ETV Bharat / state

ନ୍ୟାୟ ନମିଳିଲେ ସପରିବାର ଆତ୍ମହତ୍ୟା ଧମକ - Odisha

ଅନେକ ଆଶାରେ ଝିଅ ବାହାଘର କରିଥିଲେ ବାପା । ହେଲେ ଖୁସି ବଦଳରେ ଝିଅକୁ ମିଳିଥିଲା ଧୋକା । ବିବାହ ପରେ ଅତ୍ୟାଚାରର ଶିକାର ହୋଇ ଏବେ ବାପଘରେ ନ୍ୟାୟ ଅପେକ୍ଷାରେ ସ୍ବାଗତିକା....

ଫଟୋ ସୌଜନ୍ୟ: ପ୍ରତିନିଧି, ଭଞ୍ଜନଗର
author img

By

Published : Jun 29, 2019, 4:56 PM IST

Updated : Jun 29, 2019, 10:34 PM IST

ଭଞ୍ଜନଗର: ଧାରକରଜ କରି ଏକମାତ୍ର ଝିଅ ଖୁସିର ବାହାଘର କରିଥିଲେ । ଆଶା ଥିଲା ଝିଅ ହସଖୁସିରେ ଗଢିବ ସୁନା ସଂସାର । ହେଲେ ପୁଅ ଘର ସେମାନଙ୍କୁ ଅନ୍ଧାରରେ ରଖିଥିବା ଜାଣିପାରିନଥିଲେ । ପ୍ରଥମ ପତ୍ନୀ ଥାଉ ଥାଉ ପୁଅ କରିଥିଲା ଦ୍ବିତୀୟ ବିବାହ । ଆଉ ଯୌତୁକ ଆକାରରେ ନେଇଥିଲା ନଗଦ ଟଙ୍କା ଓ ସୁନା । ଚତୁର୍ଥୀ ରାତି ପରେ ହିଁ ଝିଅ ଉପରେ ଆରମ୍ଭ ହୋଇଗଲା ଅତ୍ୟାଚାର । ପୋଲିସରେ ଅଭିଯୋଗ ପରେ ଝିଅ ଉଦ୍ଧାର ହୋଇଛି । ମାତ୍ର ଏପର୍ଯ୍ୟନ୍ତ ମିଳିଲାନି ଯୌତୁକ ବାବଦ ଟଙ୍କା ।

ଏହା ହେଉଛି ଗଞ୍ଜାମ ଭଞ୍ଜନଗରର ସଦାନନ୍ଦ ତ୍ରିପାଠୀଙ୍କ ଝିଅ ସ୍ଵାଗତିକାଙ୍କ କାହାଣୀ । ବଡଗଡ ଥାନା ଅନ୍ତର୍ଗତ ଜଗନ୍ନାଥପୁର ଶାସନ ଗ୍ରାମରେ ବସବାସ କରନ୍ତି ସଦାନନ୍ଦ । ତାଙ୍କ ଝିଅ ସ୍ଵାଗତିକା ସହିତ ମାନସ ରଞ୍ଜନ ଦାଶଙ୍କ ବିବାହ ଗତବର୍ଷ ଏପ୍ରିଲରେ ହୋଇଥିଲା । କବିସୂର୍ଯ୍ୟନଗର ବୃନ୍ଦାବନଚନ୍ଦ୍ରପୁର ଶାସନ ଗ୍ରାମର ବାଲ୍ମୀକ ଦାଶଙ୍କ ପୁଅ ମାନସ । ବିବାହ ସମୟରେ ପୁଅ ଘର ଦାବି ମୁତାବକ 18 ଭରି ସୁନା ସହ ନଗଦ 4 ଲକ୍ଷ ଟଙ୍କାର ଆସବାବପତ୍ର ଯୌତୁକ ଆକାରରେ ଦିଆଯାଇଥିଲା । ଜଣେ ସାଧାରଣ ଶିକ୍ଷକ ହୋଇଥିଲେ ମଧ୍ୟ ଏକମାତ୍ର ଝିଅର ଖୁସି ଯୋଗୁଁ ସଦାନନ୍ଦ ଧାରକରଜ କରି ବାହାଘର କରିଥିଲେ ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଭଞ୍ଜନଗର

ହେଲେ ସେ ଜାଣିନଥିଲେ ଯେ ଝିଅ ଭାଗ୍ୟରେ ଖୁସି ବଦଳରେ ଦୁଃଖ ଭରି ରହିଛି । ବାହାଘରର ଚଉଠି ରାତିରେ ହିଁ ସ୍ଵାଗତିକାର ସୁନାର ସଂସାର ଭାଙ୍ଗି ଚୁରମାର ହୋଇଯାଇଥିଲା । ପ୍ରଥମ ରାତିରେ ହିଁ ସ୍ଵାଗତିକାକୁ ଲାଗିଥିଲା ଜୋରଦାର ଝଟକା । ଯେତେବେଳେ ସେ ଜାଣିଲେ ଯେ ମାନସ ପୂର୍ବରୁ ବିବାହିତ । ଏନେଇ ନିଜେ ମାନସ ହିଁ ତାଙ୍କୁ କହିଥିଲେ । ସେ ଆଗରୁ ବାହା ହୋଇଛନ୍ତି ଏବଂ ତାଙ୍କର ଗୋଟିଏ ଝିଅ ଅଛି ।

