଦିଆଯାଇଛି । ଏଥିପାଇଁ ଜିଲ୍ଲା ସ୍ତରରେ ଏକ ୧୨ ଘଣ୍ଟିଆ କଣ୍ଟ୍ରୋଲ ରୁମ୍ ଖୋଲାଯାଇଥିବା ବେଳେ ଏହାର ନିର୍ଦ୍ଦେଶନାମା ସମସ୍ତ ଉପଖଣ୍ଡ ସ୍ତରୀୟ ଚିକିତ୍ସାଳୟ ଏବଂ ଗୋଷ୍ଠୀ ସ୍ବାସ୍ଥକେନ୍ଦ୍ରକୁ ଅବଗତ କରାଯାଇଥିବା ବ୍ରହ୍ମପୁର ମହାନଗର ନିଗମ ସ୍ବାସ୍ଥ୍ୟକେନ୍ଦ୍ର ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ।

ଏହି ଅବସରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଜଗଦୀଶ ପଟ୍ଟନାୟକ,ଡିପିଏମ୍ ଶ୍ୟାମ ସୁନ୍ଦର ତ୍ରୀପାଠୀ, ଜିଲ୍ଲା ଏପିଡେମଲୋଜିଷ୍ଟ ଡାକ୍ତର ଅଶୋକ ମିଶ୍ରଙ୍କ ସମେତ ସ୍ବାସ୍ଥ୍ୟ ବିଭାଗର ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ରହିଥିଲେ ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.