ETV Bharat / state

କୁକୁଡାଖଣ୍ଡି ସମବାୟ ସମିତିର ମନମୁଖୀ କାର୍ଯ୍ୟ, ତାତିଲେ ଚାଷୀ - ବ୍ରହ୍ମପୁର ନ୍ୟୁଜ

ସରକାରଙ୍କ ସ୍ପଷ୍ଟ ନିର୍ଦ୍ଦେଶକୁ କୁକୁଡାଖଣ୍ଡି ସମବାୟ ସମିତିର ସମ୍ପାଦକ ମାନୁନଥିବା ଅଭିଯୋଗ କରିଛନ୍ତି ବଉଳଝୋଳି ଗାଁର ଚାଷୀମାନେ । ସମସ୍ୟା ପ୍ରତି ଦୃଷ୍ଟି ଦେବାକୁ ଜିଲ୍ଲାପାଳ ଏବଂ ଜିଲ୍ଲା ଯୋଗାଣ ଅଧିକାରୀଙ୍କୁ ଅବଗତ କରାଇଛନ୍ତି ଚାଷୀ ।

farmers
author img

By

Published : Nov 22, 2019, 8:12 PM IST

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ କୁକୁଡାଖଣ୍ଡି ସମବାୟ ସମିତିର ମନମୁଖୀ କାର୍ଯ୍ୟ ହେଉଥିବା ଅଭିଯୋଗ ଆଣିଛନ୍ତି ସ୍ଥାନୀୟ ଚାଷୀ। ଏନେଇ ଶୁକ୍ରବାର ଦିନ ବ୍ରହ୍ମପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ କରିଛନ୍ତି । ଏଥିସହ ସ୍ଥାନୀୟ ଅଞ୍ଚଳର ଚାଷୀମାନେ ଗୁହାରି କରିଛନ୍ତି ।

ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଚାଷୀଙ୍କ ବିକ୍ଷୋଭ

ଚାଷୀ ମାନଙ୍କ ଅଭିଯୋଗ ଅନୁଯାୟୀ, ଗତ 2 ବର୍ଷ ଧରି ବଉଳଝୋଳି ଗାଁର ଚାଷୀମାନେ ମୁଖ୍ୟତଃ ଧାନ ବିକ୍ରି କରି ଶୋଷିତ ହେଉଛନ୍ତି । ସରକାରଙ୍କ ସ୍ପଷ୍ଟ ନିର୍ଦ୍ଦେଶକୁ ସମିତିର ସମ୍ପାଦକ ମାନୁନଥିବା ଅଭିଯୋଗ କରିଛନ୍ତି । ସେଠାରେ ଧାନ ସାଇତି ରଖିବା ପାଇଁ କୌଣସି ପ୍ରକାର ମଣ୍ଡିର ବ୍ୟବସ୍ଥା କରାଯାଇନଥିବା ବେଳେ ବାଧ୍ୟ ହୋଇ ଅନେକ ଦଲାଲମାନଙ୍କୁ କମ୍ ମୂଲରେ ବିକ୍ରି କରିବାକୁ ବାଧ୍ୟ ହେଉଛନ୍ତି । ଏପରିକି ଧାନ ରଖିବା ପାଇଁ ଆବଶ୍ୟକତା ରହିଥିବା ଅଖାର ଟଙ୍କା ଚାଷୀକୁ ଦିଆଯାଉ ନାହିଁ । ଏଭଳି ସମସ୍ୟା ପ୍ରତି ଦୃଷ୍ଟି ଦେବାକୁ ଜିଲ୍ଲାପାଳ ଏବଂ ଜିଲ୍ଲା ଯୋଗାଣ ଅଧିକାରୀଙ୍କୁ ଅବଗତ କରାଯାଇଛି । ସମସ୍ୟାର ସମାଧାନ ନହେଲେ ଆଗାମୀ ଦିନରେ ବ୍ୟାପକ ଆନ୍ଦୋଳନ କରାଯିବାକୁ ଚେତାବନୀ ଦିଆଯାଇଛି ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

Intro:ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ କୁକୁଡାଖଣ୍ଡି ସମବାୟ ସମିତିର ମନମୁଖୀ କାର୍ଯ୍ୟ ବିରୁଦ୍ଧରେ ବ୍ରହ୍ମପୁର ଉପଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମୁଖରେ ବିକ୍ଷୋଭ କରାଯିବା ସହ ଗୁହାରି କରିଛନ୍ତି ସ୍ଥାନୀୟ ଅଞ୍ଚଳର ଚାଷୀ ମାନେ । ଚାଷୀ ମାନଙ୍କ ଅଭିଯୋଗ ଅନୁଯାୟୀ ଗତ ଦୁଇ ବର୍ଷ ଧରି ବଉଳଝୋଳି ଗ୍ରାମର ଚାଷୀ ମାନେ ମୁଖ୍ୟତଃ ଧାନ ବିକ୍ରୀ କରି ଶୋଷିତ ହେଉଥିବା ବେଳେ ସରକାର ଙ୍କ ସ୍ପଷ୍ଟ ନିର୍ଦ୍ଧେଶକୁ ସମିତିର ସମ୍ପାଦକ ମାନୁନଥିବା ଅଭିଯୋଗ କରିଛନ୍ତି । ସେଠାରେ ଧାନ ସାଇତି ରଖିବା ପାଇଁ କୌଣସି ପ୍ରକାର ମଣ୍ଡିର ବ୍ୟବସ୍ଥା କରାଯାଇନଥିବା ବେଳେ ବାଧ୍ୟ ହୋଇ ଅନେକ ଦଲାଲ ମାନଙ୍କୁ କମ୍ ମୂଲରେ ବିକ୍ରୀ କରିବାକୁ ବାଧ୍ୟ ହେଉଛନ୍ତି । ଏପରିକି ଧାନ ରଖିବା ପାଇଁ ଆବଶ୍ୟକତା ରହିଥିବା ଅଖାର ଟଙ୍କା ଚାଷୀ କୁ ଦିଆଯାଉନଥିବା ବେଳେ ଏଭଳି ସମସ୍ୟା ପ୍ରତି ଦୃଷ୍ଟି ଦେବାକୁ ଜିଲ୍ଲାପାଳ ଏବଂ ଜିଲ୍ଲା ଯୋଗାଣ ଅଧିକାରୀ ଙ୍କୁ ଅବଗତ କରାଯାଇଛି । ସମସ୍ୟାର ସମାଧାନ ନହେଲେ ଆଗାମୀ ଦିନରେ ବ୍ୟାପକ ଆନ୍ଦୋଳନ କରାଯିବାକୁ ଚେତାବନୀ ଦିଆଯାଇଛି ।
Body:ବାଇଟ୍-ସନାତନ ଚୌଧୁରୀ(ଅଭିଯୋଗକାରୀ)
ବ୍ରହ୍ମପୁର ରୁ ସମୀର ଆଚାର୍ଯ୍ୟ ଇଟିଭି ଭାରତ...Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.