ଏପରିକି ଏକଥା ତାଙ୍କ ବାପା ଓ ମାଆ ସମସ୍ତେ ଜାଣିଥିବା ସେ କହିଥିଲେ । ତାଙ୍କ ଠାରୁ କିଛି ଆଶା ନ ରଖିବାକୁ ସେ ସ୍ବାଗତିକାଙ୍କୁ କହିବା ସହ ତାଙ୍କ ପ୍ରଥମ ସ୍ତ୍ରୀ ଘରେ ରହିବ ବୋଲି କହିଥିଲେ । ତେବେ ସ୍ଵାଗତିକା ଏହାର ପ୍ରତିବାଦ କରିବାରୁ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ଆରମ୍ଭ ହୋଇଥିଲା । ଏହାପରେ ମାନସ ଘର ଛାଡି ଅନ୍ୟତ୍ର ଚାଲିଯାଇଥିଲେ । ଏହାପରଠାରୁ ସ୍ବାଗତିକାଙ୍କ ଉପରେ ଆରମ୍ଭ ହୋଇଥିଲା ଅତ୍ୟାଚାର । ମାନସ ଚିଲିକା ସ୍ଥିତ ନାଭାଲରେ ଚାକିରୀ କରୁଥିବାରୁ ଛୁଟି ପରେ ସେଠାକୁ ପଳାଇଥିଲେ ।

କିନ୍ତୁ ଶାଶୁ ଶ୍ବଶୁରଙ୍କ ନିର୍ଯ୍ୟାତନାରୁ ବର୍ତ୍ତିପାରିନଥିଲେ ସ୍ଵାଗତିକା । ତାଙ୍କୁ ଅନେକ ଦିନ ଖାଇବାକୁ ନଦେଇ ଭୋକ ଉପାସରେ ରଖିଥିଲେ । ଏପରିକି ଗୋଡ ହାତକୁ ବାନ୍ଧି ମାଡ ମାରୁଥିଲେ ବୋଲି କୋହଭରା କଣ୍ଠରେ କହିଛନ୍ତି ସ୍ଵାଗତିକା । କିଛିଦିନ ପରେ ଏହା ସମାଧାନ ହୋଇଯିବ ବୋଲି ସ୍ବାଗତିକା ଆଶା ରଖିଥିଲେ । ହେଲେ ଏପରି ନହେବାରୁ ବାଧ୍ୟ ହୋଇ ବାପ ଘରକୁ ଜଣାଇଥିଲେ । ଏହାପରେ ସଙ୍ଗେ ସଙ୍ଗେ ବାପା ଓ ମାଆ ଯାଇ ସ୍ଵାଗତିକାକୁ ବୃନ୍ଦାବନଚନ୍ଦ୍ରପୁର ଶାସନ ଗ୍ରାମବାସୀଙ୍କ ସାହାଯ୍ୟରେ ଉଦ୍ଧାର କରି ଘରକୁ ଆଣିଥିଲେ ।

ତେବେ ମାନସର ଆଗରୁ ଗୋଟିଏ ସ୍ତ୍ରୀ ଥିବା ଝିଅ ଠାରୁ ଶୁଣି ବ୍ରହ୍ମପୁର ମହିଳା ଥାନାରେ ଏତଲା ଦେଇଥିଲେ ପରିବାର । ଏହାସହ ଯୌତୁକ ବାବଦରେ ଦିଆଯାଇଥିବା ଅର୍ଥ ଫେରିବା ଲାଗି ଦାବି କରିଥିଲେ । କିଛି ଦିନ ପରେ ପୋଲିସ ଉପସ୍ଥିତିରେ ସ୍ବାଗତିକାଙ୍କ ଶ୍ବଶୁର ଘର ସଦାନନ୍ଦଙ୍କୁ ଅଳ୍ପ ଆସବାବପତ୍ର ହସ୍ତାନ୍ତର କରିଥିଲେ । ହେଲେ ଆଜି ପର୍ଯ୍ୟନ୍ତ 18 ଭରି ସୁନା ଓ 4 ଲକ୍ଷ ଟଙ୍କା ଫେରାଇନାହାନ୍ତି ।

ଏପରିକି ସ୍ଵାଗତିକାକୁ ମାନସ ବାରମ୍ବାର ଧମକ ଦେଉଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ବାପ ଘରେ ରହି ପାଠ ପଢ଼ୁଥିବା ବେଳେ ମାନସ ଛୁଟିରେ ଆସି ସ୍ଵାଗତିକାକୁ ମାରି ଦେବାକୁ ଧମକ ଦେଉଛି । ଏହାସହ ଏସିଡ ଧରି ଗାଁ ପାଖରେ ବୁଲୁଥିବା ସ୍ବାଗତିକାଙ୍କ ପରିବାର ଅଭିଯୋଗ କରିଛନ୍ତି । ଏନେଇ ବଡଗଡ ଥାନାରେ ମଧ୍ୟ ଲିଖିତ ଅଭିଯୋଗ କରିଛନ୍ତି । ମାତ୍ର ପରିବାରକୁ ଏପର୍ଯ୍ୟନ୍ତ ନ୍ୟାୟ ମିଳିନାହିଁ । ପ୍ରଶାସନ ଠାରୁ ନ୍ୟାୟ ନମିଳିଲେ ସ୍ଵାଗତିକାର ପରିବାର ସମୂହ ଆତ୍ମହତ୍ୟା କରିବେ ବୋଲି ଧମକ ଦେଇଛନ୍ତି ।

ଭଞ୍ଜନଗରରୁ ରଞ୍ଜନ ସ୍ବାଇଁ, ଇଟିଭି ଭାରତ

Last Updated : Jun 29, 2019, 10:34 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.